loading...

ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ସତର୍କତା ସଚେତନତା ଅନ୍ତର୍ଗତ ଗ୍ରାମ ସଭା ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨ ଅଗଷ୍ଟ ୨୦୨୬



ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା” ବିଷୟ ସମ୍ପର୍କୀତ ଗ୍ରାମ ସଭା ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଅଗଷ୍ଟ ୧୮ତାରିଖରେ ଖୋର୍ଦ୍ଧା ଜିଲ୍ଲାର ବନମାଳିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ  ଭାକରସାହି ଠାରେ ବନମାଳିପୁର ଶାଖାର ବରିଷ୍ଠ ଶାଖା ପ୍ରବନ୍ଧକ ମାତୃ ପ୍ରସାଦ ଦାସଙ୍କ ଉପସ୍ଥିତିରେ, ଅଗଷ୍ଟ ୧୯ ତାରିଖରେ କଟକ ଜିଲ୍ଲାର ସମଶରପୁର କଇଥା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାତୋରୀ  ଠାରେ ଆନନ୍ଦ ବଜାର ଶାଖାର ଶାଖା ପ୍ରବନ୍ଧକ ମଣ୍ଟୁ ସାହୁଙ୍କ ଉପସ୍ଥିତିରେ ଏବଂ ଅଗଷ୍ଟ ୨୦ ତାରିଖରେ କଟକ ଜିଲ୍ଲାର ଗୁଣୁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଲିବାସାନଠାରେ କୁହୁଣ୍ଡା ଶାଖାର ଶାଖା ପ୍ରବନ୍ଧକ ସମରେନ୍ଦ୍ର ତ୍ରିପାଠୀ ଏବଂ ବ୍ୟାଙ୍କ ମିତ୍ରଙ୍କ ଉପସ୍ଥିିତିରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ଅବସରରେ ଭିଜିଲାନ୍ସ ଅଧିକାରୀ ନୀରଜ କୁମାର ପ୍ରସାଦ ଏବଂ ଉପସ୍ଥିତ ବ୍ୟାଙ୍କ ଅଧିକାରୀମାନେ ଗ୍ରାମବାସୀ, ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟମାନଙ୍କୁ ଡିଜିଟାଲ ଆରେଷ୍ଟ ଠକେଇ, ମନି ମ୍ୟୁଲ ଆକାଉଣ୍ଟ, କେୱାଇସି, ୟୁପିଆଇ ସୁରକ୍ଷା ଏବଂ ୟୁପିଆଇ ପିନ୍ / ଓଟିପି ସୁରକ୍ଷିତ ରଖିବା ସମ୍ପର୍କରେ ସଚେତନ କରିଥିଲେ। ଅଂଶଗ୍ରହଣକାରୀମାନଙ୍କୁ ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ ଗୋପନୀୟ ତଥ୍ୟ କାହାକୁ ନଜଣାଇବା ଏବଂ ଆକାଉଣ୍ଟକୁ ଅପବ୍ୟବହାରରୁ ଦୂରେଇ ରଖିବାକୁ ସଚେତନ କରାଯାଇଥିଲା। ଏହି ସଚେତନତା କାର୍ଯ୍ୟକ୍ରମଗୁଡିକରେ ସ୍ଥାନୀୟ ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଏହା ମାଧ୍ୟମରେ ତୃଣମୂଳ ସ୍ତରରେ ସଚ୍ଚୋଟତା, ଦାୟିତ୍ୱପୂର୍ଣ୍ଣ ବ୍ୟାଙ୍କିଙ୍ଗ୍ ଏବଂ ସାଇବର ସୁରକ୍ଷାର ବାର୍ତ୍ତା ପହଞ୍ôଚବା ସହିତ ସତର୍କତା ସଚେତନତା ସପ୍ତାହର ସନ୍ଦେଶ “ସମୃଦ୍ଧି ପାଇଁ ସତ୍ୟନିଷ୍ଠା”କୁ ଆହୁରି ସୁଦୃଢ କରାଯାଇପାରିଛି।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget