loading...

ସୋଆ କମ୍ୟୁନିଟି ରେଡ଼ିଓ ଏବଂ ଡବ୍ଲୁଟିସିର ମିଳିତ ସହଭାଗିତାରେ ନୂତନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫




ୱାର୍ଲ୍ଡ ଟ୍ରେଡ ସେଂଟର, ଭୁବନେଶ୍ୱରର ସହଭାଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କମ୍ୟୁନିଟି ରେଡ଼ିଓ ଷ୍ଟେସନ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି କାର୍ଯ୍ୟକ୍ରମରେ ବର୍ତମାନର ପ୍ରତିଯୋଗିତା ମୂଳକ ଦୁନିଆରେ ସଫଳତା ହାସଲ କରିଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ପ୍ରସାରଣ କରାଯିବ। 
ବିଭିନ୍ନ କ୍ଷେତ୍ରରେ ଦୃଢ଼ତାର ସହ ସଫଳତା ହାସଲ କରିଥିବା ପୁରୁଷ ଏବଂ ନାରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ନାମ ରହିଛି ‘ଆସ୍ତା କି ଉଡ଼ାନ୍‌-ଏକ ନୟି ପେହେଚାନ୍‌’। ଷ୍ଟାର୍ଟଅପ୍‌, ଭିତିଭୂମୀ ଓ ସୂଚନା ଏବଂ ପ୍ରଯୁକ୍ତି, କୃଷି, ଖାଦ୍ୟ ପ୍ରକ୍ରିୟା, ଆନ୍ତର୍ଜାତିକ ବ୍ୟାପାର ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ। 
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ପ୍ରଥମ କାର୍ଯ୍ୟକ୍ରମ ଅକ୍ଟୋବର ୧୦ରେ ରେକର୍ଡିଂ କରାଯାଇଥିବା ବେଳେ ଡବ୍ଲୁଟିସିର ସଦସ୍ୟମାନେ ଉପସ୍ଥିତ ଥିଲେ। ପ୍ରଥମ ଏପିସୋଡ୍‌ରେ ଶ୍ରୀମତି ଜ୍ୟୋସ୍ନା ଦାସ ଏବଂ ଆର୍‌ଜେ ରମାବଲ୍ଲଭଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget