ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬
‘ସ୍ୱଚ୍ଛତା ହିଁ ସେବା’ ଓ ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ; ସଫେଇ କର୍ମଚାରୀଙ୍କୁ ସାନିଟାଇଜେସନ୍ କିଟ୍ ବଣ୍ଟନ
ବ୍ରହ୍ମପୁର : ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱର ବାର୍ତ୍ତା ନେଇ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ, ବ୍ରହ୍ମପୁର ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା–୨୦୨୬’ ଏବଂ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅନ୍ତର୍ଗତ ଏକ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ରକ ଗାର୍ଡେନଠାରେ ଆୟୋଜିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ବ୍ୟାଙ୍କର କ୍ଷେତ୍ରୀୟ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ। ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରାଯାଇ ‘ଏକ ପେଡ୍ ମା କେ ନାମ’ଅଭିଯାନର ବାର୍ତ୍ତାକୁ ଆଗେଇ ନିଆଯାଇଥିଲା।
ଏହି ଅବସରରେ ଅଞ୍ଚଳର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ନିରନ୍ତର ଭାବେ ନିୟୋଜିତ ସଫେଇ କର୍ମଚାରୀମାନଙ୍କୁ ବ୍ୟାଙ୍କ ପକ୍ଷରୁ ସାନିଟାଇଜେସନ୍ କିଟ୍ ପ୍ରଦାନ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ଯତ୍ନ ନେବା ସହ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ସେବାକୁ ସମ୍ମାନ ଜଣାଇବା ଥିଲା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବ୍ୟାଙ୍କର ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା କେବଳ ଏକ ଅଭିଯାନ ନୁହେଁ, ବରଂ ଏହାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ସହ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ପ୍ରତି ସମସ୍ତଙ୍କୁ ସଚେତନ ହେବାର ବାର୍ତ୍ତା ଦିଆଯାଇଥିଲା।

Post a Comment