ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୪
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍) ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଗୁରୁବାର କ୍ୟାମ୍ପସ୍ -୪ ରେ ପାର୍ବଣର ବିଶେଷ କାର୍ଯ୍ୟକ୍ରମ ‘ମା’ ଅନୁ ିତ ହୋଇଯାଇଛି।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିଏଟିଭୋର ଏଭଳି ଅଭିନବ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କର ଅଂଶ ଗ୍ରହଣକୁ ଉତ୍ସାହିତ କରିଥିଲେ।
ଏହି ଉତ୍ସବରେ ସୋଆର ପରୀକ୍ଷକ ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ ଓ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଯୋଗ ଦେଇଥିଲେ।
ଆଇଏଏସ୍ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ରିଏଟିଭୋ ଆବାହକ ଡକ୍ଟର ଭୁବନାନନ୍ଦ ଅଧିକାରୀ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ କ୍ରିଏଟିଭୋର ନବ ନିର୍ମିତ କକ୍ଷ ଲୋକାର୍ପିତ ହୋଇଥିବା ବେଳେ ବାର୍ଷିକ ବିବରଣୀ ମଧ୍ୟ ଉନ୍ମୋଚନ ହୋଇଥିଲା।
ଏହି ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଆଧାରିତ ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କ୍ରିଏଟିଭୋ ଦ୍ୱାରା ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଆଇଏଏସ୍ର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଓ ଡକ୍ଟର ଦୀପାଲି ଦାସ ମଂଚ ସଂଯୋଜନା କରିଥିବା ବେଳେ ଶ୍ରୀମତି ଲୋପାମୁଦ୍ରା ମହାନ୍ତି, କ୍ରିଏଟିଭୋର ଉପଦେଷ୍ଟା ପ୍ରଫେସର ବିବୁଧ ପରାଶର ଓ ଅନ୍ୟାନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Post a Comment