ଭୁବନେଶ୍ୱର, ୨୬ ଅଗଷ୍ଟ ୨୦୨୬
ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା ପାଇଁ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ଶ୍ରମିକ ନେତା ଡ. ରାମଚନ୍ଦ୍ର ଖୁଂଟିଆ ଦୃଢ଼ ଦାବି କରିଛନ୍ତି। ରାଜ୍ୟର ସ୍ୱାର୍ଥ ପାଇଁ କେନ୍ଦ୍ରରେ କଂଗ୍ରେସ ସରକାର ଥିବାବେଳେ କେରଳ ରାଜ୍ୟର ସ୍ୱାର୍ଥ ପାଇଁ ସିପିଏମ୍ ନେତାମାନଙ୍କ ସହ କଂଗ୍ରେସ ମୁଖ୍ୟମୁଖ୍ୟମନ୍ତ୍ରୀ ଓମେନ ଚଣ୍ଡି ଧାରଣାରେ ବସିଥିଲେ। ସେହିପରି ପଶ୍ଚିମବଙ୍ଗଳାର ସ୍ୱାର୍ଥ ପାଇଁ କମ୍ୟୁନିଷ୍ଟମାନଙ୍କ ସହ କଂଗ୍ରେସ ସରକାର ଥିବାବେଳେ କଂଗ୍ରେସ ନେତାମାନେ ଧାରଣା ଦେବାର ନଜର ଅଛି।
କଂଗ୍ରେସ ସରକାର ଥିଲାବେଳେ ନାଲ୍କୋ ଘରୋଇକରଣ ଦାବୀରେ ନାଲ୍କୋ କାର୍ଯ୍ୟାଳୟ ସମ୍ମୁଖରେ ମୁଁ ସାଂସଦ ଭାବରେ ଗିରଫ ହୋଇଥିଲି ଏବଂ ଦିଲ୍ଲୀରେ ସଂସଦ ଆଗରେ ଧାରଣା ଦିଆଯାଇଥିଲା। ଏଣୁ ଓଡ଼ିଶା ରାଜ୍ୟର ସ୍ୱାର୍ଥ ପାଇଁ ବିଜେପିର ଓଡ଼ିଶା ନେତାମାନେ କେନ୍ଦ୍ର ସରକାରଙ୍କ ପାଖରେ ଆଇନ ପ୍ରତ୍ୟାହାର କରିବା ଦାବୀ ଉପସ୍ଥାପିତ କରିବା ଆବଶ୍ୟକ। ୨୦୨୬ର ଧାରା ୯ (ଡି) କାର୍ଯ୍ୟକାରୀ ହେଲେ, ୨୦୨୪ ରେ ସୁପ୍ରିମ୍କୋର୍ଟର ରାୟର ଅକାମୀ ହେବ। ଖଣି ଖାଦାନ ଥିବା ୧୫ ଟି ରାଜ୍ୟ ଖଣି ରୟାଲଟି ସଂଗ୍ରହ କରିପାରିବେ ନାହିଁ ଏବଂ ବକେୟା ପାଉଣା ଜୋରିମନା ମଧ୍ୟ ସଂଗ୍ରହ କରିପାରିବେ ନାହିଁ। ଯାହାଫଳରେ ଓଡ଼ିଶାର ଲକ୍ଷକୋଟିର ଉର୍ଦ୍ଧ୍ୱ ଟଙ୍କା ଓଡ଼ିଶା ରାଜକୋଷ ହରାଇବ।
ସମଗ୍ର ଦେଶର ୩୩ ରୁ ୩୫ % ଲୁହାପଥର କେବଳ ଓଡ଼ିଶାରେ ଅଛି। ପ୍ରତିବର୍ଷ ଭାରତରୁ ଉତ୍ପାଦିତ ଉତ୍ପାଦନ ଓ ରପ୍ତାନି ହେଉଥିବା ୫୦% ଲୁହାପଥର କେବଳ ଓଡ଼ିଶାରୁ ଯାଉଛି। ଭାରତବର୍ଷର ସମୁଦାୟ କ୍ରୋମାଇଟ୍ ଡିପୋଜିଟର ୯୮% ୧୮୮ ମିଲିୟନ ଟନ କେବଳ ଓଡ଼ିଶାରେ ଅଛି। ବକ୍ସାଇଟର ୫୧ ରୁ ୫୯% କେବଳ ଓଡ଼ିଶାରେ ଅଛି। ୧୨୫ବିଲିଅନ୍ ଟନ୍ ବକ୍ସାଇଟ ଗଚ୍ଛିତ ଅଛି। ତେଣୁ ଓଡ଼ିଶା ରାଜ୍ୟ ସବୁଠାରୁ ଅଧିକ କ୍ଷତିଗସ୍ତ ହେବ। ଏବର୍ଷର ଓଡ଼ିଶା ରାଜ୍ୟର ୩ ଲକ୍ଷ ୧୦ କୋଟି ଟଙ୍କା ବଜେଟର ମୁଖ୍ୟ ଅଂଶ ଓଡ଼ିଶାର ଖଣି ରୟାଲଟି ଓ ଜୋରିମନାର ଆସିଛି। ଏଣୁ ଏହାର ପ୍ରଭାବ ରାଜ୍ୟ ବଜେଟ ଉପରେ ପଡିବ।
କେନ୍ଦ୍ର ସରକାର ଖଣିଜ ପଦାର୍ଥର ଦର ଓ ସମାନତା ଆଣିବା ପାଇଁ ଶିଳ୍ପପତିମାନଙ୍କୁ ସୁବିଧା ଦେବା ପାଇଁ ବ୍ୟସ୍ତ ହେଉଥିବାବେଳେ ଶ୍ରମିକମାନଙ୍କର ମଜୁରୀରେ ମନେରେଗା ୨୨୨ଟଙ୍କା ଥିବାବେଳେ ଓଡ଼ିଶା ସର୍ବନିମ୍ନ ମଜୁରୀ ୪୭୨ ଟଙ୍କା, ଦିଲ୍ଲୀର ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା, କର୍ଣ୍ଣାଟକର ସର୍ବନିମ୍ନ ମଜୁରୀ ୨୩ ହଜାର ଟଙ୍କା, ତେଲେଙ୍ଗାନାର ସର୍ବନିମ୍ନ ମଜୁରୀ ୨୨ ହଜାର ଟଙ୍କା ପରିବର୍ତେ ସମଗ୍ର ଦେଶରେ ଏକ ଦେଶ ଏକ ମଜୁରୀ କରାଯାଇପାରିବ ନାହିଁ କାହିଁକି ? ଓଡ଼ିଶାରେ ଓ ସାରାଦେଶରେ ଥିବା ଗଚ୍ଛିତ ଖଣିଜ ସମ୍ପଦ କେବଳ କଂଚାମାଲ ଭାବେ ରପ୍ତାନି କରିବା ଆବଶ୍ୟକ। ଉତ୍ପାଦିତ ଖଣିଜ ଦ୍ରବ୍ୟ କେବଳ ଦେଶର ଶିଳ୍ପରେ ବ୍ୟବୌହୃତ ହେବା ଆବଶ୍ୟକ। ଯଦି ସମସ୍ତ ଖଣିଜ ସମ୍ପଦକୁ କେବଳ କଂଚାମାଲ ଭାବରେ ରପ୍ତାନି କରାଯାଏ ତେବେ ୫୦ ବର୍ଷ ପରେ ଦେଶରେ ଓ ଓଡ଼ିଶାରେ ଖଣିଜ ସମ୍ପଦ ଗଚ୍ଛିତ ସରିଯିବାର ଆଶଙ୍କା ଅଛି। ତେଣୁ କଂଚାମାଲ ଖଣିଜ ସମ୍ପଦକୁ ରପ୍ତାନି ବନ୍ଦ କରିବା ପାଇଁ ଡ. ଖୁଂଟିଆ ଦୃଢ଼ ଦାବୀ କରିଛନ୍ତି।
ଏହି ଆଇନ୍ ପରିବର୍ତନ ନ ହେଲେ ଶ୍ରମିକ କର୍ମଚାରୀ, ଚାଷୀ, ମୂଲିଆ ଖଣିଜ ପ୍ରଧାନ ଯାଜପୁର, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ଅନୁଗୁଳ, ତାଳଚେର, ଢ଼େଙ୍କାନାଳ ଜିଲ୍ଲାମାନଙ୍କରେ ଓଡ଼ିଶା ବନ୍ଦ, ଅର୍ଥନୈତିକ ଅବରୋଧ ଓ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଡ. ଖୁଂଟିଆ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ହିମାଂଶୁ ଲେଙ୍କା, ଡ. ମନୀଷାଦାସ ପଟ୍ଟନାୟକ ଉପସ୍ଥିତ ଥିଲେ।

Post a Comment