ଭୁବନେଶ୍ୱର, ଓଡ଼ିଶା ବିଧାନସଭା ସଚ୍ଚିବାଳୟ ପରିସରରେ ଓଡ଼ିଶା ପର୍ଯ୍ୟଟନ ନିଗମର ଏକ ଶାଖା ଖୋଲିବା ସମ୍ପର୍କିତ ବୈଠକ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଡ଼. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଏ ସମ୍ପର୍କରେ ଅଲୋଚନା ହୋଇଥିଲା । ବିଧାନସଭା ସଭ୍ୟ, ବିଧାନସଭା ସଚ୍ଚିବାଳୟ କର୍ମଚାରୀ, ସଚ୍ଚିବାଳୟସ୍ଥ ବ୍ୟାଙ୍କ ଏବଂ ଟ୍ରେଜେରୀ କର୍ମଚାରୀ, ବିଦାନସଭାକୁ ଆସୁଥୁବା ଆଗନ୍ତୁକ ପ୍ରଭୃତିଙ୍କୁ ଉନ୍ନତମାନର ଖାଦ୍ୟ ଯୋଗାଣ ପାଇଁ ଓଡ଼ିଶା ପର୍ଯ୍ୟଟନ ନିଗମ ତରଫରୁ ଏକ କ୍ୟାଣ୍ଟିନ୍ ଖୋଲିବା ପ୍ରସ୍ତାବରେ ନିଗମ କର୍ତ୍ତୁପକ୍ଷ ସକାରାତ୍ମକ ଦୃଷ୍ଟିଭଙ୍ଗୀ ରଖୁଥୁବା ପ୍ରକାଶ କରିଥିଲେ ।
ଉପଯୁକ୍ତ ଭିତ୍ତିଭୂମି, କର୍ମଚାରୀଙ୍କ ଦରମା ଇତ୍ୟାଦି ବିଧାନସଭା ସଚ୍ଚିବାଳୟ ତରଫରୁ ଯୋଗାଇଦେଲେ ନିଗମ ତରଫରୁ କ୍ୟାଣ୍ଟିନ୍ ପ୍ରତିଷ୍ଠାରେ କୌଣସି ବାଧା ରହିବ ନାହିଁ ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶକ ସଚିନ ଯାଦବ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ଉପଶାସନ ସଚିବ ଶିଶିରକାନ୍ତ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
Post a Comment