loading...

ହକି ଖେଳାଳିଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବାର୍ତ୍ତାଳାପ

ଭୁବନେଶ୍ୱର, ୮ ଅଗଷ୍ଟ ୨୦୨୪





ଜୟ ଜଗନ୍ନାଥ।

ପ୍ୟାରିସ ଅଲିମ୍ପିକସ୍‌ରେ ସ୍ପେନ ବିରୁଦ୍ଧରେ ଚମକପ୍ରଦ ବିଜୟ ହାସଲ କରି ବ୍ରୋଞ୍ଜ ପଦକ ପାଇଥିବାରୁ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ, ପ୍ରଶିକ୍ଷକ କ୍ରେଗ ଫଲଟନ, ସମସ୍ତ ଖେଳାଳି ଓ ସହାୟକ କର୍ମଚାରୀଙ୍କୁ ମୁଁ ଅଭିନନ୍ଦନ ଜଣାଇଛି। ମୁଁ ସେମାନଙ୍କ ସହ କଥା ମଧ୍ୟ ହେଲି।

ଏହି ବ୍ରୋଞ୍ଜ ପଦକ ବର୍ଷବର୍ଷ ଧରି ହକି ପ୍ରତି ଆମର ଉତ୍ସର୍ଗୀକୃତ ମନୋଭାବର ପ୍ରତିଫଳନ ଅଟେ।

ପ୍ରତ୍ୟେକ ଓଡ଼ିଶାବାସୀ ଏହି ସଫଳତାରେ ଗର୍ବିତ। 

ହକି ଖେଳାଳିମାନେ ଆମ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ସେମାନଙ୍କୁ ଶୀଘ୍ର ଓଡିଶା ଆସିବାକୁ ମୁଁ ନିମନ୍ତ୍ରଣ କରିଛି।

ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ଅନେକ ଅନେକ ଶୁଭେଚ୍ଛା। 

ଭାରତୀୟ ହକି ଦଳ ନିଜର କ୍ରୀଡା ନୈପୁଣ୍ୟ ଦ୍ବାରା ଦେଶର ସମଗ୍ର ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଛନ୍ତି।

ମୁଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଏବଂ ପ୍ରତ୍ୟେକ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରୁଅଛି। 

ଓଡିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଚାରି କୋଟି ଟଙ୍କାର ସ୍ଵତନ୍ତ୍ର ପୁରସ୍କାର ମଧ୍ୟ ଘୋଷଣା କରୁଅଛି।

ଓଡ଼ିଶାର ଅସଂଖ୍ଯ କ୍ରୀଡାବିତଙ୍କୁ ଏହି ସଫଳତା ଉତ୍ସାହିତ କରିବ।

ଧନ୍ୟବାଦ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget