loading...

ଇଣ୍ଡିଆନ୍ ବ୍ୟାଙ୍କର ସୁନ୍ଦରପଦା ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର, ୦୪ ସେପ୍ଟେମ୍ବର ୨୦୨୫




ଭୁବନେଶ୍ୱର : ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ବ୍ୟାଙ୍କ ତରଫରୁ ଏହାର ଶାଖା ସଂପ୍ରସାରଣରେ ଏକ ନୂତନ ଶାଖା “ସୁନ୍ଦରପଦା ଶାଖା” ଉଦ୍‌ଘାଟିତ ହୋଇଯାଇଛି। ଏହି ଊଦ୍‌ଘାଟନୀ ଉତ୍ସବରେ ବ୍ୟାଙ୍କର କ୍ଷେତ୍ର ମହାପ୍ରବନ୍ଧକ ଏମ୍‌. ଅରୁଣା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ମହାପ୍ରବନ୍ଧକ ସୁମନ କୁମାର, ଉପ-ମହାପ୍ରବନ୍ଧକ ବିଶ୍ୱନାଥ ଦାଶଙ୍କ ସମେତ ନୂତନ ଶାଖାର ଶାଖା ପରିଚାଳିକା ମଧୁସ୍ମିତା ଜେନା, ବ୍ୟାଙ୍କର କର୍ମଚାରୀଗଣ ତଥା ଗ୍ରାହକବୃନ୍ଦ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇଣ୍ଡିଆନ୍ ବ୍ୟାଙ୍କ ସର୍ବଦା ଗ୍ରାହକ ସନ୍ତୁଷ୍ଟି ଉପରେ ପ୍ରଧାନ୍ୟ ଦେଇଥାଏ। ନୂତନ କରି ଖୋଲାଯାଇଥିବା ଏହି ଶାଖା ମାଧ୍ୟମରେ ସ୍ଥାନୀୟ ଗ୍ରାହକ ଓ ବ୍ୟବସାୟୀମାନେ ବିଶେଷ ଉପକୃତ ହୋଇପାରିବେ ବୋଲି ଏମ୍‌. ଅରୁଣା ପ୍ରକାଶ କରିଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget