loading...

ଜାପାନର ତୋତୋରି ପ୍ରିଫେକ୍ଟରାଲ ପ୍ରତିନିଧିବୃନ୍ଦଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ ଓଡ଼ିଶା ଓ ତୋତୋରି ସହିତ ଶିଳ୍ପ ଓ ବୈଷୟିକ ବିଦ୍ୟା ଆଦାନ ପ୍ରଦାନ ସମ୍ପର୍କିତ ସହଯୋଗିତା ନେଇ ଆଲୋଚନା

ଭୁବନେଶ୍ୱର, ୧୪ ଅକ୍ଟୋବର ୨୦୨୫





ଜାପାନର  ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ  ଗତକାଲି ସୋମବାର ରାଜ୍ୟ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଶ୍ରୀମତୀ  ଅନୁ ଗର୍ଗଙ୍କ  ସହିତ  ଏକ ବୈଠକରେ  ସାକ୍ଷାତ ଆଲୋଚନା କରିଥିଲେ   ଲୋକସେବା ଭବନ ସ୍ଥିତ  ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ଏହି ବୈଠକରେ ତୋତୋରି  ସରକାରଙ୍କ ବାଣିଜ୍ୟ ଓ ଲଜିଷ୍ଟିକ୍‌ ବିଭାଗର  ନିର୍ଦ୍ଦେଶକ ଆକିଫୁମି ସିମିଜୁ ଏବଂ  ଏହି ବିଭାଗର  ପ୍ରବାସୀ ବାଣିଜ୍ୟ ସହାୟତା  ମୁଖ୍ୟ  ରୋସୁକେ ୟାମାଗୁଚିଙ୍କ ସହିତ ଜାପାନର ଅନ୍ୟ ବାଣିଜ୍ୟ ଓ ଶିଳ୍ପ ପ୍ରତିନିଧିମାନେ ଯୋଗଦେଇଥିଲେ   

   ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ୨୦୨୪ ରେ ତୋତୋରି ପ୍ରିଫେକ୍ଟରାଲ ସରକାରଙ୍କ ଏହି ପ୍ରତିନିଧି ଦଳ  ପ୍ରଥମ ଓଡ଼ିଶା ପରିଦର୍ଶନ କରିଥିଲେ   ଜାପାନର ପ୍ରଧାନମନ୍ତ୍ରୀ ସିଙ୍ଗେରୁ ଇସିବା ଯିଏକି ତୋତୋରିର ମୂଳ ଅଧିବାସୀ ରାଜନେତା ଅଟନ୍ତି , ଚଳିତ ବର୍ଷ ଅଗ​‌ଷ୍ଟ ୨୦୨୫ ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ  ନରେନ୍ଦ୍ର ମୋଦୀ ଜାପାନ ପରିଦର୍ଶନରେ ଯାଇ ଜାପାନ  ପ୍ରଧାନମନ୍ତ୍ରୀଙ୍କ ସହିତ ଏକ ବୈଠକରେ ଯୋଗଦେଇ ଭାରତ ଓ ଜାପାନ ମଧ୍ୟରେ  ବ୍ୟବସାୟିକ  ଓ ବୈଷୟିକ  ବିଦ୍ୟା ଆଦି କ୍ଷେତ୍ରରେ ସହଯୋଗିତା ସଂପର୍କରେ ଆଲୋଚନା କରିଥିଲେ   

ଏହି ଦୃଷ୍ଟିରୁ ତୋତୋରି, ଜାପାନରୁ ଆସିଥିବା ଏହି ପ୍ରତିନିଧି ଦଳଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ ଓଡ଼ିଶା ସହ ତୋତୋରି ସରକାରଙ୍କ ସହଯୋଜନା ନେଇ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆଗ୍ରହପ୍ରଦ ଥିଲା   

ପ୍ରକାଶ ଥାଉକି, ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ  ମୁଖ୍ୟ ଶାସନ ସଚିବ ମଧ୍ୟ  ଗତ ସେପ୍ଟେମ୍ବର ୨୦୨୫ ରେ ଭାରତୀୟ ଦୂତାବାସ ତରଫରୁ  ଆୟୋଜିତ ତୋତୋରି ଦିବସରେ ଆଭାସୀ ମାଧ୍ୟମରେ ଯୋଗ ଦେଇ ଭାରତ-ଜାପାନ ସହଭାଗିତା ଏବଂ ତୋତୋରି  ସଂପର୍କିତ ଆଲୋଚନାରେ  ଜଳ ସଂପଦର  ବିକାଶ ଏବଂ ବୈଷୟିକ ଜ୍ଞାନ କୌଶଳର  ଆଦାନ ପ୍ରଦାନ ସଂପର୍କରେ ଆଲୋକପାତ କରିଥିଲେ   ତୋତୋରିର ବୈଷୟିକ  ବିଶେଷଜ୍ଞତା  ଓ  ଜଳ ପରିଚାଳନାକୁ ଆଧାର କରି  ଓଡ଼ିଶାର ଜଳବାୟୁ ସହନଶୀଳ ଜଳସଂପଦ ଭିତ୍ତିଭୂମି, ଭୂତଳ ଜଳ ସଂରକ୍ଷଣ ଏବଂ ଉପକୂଳ ପରିଚାଳନା ସଂପର୍କରେ  ଉନ୍ନୟନ କମିଶନର ତୁଳନାତ୍ମକ ଅଭିବ୍ୟକ୍ତି ପ୍ରକାଶ କରିବା ସହିତ ଏ କ୍ଷେତ୍ରରେ ସହଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ  

          ଓଡ଼ିଶାରେ ଉନ୍ନୟନ କମିଶନରଙ୍କ ସହିତ ଅନୁ​ଷ୍ଠିତ ଏହି ବୈଠକରେ ଭାରତ ଓ ତୋତୋରି ସରକାରଙ୍କ ସହଯୋଗିତା ସଂପର୍କିତ ଆଲୋଚନାରେ ଓଡ଼ିଶାର ଆର୍ଥିକ ଓ ଶିଳ୍ପ କ୍ଷେତ୍ରରେ ସହଯୋଗିତା, ଦକ୍ଷତା ବିକାଶ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ଉପଯୋଗିତା ସଂପର୍କରେ ବିସ୍ତୃତ  ଆଲୋଚନା କରାଯାଇଥିଲା  

ତୋତୋରିର ଆକର୍ଷଣୀୟ ସୌନ୍ଦର୍ଯ୍ୟ ସମେତ ଏହାର ବିକାଶରେ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ସଂପର୍କରେ ପ୍ରତିନିଧିମାନେ ଉପସ୍ଥାପନ କରିଥିଲେ । ପ୍ରତିନିଧିମାନେ କହିଥିଲେ ଯେ, ଜାପାନର ବୈଷୟିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଦକ୍ଷ କର୍ମଚାରୀ ଯୋଜନାରେ ଭାରତର ଯୁବକଯୁବତୀମାନେ ତାଲିମ ନେଉଛନ୍ତି ଏବଂ ତୋତୋରି ସମେତ  ଜାପାନର ଶିଳ୍ପ, କୃଷି,ନର୍ସିଂ ସେବା ଏବଂ ଉତ୍ପାଦନଭିତ୍ତିକ କ୍ଷେତ୍ରରେ  ନିଯୁକ୍ତି ପାଇଛନ୍ତି ।  ଇତି ମଧ୍ୟରେ ଜାପାନର ଏହି  ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିଲେ ଓଡ଼ିଶାରେ ଦକ୍ଷ ମାନବ ସମ୍ବଳର ସହଯୋଗିତା ନେଇ ତୋତୋରି ସରକାର ଆଗ୍ରହ ପ୍ରକାଶ କରୁଥିବା ସଂପର୍କରେ ପ୍ରତିନିଧିମାନେ ପ୍ରକାଶ କରିଥିଲେ ଓଡ଼ିଶାରେ ସ୍ମାର୍ଟ କୃଷି ଟେକ୍ନୋଲୋଜି ଟ୍ରାନ୍‌ଫର୍‌, ଜଳ, ପରିମଳ ଓ ବର୍ଜ୍ୟ ଜଳ ପରିଚାଳନା ଆଦି କ୍ଷେତ୍ରରେ ସହଯୋଗିତା ନେଇ  ଆଲୋଚନା କରାଯାଇଥିଲା   

ତୋତୋରି ସରକାରଙ୍କ ପ୍ରତିନିଧିମାନଙ୍କ ସହିତ  ଆଲୋଚନା କରି  ଉନ୍ନୟନ କମିଶନର ସନ୍ତୋଷ ପ୍ରକାଶ କରିଥିଲେ । ତୋତୋରିର ଅଭିନବ ଜ୍ଞାନକୌଶଳ ଓ ଜାପାନର ଦୀର୍ଘ ବର୍ଷର ଉନ୍ନତ ବୈଷୟିକ ଅଭିଜ୍ଞତା ଉପଯୋଗ କରିବା ନେଇ ଓଡ଼ିଶା ସରକାରଙ୍କ ତରଫରୁ ଆବଶ୍ୟକ ସହଯୋଗିତା ସଂପର୍କରେ ଉନ୍ନୟନ କମିଶନର ଆଲୋଚନା କରିଥିଲେ ଏହି ପରିପ୍ରେକ୍ଷୀରେ ତତୋରି ପ୍ରତିନିଧିମାନଙ୍କୁ ସେ  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)  ଏବଂ କୃଷି ଓ କୃଷକ ସଶକ୍ତିକରଣ  ବିଭାଗ ପରିଦର୍ଶନ କରି ସମ୍ଭାବ୍ୟ ସହଯୋଗିତା ସଂପର୍କରେ  ପରାମର୍ଶ  ନେଇଥିଲେ  

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଶିଳ୍ପ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀଙ୍କ ସମେତ ରାଜ୍ୟ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ  ଉପସ୍ଥିତ ଥିଲେ

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget