ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬
ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭାରତୀୟ ଯୋଗ ସଂସ୍ଥାନ, ସିଡିଏ, କଟକ ସହଯୋଗରେ ସ୍ୱଚ୍ଛତା ହିଁ ସେବା -୨୦୨୬ ଅନ୍ତର୍ଗତ ଏକ ସଫେଇ କାର୍ଯ୍ୟକ୍ରମ କଟକ ସିଡିଏ-୬ସ୍ଥିତ ଜୟପ୍ରକାଶ ନାରାୟଣ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ପୂର୍ଣ୍ଣେନ୍ଦୁ କୁମାର ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏଥିରେ ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ରାଜକିଶୋର ଦାଶ ଏବଂ ପ୍ରଫେସର ଶୈଳଜା ନନ୍ଦୀନି ଜେନା ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସଞ୍ଜୀବ ରଞ୍ଜନ ସହାୟ, ଉପ-ଆଞ୍ଚଳିକ ମୁଖ୍ୟ ଶଙ୍କର ହେମ୍ବ୍ରମ ଏବଂ କଟକ କ୍ଷେତ୍ରର କ୍ଷେତ୍ରୀୟ ମୁଖ୍ୟ ବିବେକାନନ୍ଦ ଷଡଙ୍ଗୀଙ୍କ ସମେତ ମୁଖ୍ୟ ପ୍ରବନ୍ଧକ, ଶାଖା ମୁଖ୍ୟ ଏବଂ ସ୍ଥାନୀୟ ଶାଖା, କ୍ଷେତ୍ରୀୟ କାର୍ଯ୍ୟାଳୟ, ଏମ୍ଏଲ୍ପି ଓ ଆରଏଲ୍ପିର କର୍ମଚାରୀମାନେ ଯୋଗଦେଇଥିଲେ। ସେହିପରି, ଭାରତୀୟ ଯୋଗ ସଂସ୍ଥାନର କେଦାରନାଥ ଜାଲି, ବାବାଜୀ ଚରଣ ବେହେରା ଏବଂ ଯୋଗ ଅଂଶଗ୍ରହଣକାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ସ୍ୱଚ୍ଛତା ଏବଂ ନାଗରିକ ଦାୟିତ୍ୱବୋଧତାର ସନ୍ଦେଶ ଲୋକମାନଙ୍କ ପାଖରେ ପହଞ୍ଚାଇବାର ଏକ ଉତ୍କୃଷ୍ଟ ମାଧ୍ୟମ।

Post a Comment