loading...

ଓଡ଼ିଶା ସରକାରଙ୍କ ଦୈନିକ ୧୦ ଘଣ୍ଟା କାର୍ଯ୍ୟ କରିବା ନିଷ୍ପତିକୁ ବାତିଲ ଦାବିରେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭୁବନେଶ୍ୱର, ୦୬ ଅକ୍ଟୋବର ୨୦୨୫




୯ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଗତ ତା ୨୯/୦୯/୨୦୨୫ ରିଖ ଦିନ ଓଡ଼ିଶା ସରକାରଙ୍କ କ୍ୟାବିନେଟ୍ ନିଷ୍ପତିକୁ ବିରୋଧ କରି ଶ୍ରମିକମାନଙ୍କର ଦୈନିକ ୧୦ ଘଂଟା କାର୍ଯ୍ୟ ବାତିଲ ଓ ରାତ୍ରରେ ମହିଳାମାନଙ୍କୁ କାର୍ଯ୍ୟାରେ ଲଗାଯିବ ଆଦେଶକୁ ତୁରନ୍ତ ବାତିଲ କରିବା ଦାବିରେ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୪ ଦଫା ଦାବିରେ ଧାରଣା ଦିଆଯିବା ସହିତ ଶ୍ରମ ଆୟୁକ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ଶ୍ରମ ବିଭାଗର ପ୍ରମୁଖ ଶାସନଙ୍କୁ ସ୍ମାରକ ପ୍ରଦାନ କରାଯାଇଛି। ଏହି ସ୍ମାରକ ପତ୍ରରେ କୁହାଯାଇଛି ଯେ, ସରକାର ଓଭର ସମୟକୁ ୬୦ ଘଣ୍ଟା ପରିବର୍ତେ ୧୪୪ ଘଣ୍ଟା ବୃଦ୍ଧି କରିବା ଏକ ଅମାନବୀୟ ଅଟେ । କାରଖାନା ଆଇନର ଧାରା ୫୧ ଓ ୫୪କୁ ସଂଶୋଧନ କରି କର୍ପୋରେଟ ଜଗତର ମାଲିକମାନଙ୍କୁ ମୁନାଫା ଦବା ଲାଗି ସରକାରଙ୍କର ଶ୍ରମିକ ମାନଙ୍କର ଶ୍ରମକୁ ଲୁଟ୍ କରିବା ବନ୍ଦ କରନ୍ତୁ । ସରକାର ଶ୍ରମିକ ମାନଙ୍କ ଲାଗି ଶ୍ରମ ଆଇନ କୌଣସି ସଂଶୋଧନ କଲାବେଳେ ଶ୍ରମିକ ସଂଗଠନ ମାନଙ୍କ ସହିତ ଆଲୋଚନା ନ କରିବା ଭାରତୀୟ ସମ୍ବିଧାନକୁ ଭଲଙ୍ଘନ କରୁଅଛି । ଶ୍ରମିକ ମାନଙ୍କୁ ଦୈନିକ ୧୦ ଘଣ୍ଟା କାମ କରାଇବା ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଧାରା -୧ କୁ ଉଲଘଂନ କରିବା ସହିତ ଭାରତୀୟ ଆଇ.ଏଲ.ସିର ନିଷ୍କତିକୁ ମଧ୍ୟ ଅବମାନନା କରୁଅଛି। ତେଣୁ ସରକାର ତୁରନ୍ତ ଶ୍ରମିକ ସଂଗଠନ ମାନଙ୍କ ସହିତ ଆଲୋଚନା କରିବାକୁ ଏହି ଧାରଣାରେ ଦାବି କରାଯାଇଥିଲାବେଳେ ତୁରନ୍ତ ୧୦ ଘଣ୍ଟା କାର୍ଯ୍ୟ ନିଷ୍ପତିକୁ ସରକାର ବାତିଲ କରିବାକୁ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ନେତା ଦାବି କରିଛନ୍ତି।

କେନ୍ଦ୍ରୀୟ ଶ୍ରମିକ ସଂଗଠନର ମହେନ୍ଦ୍ର ପରିଡାଙ୍କ ନେତୃତ୍ୱରେ ଧାରଣା ଅନୁଷ୍ଠିତ ହୋଇଥିଲାବେଳେ ଆଇ.ଏନ୍.ଟି.ୟୁ.ସିର ନେତା କିଶୋର ଜେନା, ପ୍ରଣତି ମିଶ୍ର, ଏ.ଆଇ.ଟି.ୟୁ.ସିର ନେତା ବିଜୟ ଜେନା, ସୁର ଜେନା, ଏଚ.ଏମ.ଏସ. ନେତା ବି.ଏନ୍. ମହାପାତ୍ର, ସି.ଆଇ.ଟି.ୟୁର ନେତା ବିଷ୍ଣୁ ମହାନ୍ତି, ଜନାର୍ଦ୍ଧନ ପତି, ଏ.ଆଇ.ୟୁ.ଟି.ୟୁ.ସିର ନେତା ଜୟସେନ ମେହେର, ନିରଞ୍ଜନ ମହାନ୍ତି, ଏ.ଆଇ.ସି.ସି.ଟି.ୟୁର ନେତା ରାଧାକାନ୍ତ ସେଠୀ, ଟି.ୟୁ.ସି.ସିର ନେତା ଜ୍ୟୋତିରଞ୍ଜନ ମହାପାତ୍ର, ସୁବତି ଆଜାଦ, ଏଲ.ପି.ଏଫ୍.ର ନେତା ମାୟାଧାର ନାୟକ ଓ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ସୁରେଶ ପାଣିଗ୍ରାହି ସେମାନଙ୍କର ବକ୍ତବ୍ୟ ରଖ୍ ସରକାର ଶ୍ରମିକ ମାନଙ୍କୁ ତାଙ୍କର ମଜୁରୀ ବୃଦ୍ଧି ନ କରି କର୍ପୋରେଟ୍ ମାନଙ୍କୁ ମୁନାଫା ଦେବା ଲାଗି ଏ ପ୍ରକାର ଶ୍ରମିକ ବିରୋଧ ନୀତି ଆପଣାଉଛନ୍ତି ଓ ପରୋକ୍ଷ ଭାବରେ ବିଜେପି ଶାସିତ ରାଜ୍ୟମାନଙ୍କରେ ଶ୍ରମ କୋର୍ଡକୁ ଲାଗୁ କରିବା ଲାଗି ଚେଷ୍ଟା କରୁଛନ୍ତି । ମାତ୍ର ଏ ପ୍ରକାର ଚକ୍ରାନ୍ତକୁ ଶ୍ରମଜିବି ଜନଗଣ ଦୃଢ଼ ଓ ଶକ୍ତିଶାଳୀ ଆନ୍ଦୋଳନ ମାଧ୍ୟମରେ ଏହାକୁ ମୁକାବିଲା କରିବା ଲାଗି ଆହ୍ୱାନ ଦେଇଥିଲେ। ଶେଷରେ ଏକ ୮ ଜଣିଆ ପ୍ରତିନିଧୂଦଳ ଶ୍ରମ କମିଶନରଙ୍କ ଜରିଆରେ ପ୍ରମୁଖ ଶାସନ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧ ଦଳରେ କିଶୋର ଜେନା, ବିଷ୍ଣୁ ମହାନ୍ତି, ବିଜୟ ଜେନା, ମହେନ୍ଦ୍ର ପରିଡା, ଜ୍ୟୋତି ରଞ୍ଜନ ମହାପାତ୍ର, ପ୍ରଦିପ୍ତ ନାୟକ ପ୍ରମୁଖ ସାମିଲ ହୋଇଥିଲେ । ପରିଶେଷରେ ନମିତା ସାହୁ, କାହ୍ନୁ ବିଶ୍ୱାଳ, ରମେଶ ଜେନା, ତୋଫାନ ନିହାଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

(


Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget