loading...

ଓଡିଶାରେ ଭୁଶୁଡି ପଡ଼ିଛି ଶିକ୍ଷା ବ୍ୟବସ୍ଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ବାବୁ ଦୃଷ୍ଟି ଦେବାକୁ କଂଗ୍ରେସର ଦାବି

ଭୁବନେଶ୍ୱର, ୦୫ ସେପ୍ଟେମ୍ବର ୨୦୨୫





ନିକଟରେ ଶିକ୍ଷା ମନ୍ତ୍ରାଳୟ ପ୍ରକାଶ କରିଥିବା ୟୁ.ଡି.ଆଇ.ଏସ. ପ୍ଲସ ୨୦୨୪୨୫ ରିପୋର୍ଟ ଓଡ଼ିଶାର ସ୍କୁଲ ଶିକ୍ଷାର ଦୟନୀୟ ଚିତ୍ରକୁ ସ୍ପଷ୍ଟ କରିଦେଇଛି ଏହା ମାତ୍ର ଏକ ଶିକ୍ଷା ସଙ୍କଟ ନୁହେଁ, ଏହା ସମଗ୍ର ସମାଜ ପାଇଁ ଏକ ଗମ୍ଭୀର ସଙ୍କେତ ଆଜି ଗୁରୁ ଦିବସ ଅବସରରେ ଓଡ଼ିଶାର ବିକଳ ଶିକ୍ଷା ବ୍ୟବସ୍ଥାକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମୀଳନୀରେ  ମିଡିଆ ସେଲ୍ ଉପାଧ୍ୟକ୍ଷ ଅମିୟ ପାଣ୍ଡବ କହିଥିଲେ , ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଧସିପଡ଼ୁଛି ମୁଖ୍ୟମନ୍ତ୍ରୀ ସମ୍ପାଦକୀୟ ଲେଖି ଭଲ ଶିକ୍ଷାର ପ୍ରୟୋଜନୀୟତାର କଥା କହୁଛନ୍ତି, କିନ୍ତୁ ସତ୍ୟ ବାସ୍ତବତା ଠାରୁ ବହୁ ଦୂରରେ ଭାରତର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ ହୋଇଥିଲେ ମଧ୍ୟ ନିଜ ରାଜ୍ୟର ପିଲାମାନଙ୍କ ଶିକ୍ଷା ସଙ୍କଟକୁ ବୁଝିପାରୁନାହାନ୍ତି ଦୁଃଖର ବିଷୟ, ଭାରତର ୧୦୦ ଶିକ୍ଷା ସଂସ୍ଥାନ ତାଲିକାରେ ଓଡ଼ିଶାର ଗୋଟିଏ ସରକାରୀ ସଂସ୍ଥା ମଧ୍ୟ ନାହିଁ

କଂଗ୍ରେସ ପ୍ରବକ୍ତା . ମନିଷା ଦାସ ପଟ୍ଟନାୟକ କହିଛନ୍ତି ଯେ, ମାତ୍ର ଗୋଟିଏ ବର୍ଷରେ ଓଡ଼ିଶା ଏକ ଲକ୍ଷ ବାରହଜାର ଆଠ ଶହ ଅଠାବନ(,୧୨,୮୫୮) ଛାତ୍ରଛାତ୍ରୀଙ୍କୁ ହରାଇଛି ଏବଂ ୧୨୮ଟି ସ୍କୁଲ ବନ୍ଦ ହୋଇଯାଇଛି ଲକ୍ଷ ଲକ୍ଷ ଗରିବ, ଆଦିବାସୀ ଦଳିତ ପିଲାମାନଙ୍କ ପାଇଁ ଯେଉଁ ଶିକ୍ଷା ସବୁଠାରୁ ବଡ଼ ପ୍ରାଥମିକତା ହେବା ଉଚିତ, ସେଠାରେ ସରକାରୀ ଅବହେଳା ପାଇଁ ସ୍କୁଲଗୁଡ଼ିକ ବନ୍ଦ ହେଉଛି ଏବଂ ପିଲାମାନେ ପାଠପଢ଼ା ଛାଡୁଛନ୍ତି ସେ କହିଥିଲେ, ସରକାର ଶିକ୍ଷକ ସଂଖ୍ୟା ବୃଦ୍ଧି ନେଇ ଗର୍ବ କରୁଥିବାବେଳେ ଆଜିବି ୧୦୮୯ରୁ ଅଧିକ ସ୍କୁଲ କେବଳ ଜଣେ ମାତ୍ର ଶିକ୍ଷକ ଉପରେ ନିର୍ଭରଶୀଳ, କିଛି ସ୍କୁଲରେ ଆଦୌ  ଶିକ୍ଷକ ମଧ୍ୟ ନାହାନ୍ତି ଏହା ଶିକ୍ଷା ଅଧିକାର ଆଇନର ସ୍ପଷ୍ଟ ଉଲ୍ଲଂଘନ ଅଭିଭାବକମାନେ ସରକାରୀ ସ୍କୁଲରୁ ଭରସା ହରାଇ ୫୭% ପିଲାଙ୍କୁ ଘରୋଇ ଟ୍ୟୁସନ୍ରେ ପଠାଇବାକୁ ବାଧ୍ୟ ହୋଇଛନ୍ତି ଗ୍ରାମାଞ୍ଚଳରେ ପ୍ରତ୍ୟେକ ପରିବାର ପ୍ରତିବର୍ଷ ହାରାହାରି ୩୫୪୭ ଟଙ୍କା ଏବଂ ସହରାଞ୍ଚଳରେ  ୧୦୮୯୯ ଟଙ୍କା ଟ୍ୟୁସନ ପାଇଁ ଖର୍ଚ୍ଚ କରୁଛନ୍ତି, ଯାହା ଗରିବ ପରିବାର ପାଇଁ ଏକ ଭୟାବହ ବୋଝ

. ପଟ୍ଟନାୟକ ଆହୁରି କହିଛନ୍ତି, ଡିଜିଟାଲ୍ ଶିକ୍ଷା ଉପରେ ସରକାରୀ ଘୋଷଣାର ଧାରାବାହିକତା ଥିଲେମଧ୍ୟ ସତ୍ୟ ଅତ୍ୟନ୍ତ ଦୁଃଖଦ କେବଳ ୧୬% ସରକାରୀ ସ୍କୁଲରେ କମ୍ପ୍ୟୁଟର ଅଛି, ୧୫% ସ୍କୁଲରେ ଡିଜିଟାଲ୍ ଲାଇବ୍ରେରୀ, ଏବଂ ୩୩% ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ଦିଲ୍ଲୀ, କେରଳ, ଗୁଜରାଟ ଭଳି ରାଜ୍ୟ ସହିତ ତୁଳନା କଲେ ଓଡ଼ିଶା ବହୁତ ପଛରେ ମଧ୍ୟାହ୍ନ ଭୋଜନ, ଯାହା କେବେ ଗରିବ ପିଲାଙ୍କ ପାଇଁ ଦିନର ଏକମାତ୍ର ପୁଷ୍ଟିକର ଖାଦ୍ୟ ଥିଲା, ସେଥିରେ ମଧ୍ୟ ଅନିୟମିତତା, ନିମ୍ନମାନ ଏବଂ ଦୁର୍ନୀତି ଦେଖାଯାଉଛି ଏଥିପାଇଁ ଅନେକ ପିଲା, ବିଶେଷକରି ଝିଅମାନେ, ପାଠପଢ଼ା ଛାଡୁଛନ୍ତି

ସେ କହିଛନ୍ତି, ଆଜିବି ପ୍ରାୟ ୧୭୦୦ ସ୍କୁଲରେ ପୁଅମାନଙ୍କ ପାଇଁ, ୭୦୦ ସ୍କୁଲରେ ଝିଅମାନଙ୍କ ପାଇଁ ଶୌଚାଳୟ ନାହିଁ, ୧୬୦୦ରୁ ଅଧିକ ସ୍କୁଲରେ ବିଦ୍ୟୁତ୍ ନାହିଁ ଏହା ମୌଳିକ ସମ୍ମାନର ହନନ ସବୁଠାରୁ ଦୁଃଖଦ, ୨୦୧୯୨୦ରେ ଶିକ୍ଷା ପାଇଁ ବଜେଟ୍ ୧୪.% ଥିଲା, ୨୦୨୪୨୫ରେ ତାହା ୧୦.% କୁ ହ୍ରାସ ପାଇଛି ଏହାର ଅର୍ଥ, ଓଡ଼ିଶା ସରକାରଙ୍କ ପାଇଁ ଶିକ୍ଷା କେବେବି ପ୍ରାଥମିକତା ନୁହେଁ ଆଦିବାସୀ ପିଲାଙ୍କୁ ଉଚ୍ଚମାନର ଶିକ୍ଷାଦେବା ପାଇଁ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ୨୦୧୫-୧୬ ରେ ଆରମ୍ଭ ହେଇଥିବା ଅନ୍ୱେଷା ଯୋଜନା ସରକାର୍ ବନ୍ଦ୍ କରିଦେବାକୁ ଚକ୍ରାନ୍ତ ଚଲାଇଛନ୍ତି  ଏପରିକି ପାଞ୍ଚ ମାସ ହେଲାଣି ଅନ୍ୱେଷା ଅନୁଦାନ ମଧ୍ୟ ଯୋଗାଇ ଦିଆ ଯାଉନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।। ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ମଧ୍ୟ ପିଲାଙ୍କ ମୌଳିକ ଆବଶ୍ୟକତା ଯଥା ଖେଳନା ସାମଗ୍ରୀ ନଥିବା ରାଜ୍ୟ ଶିଶୁ ବିକାଶ ବିଭାଗର ତଥ୍ୟକୁ ମଧ୍ୟ . ପଟ୍ଟନାୟକ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଥିଲେ 

ପ୍ରବକ୍ତା ଜଗଦାନନ୍ଦ ପ୍ରଧାନ ମଧ୍ୟ କହିଛନ୍ତି, ଏନ.ସି..ଆର.ଟି (NCERT) ପୁସ୍ତକକୁ ମନମୁତାବକ ବଦଳାଯାଉଛି  ପ୍ରକୃତ ଇତିହାସକୁ ବିକୃତ କରାଯାଉଛି ଏବଂ ପିଲାଙ୍କ ମଧ୍ୟରେ ସାମ୍ପ୍ରଦାୟିକତା ପ୍ରସାରଣର ମାଧ୍ୟମ କରାଯାଉଛି ଏହା ଦେଶର ଶିକ୍ଷାକୁ ବିକୃତ କରିବାର ଏକ ଅପଚେଷ୍ଟା କଂଗ୍ରେସର ସ୍ପଷ୍ଟ ମତ ହେଉଛି ଯେ, ଶିକ୍ଷା କୌଣସି ଦାନ ନୁହେଁ ଏହା ଏକ ମୌଳିକ ଅଧିକାର ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ସରକାରୀ ଅବହେଳାରେ ବନ୍ଧକ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଚେତେଇ ଦେଇଛନ୍ତି

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget