loading...

ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା

ଭୁବନେଶ୍ୱର, ୨୮ ଅକ୍ଟୋବର ୨୦୨୫

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ "ମୋନ୍ଥା' ଉତର - ଉତରପୂର୍ବ ଗୋପାଳପୁର ଠାରୁ ୫୩୦ କି.ମି ଦୂରରେ ରହିଥିବା ବେଳେ ଏହା ଆନ୍ଧ୍ର ପ୍ରଦେଶ ମୁହାଁ ହୋଇଛି ଏବଂ ମଙ୍ଗଳବାର ରାତି ୧୧ ଟାରୁ ୧.୦୦ଟା ମଧ୍ୟରେ ଦକ୍ଷିଣ ବିଶାଖାପାଟଣା ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। 
ଏହି ବାତ୍ୟା ସ୍ଥଳ ଭାଗ ଛୁଇଁବା ସମୟରେ ପବନର ବେଗ ଘଂଟା ପ୍ରତି ୭୫ ରୁ ୮୫ କି.ମି ହେବ ବୋଲି ସି.ଇ.ସି ପକ୍ଷରୁ କୁହାଯାଇଛି। ଘଂଟା ପ୍ରତି ୧୨ କି.ମି. ବେଗରେ ଗତି କରୁଥିବା ଏହି ବାତ୍ୟା ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ଏହି ସମୟରେ ପବନର ବେଗ ଘଂଟା ପ୍ରତି ୪୦ ରୁ ୫୦ କି.ମି. ରହିବ।
ଏହାର ପ୍ରଭାବରେ ମଙ୍ଗଳବାର ରାତି ଏବଂ ବୁଧବାର ସକାଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି ଏବଂ କନ୍ଧମାଳ ପ୍ରଭୃତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।
ସେହିପରି ବଲାଙ୍ଗୀର, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ ଏବଂ ଦେବଗଡ଼ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସିଇସି ପକ୍ଷରୁ ସୂଚନା ଦିଆଯାଇଛି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget