loading...

ପିଏନ୍‍ବି ସମ୍ବଲପୁର ମଣ୍ଡଳ ପକ୍ଷରୁ ସ୍ନେହାଞ୍ଜଳି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୯ ନଭେମ୍ବର ୨୦୨୫



ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ, ସମ୍ବଲପୁର ମଣ୍ଡଳ ପକ୍ଷରୁ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ପ୍ରଶଂସା ଓ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ “ସ୍ନେହାଞ୍ଜଳି-୨୦୨୫” କାର୍ଯ୍ୟକ୍ରମ ସମ୍ବଲପୁରସ୍ଥିତ ହିଲ ଭିୟୁ ହଲ୍‌, ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ପ୍ରମୁଖ ଅଜିତ କୁମାର ମେହେର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ୭୦ ଜଣ ଅବସରପ୍ରାପ୍ତ କର୍ମଚାରୀ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ନାରାୟଣ ପ୍ରଧାନ (ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ), ସୃଷ୍ଟିଚନ୍ଦ୍ର ନାଏକ (ଅବସରପ୍ରାପ୍ତ ଉପ-ମହାପ୍ରବନ୍ଧକ), ପୃଥ୍ୱୀରାଜ ମିଶ୍ର (ଅବସରପ୍ରାପ୍ତ ମୁଖ୍ୟ ପ୍ରବନ୍ଧକ) ଏବଂ ଲମ୍ବୋଦର ମିଶ୍ର ଅନ୍ୟତମ। ଏହି ଅବସରରେ ଲାଇଫ୍ ସାର୍ଟିଫିକେଟ୍ ଦାଖଲ, ଅଦ୍ୟତନ ବ୍ୟାଙ୍କି୍‌ଙ୍ଗ୍ ପଦକ୍ଷେପ ଓ ଯୋଜନା ସମ୍ପର୍କୀତ ସୂଚନା, ସାଇବର ଠକେଇ ସଚେତନତା ଏବଂ ନ୍ୟାଶନାଲ ଅନୁଭବ ଆୱାଡ୍ ସ୍କିମ୍‌-୨୦୨୬ ଆଦି ସମ୍ପର୍କରେ ସଚେତନ କରାଯାଇଥିଲା। ତାପସ କୁମାର ମହାନ୍ତି, ସଞ୍ଜିବ ମେହେର, ସ୍ୱାଗତିକା ମହାପାତ୍ର ଏବଂ ସୁଭାସୀନି ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସହ ମୁଖ୍ୟ ପ୍ରବନ୍ଧକ ପାର୍ଥ ସାରଥୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget