loading...

ଆମେରିକାରେ ଅଚ୍ୟୁତ ସାମନ୍ତ ସମ୍ମାନୀତ




ଭୁବନେଶ୍ୱର, ୫ ।୭


ଆମେରିକାନ ଆସୋସିଏସନ୍‍ ଅଫ୍‍ ଫିଜିସିଆନ୍‍ ଅଫ୍‍ ଇଣ୍ଡିଆନ୍‍ ଅରିଜିନ୍‍ (ଆପି) ପକ୍ଷରୁ ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଆପି ଆୱାର୍ଡ ଫର ଟ୍ରାନ୍‍ସଫରମେସନାଲ୍‍ ସୋସିଆଲ୍‍ ୱାର୍କ ଆଣ୍ଡ ଇଣ୍ଡୋ-ୟୁଏସ୍‍ ପାର୍ଟନରସିପ୍‍ ସମ୍ମାନ ପ୍ରଦାନ କରାଯାଇଛି। ଆମେରିକା ଫ୍ଲୋରିଡ଼ାର ଟାମ୍ପାରେ ଜୁଲାଇ ୨ରୁ ୫ ତାରିଖ ୪ଦିନ ବ୍ୟାପୀ ଅନୁଷ୍ଠିତ ଆପିର ବାର୍ଷିକ ସମ୍ମିଳନୀ ଆପିକନ୍‍ ୨୦୨୬ ତଥା ଆପିର ୪୪ତମ କଂଗ୍ରେସ୍‍  ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅସାଧାରଣ ଓ କ୍ରାନ୍ତିକାରୀ ସମାଜ ସେବା, ଦୂରଦୃଷ୍ଟିସଂପନ୍ନ ମାନବବାଦୀ ପ୍ରୟାସ ଏବଂ ଗ୍ଲୋବାଲ୍ ହେଲ୍‍ଥ ସମିଟ୍ ୨୦୨୬' ସମୟରେ ଆପିକୁ ଅକୁଣ୍ଠିତ ସମର୍ଥନ ତଥା ବ୍ୟକ୍ତିଗତ ଭାବେ ଭାରତ-ଆମେରିକା ମଧ୍ୟରେ ସୁସମ୍ପର୍କ ସ୍ଥାପନ ପାଇଁ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସମାଜ ପ୍ରତି ଅଚ୍ୟୁତ ସାମନ୍ତଙ୍କ ସମର୍ପିତ ଜୀବନ, ସାମାଜିକ କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରୟାସ ପାଇଁ ଶ୍ରୀ ସାମନ୍ତଙ୍କୁ ସଂଘ ପକ୍ଷରୁ ଭୂୟସୀ ପ୍ରଶଂସା କରାଯାଇଥିଲା। ସଂଘର ୩ହଜାରରୁ ଊର୍ଦ୍ଧ୍ୱ ଡାକ୍ତର ଓ ବିଶେଷଜ୍ଞଙ୍କ ଉପସ୍ଥିତିରେ ଆପି ସଭାପତି ଡ. ଅମିତ ଚକ୍ରବର୍ତ୍ତୀ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

ଆପି ହେଉଛି ୧ଲକ୍ଷ ୨୦ ହଜାର ପ୍ରବାସୀ ଭାରତୀୟ ଡାକ୍ତରଙ୍କୁ ନେଇ ଗଠିତ ଆମେରିକାର ବହୁ ପୁରାତନ ସଂଘ। ଏହି ସଂଘର ଡାକ୍ତରମାନେ ସମଗ୍ର ଆମେରିକାରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଛନ୍ତି। ଜୁଲାଇ ୪ ତାରିଖ ଆମେରିକାର ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତଙ୍କୁ ସମ୍ମାନୀୟ ବକ୍ତା ଭାବେ ଯୋଗ ଦେବା ପାଇଁ ଆପି ପକ୍ଷରୁ ଅନୁରୋଧ କରାଯାଇଥିଲା। ଆପିର ଅନୁରୋଧ କ୍ରମେ ଶ୍ରୀ ସାମନ୍ତ ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଆପି କାର୍ଯ୍ୟର ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ଆପି ଡାକ୍ତରଙ୍କ ଭାରତରେ ପ୍ରତିମାସର କିଛି ଦିନ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ଆପି ପକ୍ଷରୁ ମଧ୍ୟ ଶ୍ରୀ ସାମନ୍ତଙ୍କ ଅନୁରୋଧକୁ ସମର୍ଥନ ଜଣାଇ ପ୍ରତିମାସ ୭ରୁ ୧୫ ଦିନ ପର୍ଯ୍ୟନ୍ତ ଭାତରରେ ସ୍ୱାସ୍ଥ୍ୟସେବା ପରାମର୍ଶ ଦେବା ପାଇଁ ଆପି ଡାକ୍ତରମାନେ ପ୍ରତିଶ୍ରୁତି ଦେଇଥିଲେ। 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget