loading...

ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀର ଜାତୀୟସ୍ତରୀୟ ଭଜନ ସମାରୋହ

 ଭୁବନେଶ୍ୱର, ୧ ଫେବୃୟାରୀ ୨୦୨



ଭୁବନେଶ୍ୱର, (ୟୁପିବ୍ୟୁରୋ) : ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ମହାଶିବରାତ୍ରି ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ହେଉଥିବା ଜାତୀୟସ୍ତରୀୟ ଭଜନ ସମାରୋହ ଲିଙ୍ଗରାଜଙ୍କ ଭଜନ ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି ଭଜନ ସମାରୋହ ୩୭ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଶୁକ୍ରବାର ଲିଙ୍ଗରାଜ ମାର୍କେଟ କମ୍ପେ୍ଲକ୍ସର ତୃତୀୟ ମହଲାର ଲାଇବ୍ରେରୀ ହଲ୍‌ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଅନ୍ୟତମ ଉପସଭାପତି ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ବାବୁଲି ସାମର୍ଥା, ଲିଟୁ ମହାସୁଆର, ନାରାୟଣ ମହାପାତ୍ର ଏବଂ ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନତ ମିଶ୍ର ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ୩୭ ବର୍ଷ ପୂର୍ତ୍ତି ହେଉଥିବାରୁ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ଶିବରାତ୍ରି ମହୋତ୍ସବ ମହାସମାରୋହରେ ଅଧିକ ଯାକଜମକରେ ପାଳନ କରାଯିବ। ମୁମ୍ବାଇର ଖ୍ୟାତନାମା କଳାକାର ନୀତିନ ମୁକେଶ, କୁମାରୀ ଖୁସ୍‌ବୁ ତିୱାରୀ, ମିତୁସ ବର୍ଦ୍ଧନ, ଶଶିକାନ୍ତ ପୌଡ଼ୱାଲ, ଅମିତାବଚନ, କୋଲକତାର ତାନି, ମୁନି ଓ ପାର୍ଥ ପ୍ରତୀମ ଶାହା, ଛତିଶଗଡ଼ର ତାନିସ ବର୍ମା, ଉତ୍ତର ପ୍ରଦେଶର ବର୍ଦ୍ଧନ ସିଂଙ୍କ ସମେତ ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଓଡ଼ିଶାର ୩୦ରୁ ଉର୍ଦ୍ଧ୍ୱ ଖ୍ୟାତନାମା କଳାକାର ଶ୍ରୀଚରଣ, କୁମାର ବାପି, ସୌରଭ ନାୟକ, ସୁଶ୍ରୀ ଶୈଳଭାମା ମହାପାତ୍ର, ସୁଧାକର ମିଶ୍ର, ମାନସୀ ପାତ୍ର, ରବୀନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ ବେହେରା, ପିନାକୀ ନାୟକ, ଅଞ୍ଜଳି ମିଶ୍ର, ଦିପ୍ତୀରେଖା ପାଢୀ, ଶ୍ରୀମତୀ କ୍ରିଷ୍ଣା ମିଶ୍ର, ଅରୂପା ଦାସ, ଦିବ୍ୟା ଦାସ ଓ ବିଷ୍ଣୁପ୍ରିୟାଙ୍କ ସହିତ ବିଶିଷ୍ଟ କଳାକାରମାନେ ଯୋଗଦେବେ। ସେମାନେ କହିଥିଲେ ଯେ, ମହାଶିବରାତ୍ରି ଦିନ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ୱନି, ବେଦପାଠ, ଶିବ ସହସ୍ର ନାମ, ଭାଗବତ ଗୀତାପାଠ, ଶିବ ଚେତନା, ହରିହର ଭଜନ, ରାମ ଚରିତ ମାନସ ପରାୟଣ ଓ ପ୍ରବଚନ କରାଯିବା ପରେ ସନ୍ଧ୍ୟା ୭ ଘଟିକାରୁ ଭୋର ୫ଟା ପର୍ଯ୍ୟନ୍ତ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହେବ। ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର କେନ୍ଦ୍ରମନ୍ତ୍ରୀ, ମାନ୍ୟବର ବିଧାୟକ, ସାଂସଦଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ସଙ୍ଗୀତ ଜଗତର ଖ୍ୟାତନାମା କଳାକାରମାନଙ୍କୁ ‘ଏକାମ୍ରଶ୍ରୀ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ସେମାନେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସେବାୟତ ନିଯୋଗ ମାନଙ୍କର ପ୍ରତିନିଧିମାନଙ୍କ ସମେତ କୋଷାଧ୍ୟକ୍ଷ ରତିକାନ୍ତ ମହାସୁଆର, ଲଲାଟେନ୍ଦୁ ମହାନ୍ତି, ଯୁଗ୍ମ ସମ୍ପାଦକ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ମୁଖପାତ୍ର ସାମ୍ବାଦିକ ଲିଙ୍ଗରାଜ ସାହୁ, ସୁଧୀର ରଞ୍ଜନ ଜେନା, ଗଣେଶ ପାଲ, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ ଓ ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget