loading...

ଭୁବନେଶ୍ବର ୩ ନ କଂଗ୍ରେସ କମିଟିର ନୂତନ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କୁ ମନୋନୀତ କରାଗଲା

ସ୍ଥାନୀୟ ନଖରା ଛକ ନିକଟସ୍ଥ ମା ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଗତ କାଲି ସନ୍ଧ୍ୟା ୭ ଘଟିକା ସମୟରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ଅନ୍ତର୍ଗତ ବ୍ଲକ

ଭୁବନେଶ୍ବର ୩ ନ କଂଗ୍ରେସ କମିଟିର ନୂତନ ସଭାପତି ବ୍ରହ୍ମାନନ୍ଦ ସାହୁଙ୍କୁ ମନୋନୀତ କରାଗଲା

ଭୁବନେଶ୍ୱର, ସ୍ଥାନୀୟ ନଖରା ଛକ ନିକଟସ୍ଥ ମା ଜାଗୁଳାଇ ମନ୍ଦିର ପ୍ରାଙ୍ଗଣରେ ଗତ କାଲି ସନ୍ଧ୍ୟା ୭ ଘଟିକା ସମୟରେ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ କମିଟି ଅନ୍ତର୍ଗତ ବ୍ଲକ ନ ୩ ର କର୍ମୀ ସମ୍ମିଳନୀ ଉତ୍ତର ନିର୍ବାଚନ ମଣ୍ଡଳୀ ର ଦାୟିତ୍ବରେ ଥିବା ତଥା ବରିଷ୍ଠ ବ୍ଲକ ସଭାପତି ଶ୍ରୀ ଅଶୋକ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀ ରେ ପ୍ରଦେଶ କଂଗ୍ରେସ କମିଟିର ପ୍ରର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ କମିଟିର ପ୍ରର୍ଯ୍ୟବେକ୍ଷକ ମିହିର ଆଚାର୍ଯ୍ୟ ଯୋଗଦେଇଥିଲେ । 

ଉପସ୍ଥିତ ସମସ୍ତ କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ୩ ନ ବ୍ଲକ୍ ର ନୂତନ ସଭାପତି ଭାବେ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁଙ୍କୁ ମନୋନୀତ କରିଥିଲେ । ଶ୍ରୀଯୁକ୍ତ ସାହୁ ଙ୍କ ନାମକୁ ପ୍ରର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଘୋଷଣା କରିଥିଲେ । ଉପସ୍ଥିତ ସମସ୍ତ କର୍ମୀ ତାଙ୍କୁ ସ୍ବାଗତ ଜଣାଇଥିଲେ ।ସଭା ଆରମ୍ଭରେ ଏ ଅଞ୍ଚଳର ବହୁ ପୁରୁଖା ବର୍ଷୀୟାନ ନେତା ତଥା ମୁରବି ବଂଶୀଧର ଭୋଳ, କେଦାରନାଥ ଜେନା, ଗଣେଶ ପ୍ରସାଦ ଦାସ, କାମାକ୍ଷା ପ୍ରସାଦ ସ୍ବାଇଁଙ୍କୁ ଉତ୍ତରିୟ ଓ ପୁଷ୍ପମାଲ୍ୟ ଦେଇ ଜିଲ୍ଲା କଂଗ୍ରେସ ତରଫରୁ ତାଙ୍କୁ ସମ୍ମାନିତ କରାଯାଇଥୁଲା । 

ଏହି ସଭାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ ଅନୁପସ୍ଥିତ ଥିବାରୁ ମୋବାଇଲରେ ନୂତନ ସଭାପତିଙ୍କୁ ବଧାଇ ଜଣାଇଥିଲେ। ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବେହେରା ଓ ସଭାର ସଭାପତି ଅଶୋକ ଦାସ କଂଗ୍ରେସ ର ଇତିହାସକୁ ମନେପକାଇ ଗୁଣ ଗାନ କରାଇବା ସହ କର୍ମୀମାନେ ତାଙ୍କର ରାଗରୁଷା ପଛକଥା ଭୁଲିଯାଇ ଏକତ୍ରିତ ହୋଇ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଅନୁରୋଧ କରିଥିଲେ । 

ଗାଁ ପିଠରେ ସମସ୍ତ କର୍ମୀ ଶପଥ କରି କର୍ମୀମାନେ ତାଙ୍କ ଭାଷଣରେ କହିଥିଲେ ଆମେ ଦଳ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବୁ। ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ଦାସ, ଆତ୍ମାରାମ ପତି, ଶ୍ରୀଧର ବଳିୟାର ସିଂ, ହରିହର ସାହୁ,ଅପନି ପ୍ରଧାନ,ବିଜୟ କୁମାର ସ୍ବାଇଁ, ହୃଦାନନ୍ଦ ସାହୁ, ଦେବଦତ୍ତ ରାୟ ଓ ବିଶ୍ୱଜିତ ଡାକୁଆ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget