ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୪
- ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
- ଓଡ଼ିଶାରେ ଭିତିଭୂମି, ଗମନାଗମନ, ଯୋଗାଯୋଗ ସୁଦୃଢ଼ ହେବ
- ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳହାଣ୍ଡି ଆଦି ଆଦିବାସୀ ଜିଲ୍ଲାର ଆର୍ôଥକ ବିକାଶ ସୁଦୃଢ ହୋଇପାରିବ
- ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ବିଜେଡି ସରକାର ଅମଳରେ ଆନ୍ତରିକତାର ଅଭାବ ଯୋଗୁ ବିକାଶ ବାଧାପ୍ରାପ୍ତ ହୋଇଥିଲା
ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ରେ ନିଆଯାଇଥିବା ନିଷ୍ପତି ଓଡ଼ିଶାବାସୀଙ୍କ ଲାଗି ସର୍ବଦା ସ୍ମରଣୀୟ ହୋଇରହିବ। କ୍ୟାବିନେଟ୍ରେ ଅନୁମୋଦନ ମିଳିଥିବା ସମୁଦାୟ ୮ଟି ରେଳ ପ୍ରକଳ୍ପ ମଧ୍ୟରୁ ଓଡିଶା ପାଇଁ ୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାରରୁ ଊର୍ଦ୍ଧ୍ୱ କୋଟି ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଓଡିଶାର ବିକାଶ ଲାଗି ମୋଦିଜୀଙ୍କ ପ୍ରତିଶ୍ରୁତିବଦ୍ଧତା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ତାଙ୍କୁ କୃତଜ୍ଞତା ଜଣାଇବା ସହିତ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଗତ କାଲି କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ଅନୁମୋଦିତ ହୋଇଥିବା ୬ଟି ରେଳ ପ୍ରକଳ୍ପଗୁଡିକ ହେଲା; ଗୁଣୁପୁର-ଥେରୁବାଲି ନୂତନ ରେଳ ପାଇଁ ୧୩୨୬ କୋଟି, ଜୁନାଗଡ - ନବରଙ୍ଗପୁର ନୂତନ ରେଳ ପ୍ରକଳ୍ପ ପାଇଁ ୩୨୭୪ କୋଟି, ମାଲକାନଗିରି – ଭଦ୍ରାଚଲମ - ପାଣ୍ଡୁରାଙ୍ଗପୁରମ ନୂତନ ରେଳ ପାଇଁ ୪୧୦୯ କୋଟି, ବାଦାମପାହାଡ – କେନ୍ଦୁଝରଗଡ ନୂତନ ରେଳ ପାଇଁ ୨୧୦୭ କୋଟି, ବାଙ୍ଗିରିପୋଷୀ – ଗୋରୁମହିଷାଣି ନୂତନ ରେଳ ପାଇଁ ୨୫୪୯ କୋଟି ଏବଂ ବୁରାମରା – ଚାକୁଳିଆ ନୂତନ ରେଳ ପାଇଁ ୧୬୩୯ କୋଟି ଟଙ୍କା ମଂଜୁରୀ ମିଳିଛି ।
ଶ୍ରୀ ସାମଲ କହିଛନ୍ତି, ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ କରିବ। ନୂତନ ରେଳ ପକଳ୍ପ ଯୋଗୁ ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳହାଣ୍ଡି ଆଦି ଆଦିବାସୀ ଜିଲ୍ଲାର ଆର୍ôଥକ ବିକାଶ ସୁଦୃଢ ହୋଇପାରିବ। ଯେଉଁ ଆଦିବାସୀ ଅଧ୍ୟୁଷିତ ଅଂଚଳଗୁଡ଼ିକୁ ପୂର୍ବରୁ ଯିବାକୁ କଷ୍ଟକର ଥିଲା, ସେସବୁ ଅଂଚଳରେ ଗମନାଗମନ ସୁଦୃଢ଼ ହେବା ସହ କୃଷି, ଶିଳ୍ପ, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରର ବିକାଶ ହୋଇପାରିବ। ଏଥି ସହ ବନ୍ୟଜାତ ଦ୍ରବ୍ୟକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପହଂଚାଇ ଯାଇପାରିବ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ । ରାଜ୍ୟରେ ନୂତନ ଶିଳ୍ପାନୁ ।ନ ପ୍ରତି । ତ୍ୱରାନ୍ୱିତ ହେବ । ଜଳପଥ ସହ ସଂଯୋଗୀକରଣ ସମ୍ଭବ ହେବାରେ ସହାୟକ ହେବ । ବାସ୍ତବରେ ରାଜ୍ୟରେ ରୋଜଗାର ଓ ସ୍ୱରୋଜଗାର କାରଣରୁ ଲକ୍ଷାଧିକ ଓଡିଆ ଯୁବକଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ଅନୁମୋଦନ କରାଯାଇ ବାସହୀନଙ୍କ ପାଇଁ ୩ କୋଟି ପକ୍କାଘର ନିର୍ମାଣ ପାଇଁ ୫ ଲକ୍ଷ ୩୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଦ୍ୱାରା ଓଡିଶାର ଯୋଗ୍ୟ ବାସହୀନ ହିତାଧିକାରୀମାନେ ପକ୍କା ଘର ପାଇପାରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।
କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପରେ ଓଡିଶାର ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ମାତ୍ର ବିଜେଡି ସରକାର ଅମଳରେ ରାଜନୈତିକ ଇଚ୍ଛା ଓ ଆନ୍ତରିକତା ଅଭାବ କାରଣରୁ କେନ୍ଦ୍ରୀୟ ପ୍ରକଳ୍ପଗୁଡିକୁ ବାସ୍ତବ ରୂପ ମିଳି ପାରୁନଥିଲା ଏବଂ ଓଡ଼ିଶାରେ ବିକାଶ ବାଧାପ୍ରାପ୍ତ ହେଉଥିଲା। ମାତ୍ର ଏବେ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିବାରୁ ସମସ୍ତ ବାଧା ଦୂର ହୋଇଛି । ଓଡିଶାର ବିକାଶକୁ କେହି ଅଟକାଇପାରିବେ ନାହିଁ। ପୂର୍ବଭାରତର ବିକାଶ ପାଇଁ ମୋଦିଜୀ ଦେଖିଥିôବା ସ୍ୱପ୍ନ ନିଶ୍ଚୟ ପୂରଣ ହେବ ଏବଂ ବିଜେପି ଶାସନରେ ଓଡ଼ିଶା ପୂର୍ବୋଦୟ ଭାରତର ନେତୃତ୍ୱ ନେବ ବୋଲି ଶ୍ରୀ ସାମଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Post a Comment