loading...

ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଏନ୍ଏସିଜି ଇଭାକ ଇଣ୍ଡିଆ ପକ୍ଷରୁ ଯୁବ ସମ୍ମିଳନୀ ଆୟୋଜନ ।

ବାଲ୍ୟ ବିବାହ ପ୍ରଥାର ପ୍ରତିରୋଧ ପାଇଁ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ ଗ୍ରୁପ ଫର ଏଣ୍ଡିଙ୍ଗ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ ଇଣ୍ଡିଆ ପକ୍ଷରୁ ଏକ ଜାତୀୟ ଯୁବ ସମ୍ମିଳନୀ ଆୟୋଜନ।

ବାଲ୍ୟ ବିବାହ ପ୍ରତିରୋଧ ପାଇଁ ଏନ୍ଏସିଜି ଇଭାକ ଇଣ୍ଡିଆ ପକ୍ଷରୁ ଯୁବ ସମ୍ମିଳନୀ ଆୟୋଜନ ।

ଭୁବନେଶ୍ୱର : ବାଲ୍ୟ ବିବାହ ପ୍ରଥାର ପ୍ରତିରୋଧ ପାଇଁ ନେସନାଲ ଆକ୍ସନ ଆଣ୍ଡ କୋର୍ଡିନେସନ  ଗ୍ରୁପ ଫର ଏଣ୍ଡିଙ୍ଗ ଭାଓଲେନ୍ସ ଏଗନେଷ୍ଟ ଚିଲଡ୍ରେନ (ଏନ୍ଏସିଜି ଇଭାକ) ଇଣ୍ଡିଆ ପକ୍ଷରୁ ଏକ ଜାତୀୟ ଯୁବ ସମ୍ମିଳନୀ ଆୟୋଜନ ହୋଇଯାଇଛି । ତେରେ ଦେଶ ହୋଓ ଏନ୍ଏଲ୍, ପିପୁଲସ କଲଚରାଲ ସେଣ୍ଟର (ପିକ) ସହାୟତାରେ ଭଆଲ ପ୍ଲାଟଫର୍ମରେ ଆୟୋଜିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୨୦ ଜଣ ଯୁବ ଅଂଶଗ୍ରହଣକାରୀ ଅଂଶଗ୍ରହଣ କରିଥିଲେ ।

ଏହି ସମ୍ମିଳନୀରେ ଭାରତରେ ବାଲ୍ୟ ବିବାହକୁ ରୋକିବାରେ ଯୁବ ପରିବର୍ଭନାକାରୀଙ୍କ ସମ୍ପୃକ୍ତି ବିଷୟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉସ୍ଥାପନ କରାଯାଇଥିଲା । କୋଭିଡ–୧୯ ମହାମାରୀ ଏବଂ ଲକଡାଉନ୍ ପରବର୍ତ୍ତୀ ସୁତିରେ ବିଭିନ୍ନ ରାଜ୍ୟରୁ ଯୋଗଦେଇଥିବା ଯୁବବର୍ଗ ସେମାନଙ୍କର ଶିକ୍ଷା, ଉଭାବନ, କାର୍ଯ୍ୟପନ୍ଥା ତଥା ବାଲ୍ୟ ବିବାହକୁ ରୋକିବା ପାଇଁ ବିଭିନ୍ନ  ପରାମର୍ଶ ପ୍ରଦାନ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ସାଇଭାକର ଡାଇରେକ୍ଟର ଜେନେରାଲ ଡକ୍ଟର ରିନ୍ଚେନ ଚୋପେଲ କହିଛନ୍ତି ଯେ ଶିଶୁ ଏବଂ ଯୁବକମାନଙ୍କୁ ଆଗକୁ ଆଣି ଆମେ ବାଲ୍ୟ ବିବାହକୁ ରୋକିବାରେ ସଫଳତା ପାଇପାରିବା ଏବଂ ବାଲ୍ୟ ବିବାହକୁ ରୋକିବା ପାଇଁ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

ଓଡ଼ିଶା ମାନବାଧିକାର କମିଶନର ସଦସ୍ୟ ଅସୀମ ଅମିତାଭ ଦାସ ଏହି ଅବସରରେ କହିଥିଲେ ଯେ କୋଭିଡ–୧୯ ମହାମାରୀ ପରେ ବାଲ୍ୟ ବିବାହ ଏକ ଉଦ୍‌ବେଗଜନକ ବିଷୟ ହୋଇଛି । ଏହି ସମୟ ମଧ୍ୟରେ ଅନେକ ପିଲା ଅଳ୍ପ ବୟସରେ ବିବାହ କରିବାକୁ ବାଧ୍ୟ ହୁଅନ୍ତି କାରଣ ବିଦ୍ୟାଳୟଗୁଡ଼ିକ ବନ୍ଦ ଅଛି ଏବଂ ପିଲାମାନେ ବିଦ୍ୟାଳୟକୁ ଯାଇପାରୁ ନାହାନ୍ତି । ଅନେକ ଲୋକ ରୋଜଗାର ହରାଇ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବାରୁ ଝିଅମାନଙ୍କୁ ଏକ ବୋଝ ଭାବି ସେମାନଙ୍କ ବିବାହ କରିଦିଅନ୍ତି । ସେ କହିଛନ୍ତି ଯେ ଯୁବକମାନେ ସମସ୍ତଙ୍କୁ ଜଣାଇବା ଉଚିତ ଯେ ବାଲ୍ୟ ବିବାହ ଏକ ସାମାଜିକ କୁସଂସ୍କାର ଅଟେ ଏବଂ ଏହାକୁ ରୋକିବାରେ ଆମେ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ।

ଡିଏଚ୍– ଏଏର ଭାରତୀୟ ପରିଚାଳକ ଅଙ୍ଗୀପେରୁମାଲ ପପା କହିଛନ୍ତି ଯେ ଏହି ସମ୍ମିଳନୀ ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାଲ୍ୟ ବିବାହକୁ ରୋକିବା ପାଇଁ ସେମାନଙ୍କର ପରାମର୍ଶ ଏବଂଧାରଣା କ’ଣ ସେ ବିଷୟରେ ଯୁବକମାନଙ୍କଠାରୁ ଶୁଣିବା ଏବଂ ମତାମତ ସଂଗ୍ରହ କରିବା । ଏନ୍ଏସିଜି ଇଭାକର ଅଧ୍ୟକ୍ଷ ରଂଜନ କୁମାର ମହାନ୍ତି ସମ୍ଭୋଳନରେ ଅଧ୍ୟକ୍ଷତା କରିଥିବାବେଳେ ଉପ ସଭାପତି ଡି ରୋଶନ କୁମାର ସ୍ୱାଗତ ଭାଷଣ ଦେଇଥିଲେ । ଏନଏସଜି ଇଭାକର ଉପ ସଭାପତି ସଞ୍ଜୟ ଗୁପ୍ତ ବାଲ୍ୟ ବିବାହକୁ ରୋକିବା ପାଇଁ ଯୁବଙ୍କ କାର୍ଯ୍ୟ ସଂକ୍ରାନ୍ତୀୟ ମ୍ୟାନେଲର ପରିଚାଳନା କରିଥିଲେ । 

ଯୁବ ପ୍ରତିନିଧ ଅକୁଲାପାଲି ମନସା, ଔରଙ୍ଗାଲ, ଲେଙ୍ଗାନା, ସୁଶ୍ରୀ ବିଷ୍ଣୁପ୍ରିୟା ପ୍ରଧାନ, କନ୍ଧମାଳ, ଓଡିଶା, ସୁଶ୍ରୀ ଦିବ୍ୟ ଚାନୁମୁଲୁ, ତେଲେଙ୍ଗାନା, ସୁଶ୍ରୀ ମିଡେ ରୂପା, କପା, ଆନ୍ଧ୍ରପ୍ରଦେଶ, ସୁଶ୍ରୀ ପୁଣମ୍ ରାଜପୁତ, ଆଗ୍ରା, ଉତ୍ତରପ୍ରଦେଶ, ସୁଶ୍ରୀ ପ୍ରତିମା ମଣ୍ଡଳ ନୂଆଦିଲ୍ଲୀ, ସୁଶ୍ରୀ ସାଇ କିଆନା, ଅନନ୍ତପୁର, ଆନ୍ଧ୍ରପ୍ରଦେଶ ଏବଂ ବକ୍ତାମାନେ ସେମାନଙ୍କର ଅନୁଭୂତି ଏବଂ କାର୍ଯ୍ୟ ସଂକାନ୍ତରେ ସୂଚନା ଦେଇଥିଲେ ଯାହା ସେମାନେ ବାଲ୍ୟ ବିବାହକୁ ରୋକିବା ପାଇଁ କରିଆସୁଛନ୍ତି । ଏନ୍ଏସିଜି ସାଇଭାକ ଇଣ୍ଡିଆର କୋଷାଧ୍ୟକ୍ଷ ତଥା ନୀତି ଆୟୋଗର ଶିଶୁ ସୁରକ୍ଷା ସମ୍ପର୍କିତ ଷ୍ଟା କମିଟି ସଦସ୍ୟ ସଞ୍ଜୟ ମିଶ୍ର, କୋଭିଡ– ୧୯ ମହାମାରୀ ସମୟରେ ଯୁବକମାନଙ୍କ ଭୂମିକା ଉପରେ ଧ୍ୟାନ ଦେଇ ବାଲ୍ୟ ବିବାହକୁ ରୋକିବା  ଉପରେ ବିଶେଷଜ୍ଞ ପାନେଲ ଆଲୋଚନାକୁ ପରିଚାଳନା କରିଥିଲେ । 

ନୂଆଦିଲ୍ଲୀ ସ୍ଥିତ ଆଇସିଏଆରର ମୁଖ୍ୟ ରଡିଆ ଇସମାଇଲ, ସୁପ୍ରିମକୋର୍ଟର ଆଇନଜୀବୀ ବରୁଣ ପାଠକ, ଗାର୍ଲସ ଆଡଭୋକେସୀ ଆଲାଏନ୍ନର ସୁବ୍ରତ କୁମାର ପଣ୍ଡା, ଇଣ୍ଡିପେଣ୍ଡେଣ୍ଟ ଅଟ୍ର ପ୍ରତିଷ୍ଠାତା ଆଇନଜୀବୀ ବିକ୍ରମ ଶ୍ରୀବାସ୍ତବ ଏବଂ ୱାର୍ଲଡ ଭିଜନ ଇଣ୍ଡିଆର ମାଇକେଲ ପ୍ରଧାନ ପ୍ରମୁଖ ସେମାନଙ୍କ ମତ ରଖିଥିଲେ । ବକ୍ତାମାନେ ବର୍ତ୍ତମାନର ଆଇନଗୁଡିକର କାର୍ଯ୍ୟକାରିତା, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ପ୍ରଣାଳୀ, । ସଂରଚନା ଏବଂ ଯୌତୁକ ପ୍ରଥା ବିରୁଦ୍ଧରେ ସଚେତନତା, ପିତାମାତାଙ୍କ ସମ୍ବେଦନଶୀଳତା ଉପରେ ଧ୍ୟାନ ଦେଇଥିଲେ । ଏନ୍ଏସିଜି ଇଣ୍ଡିଆର ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟା ଆଦିତି ପି କାଉର ଧନ୍ୟବାଦ ଅର୍ପଣ କରିଥିଲେ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget