loading...

ସୋଆରେ ୬ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ

ଭୁବନେଶ୍ୱର, ୧୦ ଅଗଷ୍ଟ ୨୦୨୪




ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍‌) ପକ୍ଷରୁ ୬ ସ୍ୱାମୀନାଥନ ସ୍ମାରକୀ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥାନ (ଆଇଏ ଆର ଆଇ) ର ବୀଜ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବୈଜ୍ଞାନିକ ଡକ୍ଟର ଶ୍ୟାମଳ କୁମାର ଚକ୍ରବର୍ତୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଦେଶରେ ଶଙ୍କର ଜାତୀୟ ବିହନର ସ୍ଥିତି ଓ ବିଭିନ୍ନ ଫସଲରେ ଏହାର ଆଧୁନିକ ବୈଜ୍ଞାନିକ ଉତ୍ପାଦନର ଦିଗ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ।

ଏହି ବକ୍ତୃତାମାଳାରେ ଆଇଏଏସ୍ ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ ପ୍ରଫେସର ସ୍ୱାମୀନାଥନଙ୍କ ଉଦ୍ଦେଶ୍ୟରେ ସମର୍ପିତ ଓ ନାମିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ। 

ଏହି ଅବସରରେ ଆବାହକ ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଆଇଏଏସ୍ ବୀଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଶାନ୍ତନୁ ସ୍ୱାଇଁ ଓଡିଶାରେ ଶଙ୍କର ଜାତୀୟ ବିହନର ପ୍ରୋତ୍ସାହନ ଦିଗରେ ଆଲୋଚନା କରିବା ସହ ଡକ୍ଟର ଚକ୍ରବର୍ତୀଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ।

ଅଧ୍ୟାପକ ରାଜୀବ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପ୍ରଫେସର ପ୍ରଭାତ କୁମାର ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget