loading...

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,  ଅଗଷ୍ଟ ୨୦୨୪




 ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷରେ ଆଜି ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଏବଂ ସଂସ୍କୃତି ନିର୍ଦ୍ଦେଶାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ନିର୍ଦ୍ଦେଶକ ଶ୍ରୀ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଜିର ବିଦାୟକାଳୀନ ସମାରୋହରେ ଶ୍ରୀ ରାଉତରାଏ କହିଥିଲେ ଯେ, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ହେଉଛି ଆମ ସମସ୍ତଙ୍କ ଗରିମା ଓ ସ୍ୱାଭିମାନ। ଏହି ଓଡ଼ିଆ ସ୍ୱାଭିମାନ କୁ ବଜାୟ ରଖିବା ତଥା ଲୋକକଳା ଓ ସଂସ୍କୃତିର ବହୁଳ ପ୍ରଚାର ପ୍ରସାରରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଏହି ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି। ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗ ପାଇଁ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ଏଥିସହିତ ଆଜିର ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ବିଭାଗରେ କାର୍ଯ୍ୟରତ ଅଧିକାରୀମାନେ ଶ୍ରୀ ରାଉତରାଏଙ୍କ ସହିତ ଥିବା ନିଜର ବୃତ୍ତିଗତ ଅନୁଭୂତି ସମ୍ପର୍କରେ ଅଭିଭାଷଣ ରଖିଥିଲେ। ଏଥିସହିତ ବିଭାଗ ତରଫରୁ ନିର୍ଦ୍ଦେଶକଙ୍କ ସମଗ୍ର କାର୍ଯ୍ୟାବଳୀକୁ ନେଇ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା। ସମଗ୍ର ସଭା ଏକ ଭାବପୂର୍ଣ୍ଣ ବାତାବରଣରେ ପରିପୂର୍ଣ୍ଣ ଥିଲା। ନିର୍ଦ୍ଦେଶକଙ୍କ ର କର୍ମଚାରୀ ମାନଙ୍କ ପ୍ରତିଥିବା ଶ୍ରଦ୍ଧା ଓ କର୍ମଚାରୀ ମାନଙ୍କର ନିର୍ଦ୍ଦେଶକ ଙ୍କ ପ୍ରତି ଥିବା ସମ୍ମାନ ସଭାର ଗମ୍ଭୀରତାରୁ ସ୍ପଷ୍ଟ ଅନୁଭବ କରିହେଉଥିଲା।

ଆଜିର କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଶ୍ରୀ ନିହାର ରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ରାମହରି ଜେନା, ବିଶିଷ୍ଟ ଫୋଟଗ୍ରାଫର ଶ୍ରୀ ଆଶିଷ ଧର, କେନ୍ଦ୍ର ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଂଯୋଜକ ଶ୍ରୀ ମିହିର ସାହୁ ଏବଂ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget