ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬
ପରିମଳ, ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ୟୁକୋ ବ୍ୟାଙ୍କ, ଭୁବନେଶ୍ୱର ପକ୍ଷରୁ ବିଭିନ୍ନ ସ୍ୱଚ୍ଛତା, ବୃକ୍ଷରୋପଣ ଓ ଜନସଚେତନତା କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ପଖୱାଡ଼ା ପାଳିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍ଏଲ୍ବିସି ଓଡ଼ିଶାର ଆବାହକ ଶ୍ରୀ ପ୍ରଣବ କୁମାର ବିଶ୍ୱାସଙ୍କ ସମେତ ୟୁକୋ ବ୍ୟାଙ୍କ ଭୁବନେଶ୍ୱର ଜୋନ୍ର ଜୋନାଲ ହେଡ୍ ଶ୍ରୀ ଭଗବତ ସିଂହ ଭାକୁନି ଏବଂ କଟକ ଜୋନ୍ର ଜୋନାଲ ହେଡ୍ ଶ୍ରୀମତୀ ବର୍ଷା ଉପସ୍ଥିତ ଥିଲେ।
ଏହି ଅବସରରେ ୟୁକୋ ବ୍ୟାଙ୍କର କଟକ ଓ ଭୁବନେଶ୍ୱର ଜୋନାଲ ଅଫିସ୍ର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଏସ୍ଏଲ୍ବିସି, କର୍ମଚାରୀ ପ୍ରଶିକ୍ଷଣ କେନ୍ଦ୍ର , ମିଡ କର୍ପୋରେଟ ଶାଖା , ଏସ୍ପିପିସି (ଷ୍ଟେଟ୍ ପେନ୍ସନ୍ ପ୍ରୋସେସିଂ ସେଲ୍), ସମ୍ପତ୍ତି ପରିଚାଳନା ଶାଖା, ଫିଲ୍ଡ ଇନସ୍ପେକଟୋରେଟ ଓ ଅଶୋକନଗର ଶାଖାର କର୍ମଚାରୀମାନେ ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏଥିସହ ବୃକ୍ଷରୋପଣ କରାଯାଇ ସ୍ୱଚ୍ଛତା, ପରିମଳ ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଥିଲା।
ଏହି ଅବସରରେ ଶ୍ରୀ ପ୍ରଣବ କୁମାର ବିଶ୍ୱାସ କହିଥିଲେ ଯେ, ସ୍ୱଚ୍ଛତା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ। ସୁସ୍ଥ ଓ ଖୁସି ଜୀବନ ପାଇଁ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଅତ୍ୟନ୍ତ ଆବଶ୍ୟକ। ଏକ ସ୍ୱଚ୍ଛ ଓ ସୁସ୍ଥ ସମାଜ ଗଠନରେ ସମସ୍ତେ ସକ୍ରିୟ ଭାବେ ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୟୁକୋ ବ୍ୟାଙ୍କ ପକ୍ଷରୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ସହ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ସମାଜ ଗଠନରେ ଅଧିକରୁ ଅଧିକ ଜନସହଭାଗିତା ପାଇଁ ଆହ୍ୱାନ ଦିଆଯାଇଥିଲା।

Post a Comment