loading...

ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ଆଜି ମାନ୍ୟବର ମୋଖ୍ୟମନ୍ତ୍ରୀ ଭୁଲିଗଲେ

ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ଆଜି ମାନ୍ୟବର ମୋଖ୍ୟମନ୍ତ୍ରୀ ଭୁଲିଗଲେ । କେବଳ ବିଜୁ ବାବୁଙ୍କ ଜୟନ୍ତି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକ ଜିଲ୍ଲା ସ୍ତରରେ ପଳନ

ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ଆଜି ମାନ୍ୟବର ମୋଖ୍ୟମନ୍ତ୍ରୀ ଭୁଲିଗଲେ

ଭୁବନେଶ୍ୱର, ମାର୍ଚ୍ଚ ୫ ପଞ୍ଚାୟତିରାଜ ଦିବସକୁ ଆଜି ମାନ୍ୟବର ମୋଖ୍ୟମନ୍ତ୍ରୀ ଭୁଲିଗଲେ । କେବଳ ବିଜୁ ବାବୁଙ୍କ ଜୟନ୍ତି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଓ ବ୍ଲକ ଜିଲ୍ଲା ସ୍ତରରେ ପଳନ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି । ୧୯୯୩ ମସିହା ମାର୍ଚ୍ଚ ୫ ତାରିଖ ବିଜୁ ବାବୁଙ୍କ ଜୟନ୍ତୀରେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଆରମ୍ଭ କରିଥିଲେ ପଞ୍ଚାୟତିରାଜ ଦିବସ । ସେଦିନ ଓଡ଼ିଶାରୁ ୩୦ ଗୋଟି ଜିଲ୍ଲାର ୩୧୪ ଗୋଟି ବ୍ଲକ ର ସମସ୍ତ ପଞ୍ଚାୟତ ସରପଞ୍ଚ ଏବଂ ପଞ୍ଚାୟତ ସମିତି ସଭ୍ୟ, ବ୍ଲକ ଉପାଧ୍ୟକ୍ଷ, ଅଧ୍ୟକ୍ଷ ଅଧକ୍ଷାମାନଙ୍କୁ ସ୍ଵତନ୍ତ୍ର ଭାବରେ ନିମନ୍ତ୍ରଣ କରାଯାଇ ଭୁବନେଶ୍ୱରର ଏକ ଖୋଲା ପଡ଼ିଆକୁ ଜନତା ମଇଦାନ ରେ ନାମକରଣ କରାଯାଇ ଏକ ବିରାଟ ସଭା କରି ପ୍ରତ୍ୟେକ ପଞ୍ଚାୟତ ପ୍ରତିନିଧୁମାନଙ୍କୁ ସମ୍ମାନିତ କରିଥିଲେ ।

ସମାଜ ସେବାରେ ମହାନ ଅଧିକାରୀ ଭାବେ କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରାଇ କହିଲେ ମୁଁ ଓଡିଶାର ମୁଖ୍ୟମନ୍ତ୍ରୀ ସରପଞ୍ଚମାନେ ପଞ୍ଚାୟତର ମୁଖ୍ୟମନ୍ତ୍ରୀ । ଗରିବ ଲୋକମାନଙ୍କର ଆର୍ଥିକ ସ୍ୱଚ୍ଛଳତାରେ ଦୁଃଖରେ ସୁଖରେ ଯେଉଁମାନେ ସ୍ୱଚ୍ଛତାର ସହିତ କାର୍ଯ୍ୟ କରିବେ ଆସନ୍ତା ବର୍ଷ ଏହି ମାର୍ଚ୍ଚ ୫ ରେ ଏଠାରେ ତାଙ୍କୁ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଯିବ । କିଛିବର୍ଷ ଜନତା ମଇଦାନରେ ଏ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ୪ ବର୍ଷ ହେଲା ହଠାତ୍ ବନ୍ଦ କରାଯାଇ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧୁମାନଙ୍କୁ ଅଣଦେଖା କରାଗଲା କାହିଁକି ? ଗତ ୨୦୨୦ ମାର୍ଚ୍ଚ ୨୨ ରୁ ସାରା ରାଜ୍ୟରେ ମହାମାରୀ କୋଭିଡ -୧୯ ର ଭୟାବହ ପରିସ୍ଥିତି ଉପୁଜିଥିବା ବେଳେ ସରପଞ୍ଚମାନେ ଅକ୍ଲାନ୍ତ ପରିଶ୍ରମ କରି ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଲୋକମାନଙ୍କୁ ଆଣି ଗ୍ରାମ ପଞ୍ଚାୟତର କୋଭିଡ ସେଣ୍ଟରରେ ରଖୁ ଜନସାଧାରଣଙ୍କର ଯଥେଷ୍ଟ ସେବା କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । 

ସେତେବେଳେ ମାନ୍ୟବର ରାଜ୍ୟ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ ଭାବେ ସମ୍ବର୍ଦ୍ଧିତ କରି କାର୍ଯ୍ୟ କରିବେ ବୋଲି ଏକ ନିର୍ଦ୍ଦେଶନାମା ଜାରି କଲେ । ସରପଞ୍ଚମାନେ ମଧ୍ୟ କରୋନା ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କଲେ । ବଡ ଦୁଃଖର ବିଷୟ ଯେଉଁମାନେ କରୋନା ଯୋଦ୍ଧାଭାବେ କାର୍ଯ୍ୟ କଲେ ତାଙ୍କୁ ପ୍ରଥମ କରୋନା ଟୀକା ପ୍ରଦାନ କରାଗଲା । ଜିଲ୍ଲାପାଳ ହୋଇଥିବା ଏ ସରପଞ୍ଚମାନଙ୍କୁ ଟୀକାଦାନରୁ ବାଦ ଦିଆଯାଇଥିବା ବ୍ୟବସ୍ଥାକୁ ଅଣଦେଖା କରିବା ଏବଂ ପଞ୍ଚାୟତ ରାଜ ଦିବସ କାର୍ଯ୍ୟକ୍ରମକୁ ବାତିଲ କରିବା, ରାଜ୍ୟରେ ଥିବା ୧୭୦୦୦ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧୁମାନଙ୍କୁ ଅଣଦେଖା ପ୍ରତିବାଦରେ ଓଡିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ ମହାସଂଘର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦିଗମ୍ବର ଜେନା ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରି ପଞ୍ଚାୟତି ରାଜ ପରିବର୍ତ୍ତେ ପ୍ରଶାସନ ରାଜ ଚାଲିଛି ବୋଲି ଦାବୀ କରି କ୍ଷୋଭ ପ୍ରକାଶ କରିଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget