loading...

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ,ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା

ଭୁବନେଶ୍ୱର, ୦୯ ଅକ୍ଟୋବର ୨୦୨୫




ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସରକାରଙ୍କ  ରାଜ୍ୟଗୁଡ଼ିକ ପାଇଁ ପୁଞ୍ଜି ନିବେଶ ସହାୟତା (ଏସ୍‌ଏଏସ୍‌ସିଆଇ) ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ  ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି  ଯୋଜନାଧୀନ ଦୁଇଟି ପ୍ରକଳ୍ପର ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା  ।

ପର୍ଯ୍ୟଟନ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ ହୀରାକୁଦ ଅଂଚଳରେ ପର୍ଯ୍ୟଟନ  ମାଷ୍ଟର ପ୍ଲାନ୍‌ର ଏକ ସଂକ୍ଷିପ୍ତ ଚିତ୍ରଣ ଉପସ୍ଥାପନ କରିଥିଲେ ।  ବୈଠକରେ ଏସ୍‌ଏଏସ୍‌ସିଆଇ ଯୋଜନା ଅଧୀନ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତାରେ ରହୁଥିବା ସ୍ଥାନ-ସମ୍ପର୍କିତ  ସମ୍ବେଦନଶୀଳତା, ଆବଶ୍ୟକ ଅନୁମୋଦନ ଓ ଏନଓସି ସମ୍ବନ୍ଧୀୟ ବିବରଣୀ ଉପସ୍ଥାପିତ ହୋଇଥିଲା । ଜଳ ଓ ଆଲୋକ ସିଂଫୋନି ପାଇଁ ବିସ୍ତୃତ ଯୋଜନା ବିଷୟରେ ଆଲୋଚନା ହୋଇଥିଲା । ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଓସିସିକୁ  ସମୟୋପଯୋଗୀ କାର୍ଯ୍ୟାନ୍ୱୟନ  ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ  ଦିଆଯାଇଛି ।

ବୈଠକରେ ମୁଖ୍ୟ ଥିମ୍( ବିଷୟଭିତ୍ତିକ) ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଜଳ ଓ ଆଲୋକ ସିଂଫୋନିର କାହାଣୀର ମୁଖ୍ୟ ବିଷୟବସ୍ତୁରେ ମହାନଦୀର ସାମାଜିକ ଓ  ସାଂସ୍କୃତିକ ମହତ୍ୱ, ବନ୍ଧ ନିର୍ମାଣ ସ୍ୱପ୍ନ ସାକାର ହେବାରେ ହୀରାକୁଦର କାହାଣୀ ଏବଂ “ମହାନଦୀ କେବଳ ଏକ ନଦୀ ନୁହେଁ, ସେ ଆମ ଅସ୍ତିତ୍ୱର ଅଂଶବିଶେଷ ”- ଏହି ଧାରଣାକୁ ପ୍ରକଳ୍ପରେ  ପ୍ରତିଫଳିତ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା । ସେହିପରି, ବନ୍ଧ ସଂଗ୍ରହାଳୟ ପାଇଁ  ଷ୍ଟୋରୀଲାଇନ୍ ନେଇ ମଧ୍ୟ ଆଲୋକପାତ କରାଯାଇଥିଲା, ଯେଉଁଥିରେ ବନ୍ଧ ପୂର୍ବର ଇତିହାସ, ବନ୍ୟା ଓ ଦୁର୍ଭିକ୍ଷ, ହୀରାକୁଦ ବନ୍ଧ ନିର୍ମାଣର ଦୃଷ୍ଟିକୋଣ, ନିର୍ମାଣ ସମୟର  ଏବଂ  ବନ୍ଧ ନିର୍ମାଣ ପରବର୍ତ୍ତୀ ପରିବର୍ତ୍ତନ ସଂପର୍କିତ ଉପସ୍ଥାପନ କରାଯିବ । ସେଥିପାଇଁ ଅନୁଭବ ଆଧାରିତ କାର୍ଯ୍ୟକଳାପ, ଦର୍ଶକମାନଙ୍କୁ  ଘଟଣାକ୍ରମ, ଇତିହାସ ଓ ଦୃଶ୍ୟସମୂହ ସଂପର୍କରେ  ଡିଜିଟାଲ ଜଗତର ସହିତ ସକ୍ରିୟ ଭାବେ ଅଂଶଗ୍ରହଣ କରିବାର ଅନୁଭବ ଆଣିଦେବା ପାଇଁ ଏଆର/ଭିଆର ବ୍ୟବସ୍ଥା ନେଇ  ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । 


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget