loading...

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୧୫ ତମ ପ୍ରତିଷ୍ଠା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର, ୧୫ ଡିସେମ୍ବର ୨୦୨୫



ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ୧୧୫ତମ ପ୍ରତିଷ୍ଠା ଦିବସ ଅବସରରେ ବ୍ୟାଙ୍କ ପକ୍ଷରୁ “ଗଛ ଲଗାନ୍ତୁ-ପୃଥିବୀକୁ ବଞ୍ଚାନ୍ତୁ” ବିଷୟ ସହିତ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ସାରା ଦେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଲ ବିହାରଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବୃକ୍ଷରୋପଣର ଗୁରୁତ୍ୱ, ପରିବେଶଗତ ସ୍ଥିରତା ଏବଂ ଜୈବ ବିବିଧତାକୁ ସମର୍ଥନ କରିବା ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ପୂର୍ବତଟ ରେଳପଥର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ (ଇଷ୍ଟେଟ୍‌) କେ.ସି ଗୌଡ, ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର, ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରର ଉପ-କ୍ଷେତ୍ରୀୟ ମୁଖ୍ୟ ସୁରେଶ ଚନ୍ଦ୍ରଙ୍କ ସମେତ ବ୍ୟାଙ୍କର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ। ଚନ୍ଦ୍ରଶେଖରପୁର ଶାଖାର ଶାଖା ମୁଖ୍ୟ ବନ୍ଦନା ଷଡଙ୍ଗୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget