loading...

ପିଏନ୍‍ବି ବାଲେଶ୍ୱର ମଣ୍ଡଳ ଦ୍ୱାରା ସତର୍କତା ସଚେତନତା ସପ୍ତାହ ୨୦୨୫ ପାଳିତ

ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୫




ପଞ୍ଜାବ ନ୍ୟାଶନାଲ୍‍ ବ୍ୟାଙ୍କ, ବାଲେଶ୍ୱର ମଣ୍ଡଳ ଦ୍ୱାରା ଦିନାଙ୍କ ୨୭ ଅକ୍ଟୋବର ୨୦୨୫ରୁ ୦୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ “ସତର୍କତା ସଚେତନତା ଅଭିଯାନ ସପ୍ତାହ” ପାଳନ କରାଯାଉଛି। ଏହି ଅବସରରେ ଗତଦିନାଙ୍କ ୨୭ ଅକ୍ଟୋବର ୨୦୨୫ରେ ମଣ୍ଡଳ କାର୍ଯ୍ୟାଳୟ ବାଲେଶ୍ୱର ଦ୍ୱାରା ପଦଯାତ୍ରା ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବ୍ୟାଙ୍କର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଯୋଗଦାନ କରିଥିଲେ। ଏହି ଅବସରରେ ଏକ ରକ୍ତଦାନ ଶିବିର ଏବଂ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ମଣ୍ଡଳ ପ୍ରମୁଖ ବିଶ୍ୱଜିତ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା। ସେ ସମସ୍ତ ଜନସାଧାରଣଙ୍କୁ ଭ୍ରଷ୍ଟାଚାର ମୁକ୍ତ ରାଷ୍ଟ୍ରର ନିର୍ମାଣ ପାଇଁ ଉଦ୍‌ବୋଧନ ଦେଇଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget