loading...

ନିଆଁ ଲାଗିଥିବା ଶିମିଳିପାଳ ଜଙ୍ଗଲ ଘଟଣାରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠିତ

ମୟୁରଭଞ୍ଜ ଜିଲ୍ଲାର ସିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ

ନିଆଁ ଲାଗିଥିବା ଶିମିଳିପାଳ ଜଙ୍ଗଲ ଘଟଣାରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ ଗଠିତ

ଭୁବନେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସିମିଳିପାଳ ଜଙ୍ଗଲରେ ଗତ ସପ୍ତାହେ ଧରି ନିଆଁଲାଗି ଅନେକ ସ୍ଥାନରେ ଜଙ୍ଗଲ ପରିବେଶ ନଷ୍ଟହେବା ସହ ପଶୁପକ୍ଷୀ ଏବଂ ବନ୍ୟଜୀବଜନ୍ତୁଙ୍କର ବ୍ୟାପକ କ୍ଷୟକ୍ଷତି ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ସମେତ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଶାସକ ଦଳର ରାଜନେତାମାନଙ୍କର ଏଥିପ୍ରତି ଆନ୍ତରିକତା ନାହିଁ । ଉପରୋକ୍ତ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଏକ ୬ ଜଣିଆ ଏକ ତଥ୍ୟ ଅନୁସନ୍ଧାନ କାରି ଦଳ ଗଠନ କରିଛନ୍ତି । 

ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତା ୪ ଦିନ ମଧ୍ୟରେ ସଂପୃକ୍ତ କ୍ଷତିଗ୍ରସ୍ତ ଜଙ୍ଗଲ ସୁଳକୁ ଯାଇ କ୍ଷୟକ୍ଷତିର ଆକଳନ କରିବା ସହ ସ୍ଥାନୀୟ ଅଂଚଳବାସୀଙ୍କ ଆଲୋଚନା କରିବେ । ରାଜ୍ୟ ସରକାରଙ୍କ ତରଫରୁ ସିମିଳିପାଳ ଜଙ୍ଗଲର ଏହି ନିଆଁ ଲିଭାଇବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ଏବଂ ବନ୍ୟଜନ୍ତୁ ଓ ଜଙ୍ଗଲର ମୂଲ୍ୟବାନ ବୃକ୍ଷରାଜିର ସୁରକ୍ଷା ନେଇ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ୬ଜଣିଆ କମିଟିରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ହେମନ୍ତ କୁମାର ଦାସ ଆବାହକ ରହିଥିବା ବେଳେ ସର୍ବଶ୍ରୀ ସୁଦର୍ଶନ ଦାସ, ସତ୍ୟସିବ ଦାସ, ପୂର୍ବତନ ସୁରେନ୍ଦ୍ର ପ୍ରସାଦ ପରମାଣିକ, ମହେନ୍ଦ୍ର ନାୟକ, ଓ ଶ୍ରୀମତୀ ମମତା କୁଣ୍ଡୁ ସଦସ୍ୟ ରହିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget