loading...

ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀ ଭୋଟ ବଢିଚାଲିବ - ନିରଞ୍ଜନ ପତୋରା ଡ୍ୟାମର ସ୍ବପ୍ନ ଓ ତିଆରି ମୁଁ ମନ୍ତ୍ରୀ ଥିଲାବେଳେ ହୋଇଥିଲା

ଭୁବନେଶ୍ୱର, ୨୬ ଅକ୍ଟୋବର ୨୦୨୫




ଆଜିଠୁ ନୂଆପଡା ଉପ ନିର୍ବାଚନକୁ ନେଇ କଂଗ୍ରେସ ଭବନଠାରେ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ଆଜି କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେରାଜନୈତିକ ଦଳଙ୍କୁ ବାଦ ଦେଇ ଯଦି ଯୋଗ୍ୟତା ଆଧାରରେ ଆମେ ପ୍ରାର୍ଥୀଙ୍କ ଆକଳନ କରିବା ତେବେ ବିଜେଡି ଦେଇଥିବା ମହିଳା ପ୍ରାର୍ଥୀ ସ୍ଥାନୀୟ ବାସିନ୍ଦା ନୁହନ୍ତି ଏବଂ ବାପା ବିଜେଡି ବିଧାୟକ ଥିଲେ କିନ୍ତୁ ପୁତ୍ର ରାତି ଅଧିଆ ଦଳ ଡେଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ।  ଏହି ପ୍ରାର୍ଥୀ ଦ୍ବୟଙ୍କ ସହିତ କଂଗ୍ରେସ ପ୍ରାର୍ଥୀଙ୍କୁ ତୁଳନା କରିବା ତେବେ ଘାସିରାମ ମାଝୀ ଜଣେ ଉଚ୍ଚ ଶିକ୍ଷିତ ଓ ଆଇନଜୀବୀଆଦିବାସୀ ଶ୍ରେଣୀରୁ ଆସି ଲୋକଙ୍କ ପାଇଁ ସଂଗ୍ରାମ କରି ବିଗତ ଚାରିଥର ନିର୍ବାଚନ ଲଢ଼ିଛନ୍ତି ଏବଂ ପ୍ରତ୍ୟେକ ନିର୍ବାଚନରେ ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଓ ଗତ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢେଇ କରି ୫୧ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ । ଏଥିରୁ ତାଙ୍କ ଲୋକପ୍ରିୟତା ଅନୁମାନ କରାଯାଇ ପାରେ । ଘାସିରାମ ମାଝୀ ଯୋଗ୍ୟତମ ପ୍ରାର୍ଥୀଭୋଟ ବଢିଚାଲିବ।ନୂଆପଡାବାସୀ ନିଜ ଚେତନା ଅନୁଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି ଆଶା କରୁଛି । ଯାହା କାମ ହୋଇଛି କଂଗ୍ରେସ ସମୟରେ ହିଁ ହୋଇଛିପତୋରାତିଖାଲି ଡ୍ୟାମଠାରୁ ଆରମ୍ଭ କରି ଶିକ୍ଷାସ୍ୱାସ୍ଥ୍ୟବିଦ୍ୟୁତ୍ କରଣରାସ୍ତାଘାଟ ଏବଂ ଆଦିବାସୀଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କଂଗ୍ରେସ କରିଛି କିନ୍ତୁ ଦୀର୍ଘ ୨୪ ବର୍ଷଧରି ବିଜେଡି ଏବଂ ବର୍ତ୍ତମାନର ବିଜେପି ସରକାର ନୂଆପଡାକୁ କେବଳ ଉପେକ୍ଷା କରିଛନ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ସତ୍ୱେ ଆଜି ପର୍ଯ୍ୟନ୍ତ ଆଇଟିଡିଏ (ITDA) ଫଣ୍ଡ ନୂଆପଡାରେ କାର୍ଯକାରୀ ହୋଇ ନ ପାରିବା ହେଉଛି ସବୁଠୁ ବଳିଷ୍ଠ ପ୍ରମାଣ। ବିଜେପି ସରକାରକୁ ଆସିଲା ପରେ ଲୋକଙ୍କ ଆଶା ଥିଲା କିଛି ଉନ୍ନତି ହେବ ବୋଲି ।କିନ୍ତୁ ଏଇ ସରକାର କେବଳ ଶହ ଶହ ପ୍ରକଳ୍ପଯୋଜନା ଆଦି ପ୍ରତିଶୃତି ବାଣ୍ଟି ଚାଲିଛି କାର୍ଯ୍ୟକାରୀ ଗୋଟିଏ ହେଉନି । ଅମ୍ବାନୀ ଅଦାନୀ ଆସୁଛନ୍ତି ଅନୀଲ ଅଗ୍ରୱାଲ ଆସୁଛନ୍ତି କିନ୍ତୁ କାମ ଶୂନ । ପୂର୍ବତନ ସଭାପତି ପଟ୍ଟନାୟକ ପୁଣି କହିଲେ ଯେନୂଆପଡ଼ାରୁ ଦାଦନ ଖଟିବା ପାଇଁ ୪୦ ହଜାର ଲୋକ ବାହାରକୁ ଯାଆନ୍ତି । ମନରେଗା କାର୍ଯ୍ୟକ୍ରମ ବଜେଟ ସରକାର ଅହେତୁକ କମାଇ ଦେଇଛନ୍ତି ଏବଂ ଯାହା ବି ଟଙ୍କା ଆସୁଛି ତାକୁ ମଧ୍ୟ ଖର୍ଚ୍ଚ କରିବାକୁ ସମର୍ଥ ନୁହନ୍ତି । ମନରେଗା କାମ ମିଳୁ ନଥିବାରୁ ଲୋକେ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଗତ ୨୫ ବର୍ଷଧରି କିଛି ଉନ୍ନୟନ ମୂଳକ କାମ କରିନାହଁ ବୋଲି ଆଜି ଦାଦନ ଭଳିଆ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି ।

ନୂଆପଡାବାସୀ ଯଦି ଡବଲ ଇଞ୍ଜନ ହେଉ କିମ୍ବା ୨୪ ବର୍ଷର ଶାସନ ଏବଂ କଂଗ୍ରେସ ସହିତ ତୁଳନା କରିବେ ତେବେ ନିଶ୍ଚୟ କଂଗ୍ରେସକୁ ଭୋଟ ଦେବେ। କଂଗ୍ରେସ କେବେ ନୂଆପଡାବାସୀଆଦିବାସୀ ଦଳିତ କାହାକୁ ଅବହେଳା କରିନି । କଂଗ୍ରେସର ଅନ୍ୟ ଏକ ବିଶେଷତ୍ୱ ହେଲା ଆମ ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡା କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ ଥିଲେ। ତାଙ୍କ ସମୟରେ ନୂଆପଡ଼ାରେ ଅନେକ ଗୁଡିଏ ବିକାଶ ମୂଳକ କାର୍ଯ୍ୟ ହୋଇଛି। ତାଙ୍କ ଲୋକ ସମ୍ପର୍କ ମଜବୁତ ଅଛି ଓ ସେ ସେଠାରେ ରହି କଠିନ ପରିଶ୍ରମ କରୁଛନ୍ତି। ବିଜେପି ବିଗତ ୧୬ ମାସ ହେଲା କିଛି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କି କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣ ବିଧି ଘୋଷଣାର ୧ ଘଣ୍ଟା ପୂର୍ବରୁ ଖରିଆର ରୋଡ଼କୁ ପୌର ପରିଷଦ ଘୋଷଣା ତାହାର ଉଦାହରଣ । ସୁଭଦ୍ରା ଶକ୍ତି ସମାବେଶ କରି ପୁଣି ଏକ ମିଥ୍ୟା ପ୍ରତିଶୃତି ଆୟୋଜନ ବିଜେପି କରୁଛି। ପୁଣି ସରକାରୀ ସମାବେଶ ବି ହେଉଛି। ସରକାରୀ କାର୍ଯ୍ୟକ୍ରମରେ ପଦ୍ମଫୁଲ ଚି଼ହ୍ନ ବ୍ୟବହାର କରିବା ଅର୍ଥ ହେଉଛି ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲଂଘନ କରିବା । ଡବଲ ଇଞ୍ଜିନ ସରକାର ଅଛି କିନ୍ତୁ ଆଶ୍ଚର୍ଯ୍ୟର କଥା ଜିଲ୍ଲା ମୁଖ୍ୟାଳୟ ନୂଆପଡା ହୋଇଥିବାବେଳେ ଜିଲ୍ଲା ସଦର ମହକୁମାରେ ଦୂରଗାମୀ ଟ୍ରେନ ରହେ ନାହିଁ । ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ସେ କହିଲେ କଂଗ୍ରେସ ଏକଜୁଟ ଅଛି ଆମେ ସମସ୍ତେ ନୂଆପଡା ପ୍ରଚାରରେ ଯିବୁ । ଉପକୂଳିଆ ନେତାଙ୍କୁ ବାରଣ କରାଯିବା ଭ୍ରମାତ୍ମକ କଥା । ଅନେକ ନେତା ଗଲେଣି ଆମେ ମଧ୍ୟ ଯିବୁ। ନୂଆପଡାବାସୀ ଅନୁଶୀଳନ କରନ୍ତୁ କାହା ସମୟରେ କେତେ କାମ ହୋଇଥିଲା। ସବୁଠୁ ଯୋଗ୍ୟ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ନୂଆପଡ଼ା ବାସୀ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଆଜିର ସାମ୍ବାଦିକ ସମ୍ମୀଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ମନୋରଞ୍ଜନ ଦାଶ ଓ ରଜନୀ କୁମାର ମହାନ୍ତି ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget