loading...

ଗାନ୍ଧୀ ଜୟନ୍ତୀରେ ଖଦୀ ଶୋରୁମ ପରିଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

    ଭୁବନେଶ୍ୱର, ୦୨ ଅକ୍ଟୋବର ୨୦୨୫




    • ମହାତ୍ମା ଗାନ୍ଧୀ ବ୍ରିଟିଶମାନଙ୍କ ବିରୁଦ୍ଧରେ  ଦେଶବାସୀଙ୍କୁ ଜାଗ୍ରତ କରିଥିଲେ 
    • ଗାନ୍ଧୀଜୀ ସ୍ୱାଧୀନତା ଆନ୍ଦୋଳନରେ ଅନେକ ଉପାଦାନକୁ ଯୋଡ଼ିଥିଲେ ଯାହା ଭାରତର ଭବିଷ୍ୟତର ମାନଚିତ୍ରକୁ ରୂପ ଦେବା ଜାରି ରଖିଛି
    • ଦେଶକୁ ସ୍ୱଦେଶୀ ଏବଂ ଖଦୀର ଧାରଣା ଦେଇ ମହାତ୍ମା ଗାନ୍ଧୀ କେବଳ ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିନଥିଲେ, ବରଂ ଦେଶର ଅନେକ ଗରିବ ଲୋକଙ୍କ ଜୀବନରେ ଆଲୋକ ଆଣିଥିଲେ
    • ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ୨୦୦୩ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ସେ ଖଦୀର ପୁନରୁଦ୍ଧାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ, ଯାହା ଏହି ଆନ୍ଦୋଳନର ପ୍ରାରମ୍ଭକୁ ଚିହ୍ନିତ କରିଥିଲା
    • ମୋଦିଜୀଙ୍କ ୧୧ ବର୍ଷର କାର୍ଯ୍ୟକାଳରେ, ଖଦୀ ଏବଂ ଗ୍ରାମୀଣ ଉଦ୍ୟୋଗ ଉତ୍ପାଦଗୁଡ଼ିକର ବିକ୍ରି ପାଞ୍ଚ ଗୁଣ ବୃଦ୍ଧି ପାଇ ୩୩,୦୦୦ କୋଟି ଟଙ୍କାରୁ ୧. ୭ ଲକ୍ଷ କୋଟି ଟଙ୍କାକୁ ଟପିଯାଇଛି
    • ଗୃହମନ୍ତ୍ରୀ ଦେଶର ଜନସାଧାରଣଙ୍କୁ ନିବେଦନ କରି ପ୍ରତ୍ୟେକ ପରିବାରକୁ ବାର୍ଷିକ ଅତି କମରେ ୫୦୦୦ ଟଙ୍କା ମୂଲ୍ୟର ଖଦି ଉତ୍ପାଦ କିଣିବାକୁ ଅନୁରୋଧ କରିଥିଲେ, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ସେମାନଙ୍କ ଜୀବନକୁ ଆଲୋକିତ କରିବ

    ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି, ନୂଆଦିଲ୍ଲୀର କନଟ ପ୍ଲେସସ୍ଥିତ ଖଦି ଇଣ୍ଡିଆ ଶୋରୁମ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହ ଖଦି ଉତ୍ପାଦ କିଣିବା ସହ ଅନଲାଇନରେ ଦେୟ ପ୍ରଦାନ କରିଥିଲେ। 

    ଏହି ଅବସରରେ, କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ ମହାତ୍ମା ଗାନ୍ଧୀ ହିଁ ଭାରତର ଆତ୍ମାକୁ ଚିହ୍ନିଥିଲେ ଏବଂ ଦେଶର ସାଧାରଣ ଲୋକଙ୍କୁ ସଚେତନ କରି ସେମାନଙ୍କୁ ବ୍ରିଟିଶମାନଙ୍କ ବିରୁଦ୍ଧରେ ଠିଆ କରାଇଥିଲେ। ସେ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସ୍ୱାଧୀନତା ଆନ୍ଦୋଳନରେ ଅନେକ ଉପାଦାନକୁ ଯୋଡ଼ିଥିଲେ ଯାହା ଭାରତର ଭବିଷ୍ୟତର ମାନଚିତ୍ରକୁ ରୂପ ଦେବା ଜାରି ରଖିଛି। ଶ୍ରୀ ଶାହ କହିଥିଲେ ଯେ ଏହି ଉପାଦାନଗୁଡ଼ିକରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଚାର-ଖଦୀ ଏବଂ ସ୍ୱଦେଶୀ ଉତ୍ପନ୍ନ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନକୁ ଖଦୀ ଏବଂ ସ୍ୱଦେଶୀ ଠାରୁ ଅଲଗା ଭାବରେ ଦେଖାଯାଇପାରିବ ନାହିଁ। ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ସ୍ୱଦେଶୀ ଏବଂ ଖଦୀର ଧାରଣା ପ୍ରଦାନ କରି ମହାତ୍ମା ଗାନ୍ଧୀ କେବଳ ସ୍ୱାଧୀନତା ଆନ୍ଦୋଳନକୁ ତ୍ୱରାନ୍ୱିତ କରିନଥିଲେ ବରଂ ଦେଶର ଅନେକ ଗରିବ ଲୋକଙ୍କ ଜୀବନରେ ଆଲୋକ ମଧ୍ୟ ଆଣିଥିଲେ। 

    ଶ୍ରୀ ଶାହ କହିଥିଲେ ଯେ, ଦୀର୍ଘ ସମୟ ଧରି ଉଭୟ ଖଦୀ ଏବଂ ସ୍ୱଦେଶୀ ଚିନ୍ତାଧାରାକୁ ଭୁଲି ଯାଇଥିଲା। ୨୦୦୩ ରେ, ଯେତେବେଳେ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେ ଖଦୀର ପୁନରୁଦ୍ଧାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏହା ଏହି ଆନ୍ଦୋଳନର ଆରମ୍ଭକୁ ଚିହ୍ନିତ କରିଥିଲା। ଗୃହମନ୍ତ୍ରୀ କହିଥିଲେ ଯେ ଖଦୀ ପୁଣି ଥରେ ଲୋକମାନଙ୍କ ମଧ୍ୟରେ ଏକ ସାଧାରଣ ବ୍ୟବହାର ସାମଗ୍ରୀରେ ପରିଣତ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଜୀଙ୍କ ୧୧ ବର୍ଷର କାର୍ଯ୍ୟକାଳରେ, ଖଦୀ ଏବଂ ଗ୍ରାମୀଣ ଶିଳ୍ପ ଉତ୍ପାଦଗୁଡ଼ିକର ବିକ୍ରି ୫ ଗୁଣ ବୃଦ୍ଧି ପାଇଛି। ଏହା ୩୩,୦୦୦ କୋଟି ଟଙ୍କାରୁ  ବୃଦ୍ଧି ପାଇ ୧.୭ ଲକ୍ଷ କୋଟି ଟଙ୍କାକୁ ବଢିଯାଇଛି ।

    କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ 'ମନ୍ କି ବାତ୍’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଦେଶୀ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିଛନ୍ତି, ଯାହା ଦେଶର ଲୋକଙ୍କୁ ଅର୍ଥନୈତିକ ବିକାଶ ଏବଂ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ସହିତ ଯୋଡ଼ିବା ପାଇଁ ପ୍ରେରଣା ଦେଇଛି। ଏହାଦ୍ୱାରା ଅନୁପ୍ରାଣିତ ହୋଇ, ସାରା ଦେଶରେ ଲକ୍ଷ ଲକ୍ଷ ପରିବାର ସେମାନଙ୍କ ଘରେ କୌଣସି ବିଦେଶୀ ସାମଗ୍ରୀ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେହିଭଳି ଲକ୍ଷ ଲକ୍ଷ ଦୋକାନୀ ସେମାନଙ୍କ ଦୋକାନରେ କୌଣସି ବିଦେଶୀ ଉତ୍ପାଦ ବିକ୍ରୟ ନକରିବାକୁ ସଂକଳ୍ପ ନେଇଛନ୍ତି। 

    ଶ୍ରୀ ଶାହ, ଖଦୀ ଏବଂ ସ୍ୱଦେଶୀ ଅଭିଯାନକୁ ସଫଳ କରିବା ପାଇଁ ଦେଶର ଜନସାଧାରଣଙ୍କୁ ନିବେଦନ କରି କହିଛନ୍ତି ଯେ ଦେଶର ପ୍ରତ୍ୟେକ ପରିବାର ବାର୍ଷିକ ଅତି କମରେ ୫୦୦୦ ଟଙ୍କା ମୂଲ୍ୟର ଖଦି ଉତ୍ପାଦ କିଣିବାକୁ ସଂକଳ୍ପ ନେବା ଉଚିତ୍। ଏହା ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ଏବଂ ସେମାନଙ୍କ ଜୀବନରେ ଆଲୋକ ଆଣିବ। ଶ୍ରୀ ଶାହ କହିଥିଲେ ଯେ ଯେତେବେଳେ ଆମେ ସ୍ୱଦେଶୀ ଶପଥ ଗ୍ରହଣ କରୁ, ସେତେବେଳେ ୨୦୪୭ ମସିହା ସୁଦ୍ଧା ଭାରତକୁ ବିଶ୍ୱର ଶୀର୍ଷ ସ୍ଥାନରେ ପହଞ୍ଚାଇବାର ମହତ୍ୱାକାଂକ୍ଷୀ ଅଭିଯାନ ସହିତ ଆମେ ନିଜକୁ ଯୋଡ଼ିଥାଉ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଉଭୟ ଅଭିଯାନ-ଖଦୀର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱଦେଶୀକୁ ଗ୍ରହଣ କରିବା-ଆମକୁ ସଶକ୍ତ କରିବା ଉଚିତ। ଆମେ ଏହି ଅଭିଯାନଗୁଡ଼ିକୁ ଆମ ପ୍ରକୃତିର ଏକ ଅଂଶ କରିବା ଉଚିତ ଏବଂ ସେଗୁଡ଼ିକୁ ଆମର ଭବିଷ୍ୟତ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଉଚିତ।

    Post a Comment

    [blogger][disqus][facebook][spotim]

    Contact Form

    Name

    Email *

    Message *

    Powered by Blogger.
    Javascript DisablePlease Enable Javascript To See All Widget