ଭୁବନେଶ୍ୱର, ୨୭ ଅକ୍ଟୋବର ୨୦୨୫
ଦେଶର ଅଗ୍ରଣୀ ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ କଟକର ରଶ୍ମି ପ୍ୟାଲେସଠାରେ ଏକ ମେଗା କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ୟାଙ୍କର ଏମ୍ଏସ୍ଏମ୍ଇ, ଖୁଚୁରା ଓ କୃଷି ଆଦି ବିଭାଗକୁ ପ୍ରୋତ୍ସାହିତ କରି ଲଘୁ ତଥା ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସୁଗମ ଆର୍ଥିକ ସମାଧାନ ସହିତ ସଶକ୍ତ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକଙ୍କ ସମେତ କଟକ ସର୍କଲର ସର୍କଲ ମୁଖ୍ୟ ସୁଜିତ କୁମାର ନେଗି ଓ କଟକ ସହରାଞ୍ଚଳର ଶାଖା ମୁଖ୍ୟମାନେ ଯୋଗ ଦେଇଥିଲେ। ଏହା ଉଦ୍ୟୋଗୀ, ବ୍ୟବସାୟୀ ଓ ସମ୍ଭାବ୍ୟ ଗ୍ରାହକମାନଙ୍କୁ ଏକତ୍ର କରିବା ସହ ନେଟ୍ୱାର୍କିଂ ପାଇଁ ଏକ ଅନୁକୂଳ ପରିବେଶ ଯୋଗାଇଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ଏମ୍ଏସ୍ଏମ୍ଇ ଏବଂ କୃଷି କ୍ଷେତ୍ରକୁ ସମର୍ଥନ କରିବାକୁ ସର୍ବଦା ପ୍ରତିଶୃତିବଦ୍ଧ। ପିଏନ୍ବି ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ପାଇଁ ଅସୁବିଧାମୁକ୍ତ ଋଣ ପ୍ରକ୍ରିୟା ଏବଂ ପ୍ରତିଯୋଗିତାମୂଳକ ସୁଧ ହାର ଉପରେ ପ୍ରାଧାନ୍ୟ ଦେଇ ଏମ୍ଏସ୍ଏମ୍ଇ ଓ କୃଷି କ୍ଷେତ୍ରଗୁଡିକୁ ସହଯୋଗ କରିବାକୁ ଲକ୍ଷ୍ୟ ରଖିଛି। କାର୍ଯ୍ୟକ୍ରମ ଅବସରରେ ଅଂଶଗ୍ରହଣକାରୀମାନେ ଏମ୍ଏସ୍ଏମ୍ଇ, ବେତନଭୋଗୀ ବ୍ୟକ୍ତି ଏବଂ ବୃତ୍ତିଗତମାନଙ୍କ ପାଇଁ ପିଏନ୍ବିର ଉପଯୁକ୍ତ ପ୍ରସ୍ତାବଗୁଡ଼ିକ ବିଷୟରେ ଜାଣିବାର ସୁଯୋଗ ପାଇଥିଲେ, ଯେଉଁଥିରେ ଶିଘ୍ର ଋଣ ଅନୁମୋଦନ ଏବଂ କ୍ଷୁଦ୍ର ବ୍ୟବସାୟଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ପ୍ରଦାନ କରାଯାଇଥିବା ସ୍ୱତନ୍ତ୍ର ବ୍ୟାଙ୍କିଙ୍ଗ୍ ସେବା ଅନ୍ତର୍ଭୁକ୍ତ ଥିଲା। ଏଥି ସହିତ ବ୍ୟାଙ୍କ ପ୍ରତିନିଧି ଓ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ଆର୍ଥିକ ପରିଚାଳନା ସମ୍ପର୍କୀତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏମ୍ଏସ୍ଏମ୍ଇ ଓ କୃଷି ବିଭାଗଗୁଡ଼ିକୁ ସଶକ୍ତ କରିବା ଏବଂ ସେମାନଙ୍କର ସାମର୍ଥ୍ୟକୁ ସାକାର କରିବାରେ ବ୍ୟାଙ୍କ ସମର୍ପିତ ବୋଲି ସୁଜିତ କୁମାର ନେଗି କହିଥିଲେ। ଏହି ଆଉଟରିଚ୍ କାର୍ଯ୍ୟକ୍ରମ ଉଦ୍ୟୋଗୀମାନଙ୍କ ସହିତ ସମ୍ପର୍କ ସ୍ଥାପନା କରିବା ଏବଂ ସେମାନଙ୍କ ଅଭିବୃଦ୍ଧି ପ୍ରତି ବ୍ୟାଙ୍କର ପ୍ରତିବଦ୍ଧତାକୁ ଦର୍ଶାଇବା ହେଉଛି ଏକ ଉକୃଷ୍ଟ ପ୍ଲାଟଫର୍ମ।

Post a Comment