ଭୁବନେଶ୍ବର, କାଜୁ ଚାଷରେ ଏବଂ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯୋଗୁ ଓଡ଼ିଶା କାଜୁ ନିଗମ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । ଗୋଆର ପାଣାଜୀରେ ଭାରତ ସରକାରଙ୍କ କୃଷି ଓ ସମବାୟ ବିଭାଗ ଏବଂ କୋଚିସ୍ଥିତ କାଜୁ ଓ କୋକୋଆ ଉନୟନ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଆଲୋଚନା ଚକ୍ର ଓ ଜାତୀୟ ସ୍ତରୀୟ ସମ୍ମିଳନୀ ଅବସରରେ ଓଡ଼ିଶାକୁ ସମ୍ମାନିତ କରାଯାଇଥିଲା ।
କାକୁ ଚାଷର ପ୍ରଚାର ଓ ପ୍ରସାର ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ ଓ ମୁଭିକା ସଂରକ୍ଷଣ ଏବଂ ଜଳବିଭାଜିକା ଉନ୍ନୟନର ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥୁଲା । ସଂପ୍ରତି କାକୁ ଉତ୍ପାଦନରେ ଓଡ଼ିଶା ଭାରତବର୍ଷରେ ତୃତୀୟ ସ୍ଥାନରେ ରହିଛି । ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାରେ ସମୁଦାୟ ୨ ଲକ୍ଷ ୧୩ ହଜାର ହେକ୍ଟର ଜମିରେ କାଜୁ ଚାଷ ହେଉଥିବାବେଳେ ଏଥିରୁ ବାର୍ଷିକ ୧, ୧୫, ୧୮୮ ମେଟ୍ରିକ୍ ଟନ କାଜୁ ମଞ୍ଜି ଉତ୍ପାଦନ ହେଉଅଛି ଏବଂ ହେକ୍ଟର ପିଛା ଉତ୍ପାଦନ ହାର ୯୭୦ କିଲୋଗ୍ରାମ ରହିଛି ।
କାଜୁ ଉନ୍ନୟନ ନିଗମର ବିଭିନ୍ନ ନର୍ସରୀରୁ ୨୦୨୦-୨୧ ବର୍ଷରେ ପ୍ରାୟ ୩୨ ଲକ୍ଷ କାଜୁ କଲମୀ ଚାରା ଉତ୍ପାଦନ ହୋ ଇଛି ସର୍ବାକ ଜମିରେ କୁଜୁଚାଷ କରିବା ଏବଂ ସର୍ବାଧୂକ ସଂଖ୍ୟକ କାଜୁ କଲମୀ ଚାରା ଉତ୍ପାଦନ କରିବାରେ ଓଡ଼ିଶା ପ୍ରଥମ ସ୍ଥାନ ଅକାର କରିଛି ।
ଦୁଇଦିନିଆ ଏହି ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର ଦାସ, ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଦାନନ୍ଦ ନାୟକ, ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡା, ଅର୍ଥ ପରିଚାଳକ ଶ୍ରୀ ପ୍ରତାପଚନ୍ଦ୍ର ସାହୁ, କ୍ଷେତ୍ର ପରିଚାଳକ ଶ୍ରୀ ରବି ସେଠୀ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ. କଣ୍ଡୁରୀ ଚରଣ ବାରିକ ଏବଂ ଡ. ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ରାଜ୍ୟରୁ କାକୁ ବିଶେଷ ଜ୍ଞ, ଅଗ୍ରଣୀ ଚାଷୀ ଏବଂ ଯୁବ କୃଷି ଉଦ୍ୟୋଗୀ ଯୋଗଦେଇଥିଲେ ।
Post a Comment