loading...

ଅକ୍ଟୋବର ୩୧ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ପାଳନ କରାଯିବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ

ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫




  • ସର୍ଦ୍ଦାର ବଲ୍ଲଭଭାଇଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବ “ସର୍ଦ୍ଦାରଅ୧୫୦ ଏକତା ପଦଯାତ୍ରା”: ଗୋଲକ ମହପାତ୍ର
  • ପ୍ରତି ସଂସଦୀୟ କ୍ଷେତ୍ରରେ ୩ଦିନ ଧରି “ସର୍ଦ୍ଦାରଅ୧୫୦ ଏକତା ପଦଯାତ୍ରା” ଆୟୋଜନ କରାଯିବ 
  • ରାଜ୍ୟରେ ୬୩ଟି ସ୍ଥାନରେ ପଦଯାତ୍ରା ଆୟୋଜନ କରାଯିବ
  • ପ୍ରତ୍ୟେକ ଜିଲ୍ଲାର ୫ ଜଣ ଲେଖାଏଁ କୃତି ପ୍ରତିଯୋଗୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମସ୍ଥାନ ଗୁଜୁରାଟର କରମସଦରେ ନଭେମ୍ବର ୨୬ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାରେ ସାମିଲ ହେବେ 

୫୧୬ଟି ରାଜାଙ୍କ ଦ୍ୱାରା ଶାସିତ ହେଉଥିବା ରାଜ୍ୟକୁ ଭାରତ ବର୍ଷରେ ମିଶାଇ ବିରାଟ ଦେଶ ଗଠନର ପ୍ରମୁଖ ବିନ୍ଧାଣୀ ସାଜିଥିଲେ ଲୌହମାନବ ତଥା ମହାନ୍ ସ୍ୱାଧୀନତାସଂଗ୍ରାମୀ ସର୍ଦ୍ଦାର ବଲ୍ଳଭଭାଇ ପଟେଲ। ଦେଶପ୍ରତି ତାଙ୍କ ଅବଦାନ ଚିରସ୍ମରଣୀୟ। ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଏବଂ ଯୁବପୀଢ଼ୀଙ୍କ ମଧ୍ୟରେ ଏକତା, ଦେଶପ୍ରେମ ଓ ନାଗରିକ କର୍ତବ୍ୟ ଭାବନାକୁ ଜାଗ୍ରତ କରିବା ପାଇଁ ସର୍ଦ୍ଦାର ବଲ୍ଳଭଭାଇଙ୍କ ୧୫୦ତମ ଜୟନ୍ତୀକୁ ଅକ୍ଟୋବର ୩୧ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ପାଳନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତି ହୋଇଛି। ଏଥିରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ସହଯୋଗ କରିବେ ବୋଲି ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି। 
ଶ୍ରୀ ମହାପାତ୍ର କହିଛନ୍ତି ଯେ, ୩ ପର୍ଯ୍ୟାୟରେ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅକ୍ଟୋବର ୩୧ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରତି ସଂସଦୀୟ କ୍ଷେତ୍ରରେ ୩ଦିନ ଧରି “ସର୍ଦ୍ଦାର ଅ୧୫୦ ଏକତା ପଦଯାତ୍ରା” ଆୟୋଜନ କରାଯିବ। ଏହି ପଦଯାତ୍ରାରେ ସ୍କୁଲ, କଲେଜଠାରୁ ଆରମ୍ଭ କରି ଯୁବବର୍ଗ, ଯୁବ ଅନୁଷ୍ଠାନ, ସାମାଜିକ ସଂଗଠନ, ଆଧ୍ୟାତ୍ମିକ ସଂଗଠନଙ୍କ ସମତେ ସାଧାରଣ ଜନତା ସାମିଲ ହେବେ। ପ୍ରତିଦିନ ଏହି ପଦଯାତ୍ରା ୮ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ସଚେତନତା ଶିବିର, ସ୍ୱଚ୍ଛ ଭାରତ ଓ ଏକ ପେଡ ମା’କି ନାମ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏକ ଭାରତ ଶ୍ରେଷ୍ଠ ଭାରତ, “ଆତ୍ମନିର୍ଭର ଭାରତ”କୁ ପ୍ରୋତ୍ସାହିତ କରାଯାଇ ସ୍ୱଦେଶୀ ମେଳା ଆୟୋଜନ କରାଯିବ। ସ୍ୱଦେଶୀ ଦ୍ରବ୍ୟ ବିକ୍ରି କରିବା ପାଇଁ ଷ୍ଟଲ ଲଗାଯିବ, ନିଶାମୁକ୍ତ ଭାରତ ପାଇଁ ଶପଥପାଠ କରାଯିବ। ଏଭଳି ଭାବେ ରାଜ୍ୟରେ ପ୍ରାୟ ୬୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କାର୍ଯ୍ୟକ୍ରମରେ ଯେପରି ଅଧିକରୁ ଅଧିକ ସଂଖ୍ୟକ ଲୋକେ ସାମିଲ ହେବେ ସେନେଇ ଦଳ ପକ୍ଷରୁ ସଚେତନତା ସୃଷ୍ଟି କରାଯିବ ଓ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୨୬ରୁ ଡିସେମ୍ବର ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା ପ୍ରତ୍ୟେକ ଜିଲ୍ଲାର କୃତି ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ଲେଖାଏଁଙ୍କୁ ଚୟନ କରି ୩୦ ଜିଲ୍ଲାରୁ ୧୫୦ ଜଣଙ୍କୁ ବସ୍ ଯୋଗେ ସର୍ଦ୍ଦାର ବଲ୍ଳଭଭାଇଙ୍କ ଜନ୍ମସ୍ଥାନ ଗୁଜୁରାଟର କରମସଦକୁ ପଠାଯିବ। ୩ୟ ପର୍ଯ୍ୟାୟରେ କରମସଦଠାରୁ କେଭଡିଆସ୍ଥିତ ସର୍ଦ୍ଦାର ବଲ୍ଲଭଭାଇଙ୍କ ବିରାଟ ପ୍ରତିମୂର୍ତି ପର୍ଯ୍ୟନ୍ତ ୧୫୦ କିଲୋମିଟର ପଦଯାତ୍ରା ଅନୁଷ୍ଠିତ ହେବ। ସେଠାରେ ଏହି କାର୍ଯ୍ୟକ୍ରମ ସମାପନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
 ଏନେଇ ରାଜ୍ୟ କାର୍ଯ୍ୟାଳୟରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମଧ୍ୟପ୍ରଦେଶର ସାଂସଦ କବିତା ପଟିଦାର, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ପ୍ରମୁଖଙ୍କ ସମତେ ଦଳୀୟ କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ। 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget