ଭୁବନେଶ୍ୱର, ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ କେବଳ ଜଣେ ମହାନ ବ୍ୟକ୍ତି ନଥିଲେ, ସେଲେ ଏକ ଚିନ୍ତାଧାରା-An Idea in Continuity)। ତାଙ୍କ ଦେଶଭକ୍ତି, ଜାତିପ୍ରୀତି, ସାହସ ଓ ସେବାର ତୁଳନା ନାହିଁ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଜୟଦେବ ଭବନଠାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଉଭୟ ମଞ୍ଚ ଓ ଭର୍ଚୁଆଲ୍ ବ୍ୟବସ୍ଥାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉତ୍ସବରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ଓଡ଼ିଶାକୁ ପ୍ରତି ଯେତ୍ରରେ ଶ୍ରେଷ୍ଠ ରାଜ୍ୟ କରିବା ଥୁଲା ବିଜୁବାବୁଙ୍କର ଏକମାତ୍ର ଲକ୍ଷ୍ୟ ।
ତେଣୁ ସେ କ୍ଷମତାରେ ବେଶୀ ଦିନ ନଥୁଲେ ମଧ୍ୟ ଲୋକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛନ୍ତି । ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ଉନ୍ନତି ଆଣିପାରିଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ହେଉ ବା ବିପର୍ଯ୍ୟୟ ପରିଚାଳନା, ଫୁକିନିବେଶ ବା ଭିତ୍ତିଭୂମି ବିକାଶ - ସବୁକ୍ଷେତ୍ରରେ ଆଜି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସାମାଜିକ ନିରାପତ୍ତା, କ୍ରୀଡ଼ା ଆଦି ପ୍ରତି ଯେତ୍ରରେ ଆମ ରାଜ୍ୟ ସ୍ବତନ୍ତ୍ର ସ୍ଥାନ ପାଇଛି । କେଭିଡ୍ ମହାମାରୀ ନିୟନ୍ତ୍ରଣରେ ଓଡ଼ିଶାର ସଫଳତାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସ୍ବୀକୃତି ଦେଇଛି । ଟୀକାକରଣ କ୍ଷେତ୍ରରେ ମଧ୍ୟ ଭଲ କାମ କରିବାକୁ ହେବ । ଆମର ୫‘ଟି ଉପକ୍ରମ ଓ ‘ମୋ ସରକାର’ ଏକ ବଳିଷ୍ଠ ପଦକ୍ଷେପ । ବିଜୁବାବୁଙ୍କ ସ୍ୱପ୍ନର ଓଡ଼ିଶା ପାଇଁ ଆମକୁ ବିଶ୍ଵ ମାନଦଣ୍ଡରେ ଚିନ୍ତା କରିବାକୁ ପଡ଼ିବ ।
ଛୋଟ ଛୋଟ କଥାକୁ ଭୁଲି ବଡ଼ ଲକ୍ଷ୍ୟ, ବଡ଼ ସ୍ୱପ୍ନ ନେଇ କାମ କଲେ ତାହା ହେବ ବିଜୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋକ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉତ୍ସବରେ ଉପସ୍ଥିତ ରହି ନିଜର ବକ୍ତବ୍ୟରେ ବିଜୁ ପଟ୍ଟନାୟକଙ୍କୁ ଜଣେ ବିରଳ ଐତିହାସିକ ବ୍ୟକ୍ତିତ୍ର ବୋଲି ଚିତ୍ରଣ କରିବା ସହ ଓଡ଼ିଶାରେ ଜନ୍ମ ହୋଇ ସର୍ବଭାରତୀୟ କ୍ଷେତ୍ରରେ ତଥା ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଦେଇପାରୁଥିଲେ ଏବଂ ତାଙ୍କ ପରି ସ୍ବଚିତ ସାହସୀ ବ୍ୟକ୍ତି ଦେଖୁକୁ ମିଳନ୍ତି ବୋଲି କହିଥିଲେ ।
ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ପୁରପଲ୍ଲୀର ଜନନେତା ଯେ କି ଭାରତ ବର୍ଷର ସ୍ଵାଧୀନତା ସଂଗ୍ରାମ, ଇଂରେଜମାନଙ୍କ ପ୍ରତି ଲଜୁଆ ମନୋଭାବ, ଗୁପ୍ତରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ଥାନାନ୍ତର କରିବାଠାରୁ ସୀମା ସୁରକ୍ଷା ଆଦି ପ୍ରତିଟି କାର୍ଯ୍ୟ ସାହସିକତାର ସହ କରିପାରିଲେ । ବାଲିଦ୍ବୀପକୁ ଜାହଜ ପଠାଇ ନୌବାଣିଜ୍ୟ କ୍ଷେତ୍ରରେ ନୂତନ ଉଦାହରଣ ସୃଷ୍ଟି କରିଥିଲେ । ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁର ସଂପାଦକ ଡ. ଲେନିନ୍ ମହାନ୍ତି ସମ୍ମାନିତ ଅତିଥୀ ଭାବେ ଯୋଗଦେଇ କହିଥିଲେ ରାଜ୍ୟ, ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ବିଜୁବାବୁଙ୍କ ପ୍ରଭାବ ରହିଆସିଥୁଲା ।
ଶିଳ୍ପ, ପଞ୍ଚାୟତିରାଜ, ନାରୀ ସଶକ୍ତିକରଣ ପ୍ରତିକ୍ଷେତ୍ରରେ ତାଙ୍କର ସ୍ୱପ୍ନକୁ ସାକାର କରି ଓଡ଼ିଶା ପ୍ରଗତିପଥରେ ବର୍ତ୍ତମାନ ଆଗେଇ ଚାଲିଛି। ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ବିଜୁ ପଟ୍ଟନାୟକ ଜଣେ ଭିନ୍ନ ଦୃଷ୍ଟିଭଙ୍ଗୀର ମଣିଷ ଥିଲେ । ସେ ଜଣେ ରାଜନୀତିଜ୍ଞ ନୁହେଁ, ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ଓଡ଼ିଶାର ରାଜନୀତି, ସାମାଜିକ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ସହ ଦେଶର ସୁରକ୍ଷା ଏବଂ ଭିତ୍ତିଭୂମିର ଉନ୍ନତି ପାଇଁ ଉଦ୍ଦମତା ସହ କାର୍ଯ୍ୟ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଅଭିଭାଷଣରେ ଭୂତପୂର୍ବ ମୁଖ୍ୟ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶା ଜାତିକୁ ପ୍ରାଣଭରି ଭଲ ପାଉଲେ ଏବଂ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ଅହର୍ନିଶ ନିୟୋଜିତ ଥିଲେ ବୋଲି କହିଥିଲେ ।
ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ନିରଞ୍ଜନ ସେ ଅତିଥୁମାନଙ୍କୁ ଧନ୍ୟବାଦ ଅର୍ପଣ ସହ ବିଜୁ ପଟ୍ଟନାୟକଙ୍କର ସ୍ମରଣୀୟ ଗୁଣାବଳୀର ଅବତାରଣା କରିଥିଲେ । ପୂର୍ବାହ୍ନରେ ଜଳସଂପଦ, ସୂଚାନ ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଜୟଦେବ ଭବନ ପରିସରରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।
Post a Comment