loading...

ରାଜ୍ୟ କାର୍ଯ୍ୟାଳୟରେ ମହର୍ଷି ବାଲ୍ମିକୀଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, ୦୭ ଅକ୍ଟୋବର ୨୦୨୫




  • ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି ମହର୍ଷି ବାଲ୍ମିକୀ: ମନମୋହନ ସାମଲ 
  •  ରାମାୟଣ ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ
  •  ରାମାୟଣ ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ
  • ବାଲ୍ମିକୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ 

ଆଜି ହେଉଛି ଆଦି କବି ମହର୍ଷି ବାଲି୍ମକୀଙ୍କ ଜନ୍ମଜୟନ୍ତୀ। ମହର୍ଷୀ ବାଲ୍ମିକୀଙ୍କ ଦ୍ୱାରା ରଚନା କରାଯାଇଥିବା ମହାନ୍ ଗ୍ରନ୍ଥ ରାମାୟଣ କେବଳ ଏକ ବିଷୟ ନୁହେଁ, ଏହା ହେଉଛି ପରମ୍ପରା ଓ ସଂସ୍କୃତିର ଅଦ୍ୱିତୀୟ ସମନ୍ୱୟ। ଏହା ହେଉଛି ଆମ ସମସ୍ତ ଜୀବନଧାରାର ଅଂଶବିଶେଷ। ସମାଜରେ ଯେତେବେଳେ କୌଣସି ବିଷୟକୁ ନେଇ ନିରାଶ ଭାବେ ଆସେ ସେତେବେଳେ ଆମେ ରାମାୟଣର କଥା ମନେପକାଉ। ରାମାୟଣ ହେଉଛି ଆମ ସମସ୍ତଙ୍କ ପ୍ରେରଣାର ଉତ୍ସ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆଦି କବି ମହର୍ଷି ବାଲି୍ମକୀଙ୍କ ଜୟନ୍ତ୍ରୀ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲ କହିଛନ୍ତି ଯେ, ରାମ ରାଜ୍ୟ କିପରି ଆସିବ ସେବିଷୟରେ ମହର୍ଷି ବାଲ୍ମକୀ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ତ୍ୟାଗ, ନିଷ୍ଠା, କଠିନ ପରିଶ୍ରମର ପରିସୀମା କେତେ, ସମାଜରେ ଯିଏ ସୁଧାର କରିବ ତାର କର୍ତବ୍ୟ କ’ଣ ସେ ବିଷୟରେ ମହର୍ଷି ବାଲ୍ମିକୀ ରାମାୟଣ ମାଧ୍ୟମରେ ଉଲ୍ଲେଖ କରି ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଛନ୍ତି। ଆଜି ମନୁଷ୍ୟ ନିଜର ଆଶା ପୂରଣ କରି ନ ପାରିଲେ ଦୁଃଖୀ ହୋଇଯାଉଛି। ନକରାତ୍ମକ ଚିନ୍ତାଧାରା ପରିତ୍ୟାଗ କରି ସକରାତ୍ମକ ଚିନ୍ତା କଲେ ନିରାଶ ଭାବ ଦୂରହୋଇପାରିବ ବୋଲି ମହର୍ଷି ବାଲ୍ମିକୀ ଶିକ୍ଷା ଦେଇଛନ୍ତି। ସେ ସମାଜ ପାଇଁ ଯାହା ଦେଇଛନ୍ତି ତାହା ଯୁଗଯୁଗ ପାଇଁ ଲିପିବଦ୍ଧ ହୋଇରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘର୍ଷ କରିପାରିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ଅନ୍ୟମାନଙ୍କ ବିଷୟରେ ଏହି କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଛବି ମଲ୍ଲିକ, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ବରିଷ୍ଠ ନେତା ରଞ୍ଜନ ପଟେଲ ଓ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। 


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget