loading...

ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ପଦକ୍ଷେପମାନ ଗ୍ରହଣ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ପଦକ୍ଷେପମାନ ଗ୍ରହଣ

ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ପଦକ୍ଷେପମାନ ଗ୍ରହଣ

ଭୁବନେଶ୍ୱର, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରମୁଖ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏନେଇ ମହାମାରୀରେ ଶିକାର ହୋଇଥିବା ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ପୁର୍ବ ସ୍ଥିତିକୁ ଆଣିବା ପାଇଁ ରାଜ୍ୟ ସରକାର ୨୮୯ କୋଟି ଟଙ୍କା ମୂଲ୍ୟର ଏକ ସ୍ଵତନ୍ତ୍ର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି । ଏମ୍ଏସ୍ଏମ୍ଇ ବିଭାଗର ଅଭିବୃଦ୍ଧି ପାଇଁ ଉତ୍ପାଦନ ବ୍ୟତିତ, ବଜାର ପ୍ରବେଶ, ବାଣିଜ୍ୟ ଓ ରପ୍ତାନୀ ହେଉଛି ପ୍ରମୁଖ ଉପାଦନ । ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ଆହୁରି ମଜବୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ୨୦୧୩ ମସିହାରୁ ପ୍ରତିବର୍ଷ ଆନ୍ତଜାତୀୟ ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆୟୋଜିତ ହୋଇଥାଏ । 

ଦେଶବିଦେଶରୁ ବହୁ ରାଜ୍ୟ ତଥା ଇରାନ୍ ଓ ବ୍ୟଲାଦେଶ ଭଳି ଦେଶ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଇଥାନ୍ତି । ବିଭିନ୍ନ ବାଣିଜ୍ୟ, ଉତ୍ପାଦ, ଜ୍ଞାନ କୌଶଳର ପ୍ରଦର୍ଶନ ଏବଂ କ୍ରେତା ବିକ୍ରେତାଙ୍କୁ ଗୋଟିଏ ମଞ୍ଚରେ ଏକାଠି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବାଣିଜ୍ୟ ମେଳାର ପରିକଳ୍ପନା କରାଯାଇଛି । ଶିଦ୍ୟୋଗୀମାନଙ୍କ ପାଇଁ ବିଭିନ୍ନ ଯାନ୍ତ୍ରିକ ଜ୍ଞାନକୌଶଳର ପ୍ରତକ୍ଷ୍ୟ ପ୍ରଦର୍ଶନ କରି ନିଜର ଉତ୍ପାଦଗୁଡିକୁ ବଜାର ପ୍ରବେଶ ପାଇଁ ଏକ ଉକୃଷ୍ଟ ସୁଯୋଗ ଏବଂ ବିଭିନ୍ନ ବିଷୟ ଉପରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟଶାଳାରୁ ଶିଳ୍ପଦ୍ୟୋଗୀମାନେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିବେ ।

ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା-୨୦ ୨୧ ଏବର୍ଷ ଇକୋ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍-୩ ଭୁବନେଶ୍ବରରେ ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଯାହାକି ଭୁବନେଶ୍ବରରେ ପ୍ରତିବର୍ଷ ‘ଉଦ୍ୟୋଗୀ ସପ୍ତାହ” ଭାବରେ ମଧ୍ୟ ପାଳନ କରାଯାଇଥାଏ । ୫ ତାରିଖ ସଂନ୍ଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବାଣିଜ୍ୟ ମେଳାର ଶୁଭ ଉନ୍ମୋଚନ ହେବ । କୋଭିଡ଼-୧୯ କୁ ଦୃଷ୍ଟିରେ ରଖୁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତ୍ୟେକ ଗାଇଡ୍‌ଲାଇନ୍‌କୁ ପାଳନ କରି ଏବର୍ଷ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳାରେ କୌଣସି ଅନ୍ୟ ଦେଶର ଅଂଶଗ୍ରହଣକାରୀ ମାନଙ୍କୁ ପ୍ରବେଶ କରାଯାଇନାହିଁ । ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସ୍‌ୟୁ ଏବଂ ଶିଦ୍ୟୋଗୀମାନେ କେବଳ ଅଂଶଗ୍ରହଣ କରିବେ । 

ଏହି ବର୍ଷ ନୁଆ ଷ୍ଟାର୍ଟ ଅପ, ମହିଳା ଉଦ୍ୟୋଗୀ ଏବଂ ମିଶନ୍ ଶକ୍ତିକୁ ଅଗ୍ରାଧୁକାର ଦିଆଯାଇଛି । ରାଜ୍ୟର ସାମାଜିକ ଅର୍ଥନିତିକ ବିକାଶରେ ମିଶନ ଶକ୍ତି ଗୋଷ୍ଠୀର ଅବଦାନକୁ ଦୃଷ୍ଟିରେ ରଖୁ ସେମାନଙ୍କ ସଦସ୍ୟମାନଙ୍କୁ ସଫଳ ଉଦ୍ୟୋଗୀ ଭାବରେ ଆଗକୁ ବଢ଼ିବା ପାଇଁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ମିଶନ୍ ଶକ୍ତି ଏବଂ ଏମ୍ଏସ୍ଏମ୍ଇ ବିଭାଗ ମଧ୍ୟରେ ଏମ୍ଓୟୁ ସ୍ବାକ୍ଷର କରାଯାଇଛି । 

ନିମ୍ନରେ ବିସ୍ତୃତ ଭାବରେ ବିଭିନ୍ନ ବିଷୟ ଉପରେ ୫ଟି ସେମିନାର ଆୟୋଜନ କରିବାକୁ ଯୋଜନା ରହିଛି । ଯାହା ପ୍ରତ୍ୟେକ ଦିନ ୧୦.୩୦ରୁ ୧.୦୦ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଯେପରିକି, ଓଡ଼ିଶାର ଆଗ୍ରା ଏବଂ ଫୁଡ୍ ପ୍ରୋସେସିଙ୍ଗ ୟୁନିଟ୍, ଏମ୍ଏସ୍ଏମ୍ଇ ଏବଂ ଷ୍ଟାଅପ୍ ପାଇଁ ବଜାର ଏବଂ ଆର୍ଥୀକ ଆବଶ୍ୟକତାର ଗୁରୁତ୍ଵ, ଉଦ୍ୟୋଗୀତା କ୍ଷେତ୍ରରେ ମହିଳା ଉଦ୍ୟୋଗୀ, କୃଷ୍ଟର୍ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ବିଷୟ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget