loading...

କିସରେ ଐତିହାସିକ ଭଲିବଲ୍‍ ମହୋତ୍ସବ ଉଦ୍‍ଘାଟିତ, ଯୋଗଦେଲେ ୫ହଜାର ଖେଳାଳି

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



 ସର୍ବାଧିକ ୫ହଜାର ଖେଳାଳିଙ୍କୁ ନେଇ ବିଶ୍ୱର ସର୍ବ ବୃହତ ଭଲିବଲ୍‍ ପ୍ରତିଯୋଗିତା ‘କିସ୍‍ ଭଲିବଲ୍‍ ମହୋତ୍ସବ’ ଶୁକ୍ରବାର କିସରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍କିସ୍‍ ଓ ଆନ୍ତର୍ଜାତିକ ଭଲିବଲ୍‍ ସଂଘ ମିଳିତ ଆନୁକୂଲ୍ୟରେ ଏହି ଐତିହାସିକ ଭଲିବଲ୍‍ ମହୋତ୍ସବ ଆୟୋଜନ କରାଯାଇଛି। ଆନ୍ତର୍ଜାତିକ ଭଲିବଲ୍‍ ସଂଘ ‘ଏଫ୍‍ଆଇଭିବି’ର ସଭାପତି ଡ. ଆରି ଗ୍ରାସା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଇଦ୍ରାବାଦସ୍ଥିତ ଆମେରିକା କନ୍‍ସୁଲ୍‍ ଜେନେରାଲ୍‍ ଜେନିଫର ଲାର୍ସନଏଫ୍‍ଆଇଭିବି ଜେନେରାଲ୍‍ ଡାଇରେକ୍ଟର ଫାବିଓ ଆଜେଭେଦୋକିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତକିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହକିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ଓ କିଟ୍‍ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗଦେଇ ଏଥିରେ ଅଂଶଗ୍ରହଣ କରିଥିବା ଦେଶର ବିଭିନ୍ନ ରାଜ୍ୟର ୫ହଜାରରୁ ଊର୍ଦ୍ଧ୍ୱ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

ଖେଳାଳିଙ୍କୁ ଉଦ୍‍ବୋଧନ ଦେଇ ଡ. ଗ୍ରାସା କହିଲେଭଲିବଲ ଜରିଆରେ ଏଫ୍‍ଆଇଭିବି ସମାଜର ସେବା କରିବା ପାଇଁ ଲକ୍ଷ୍ୟ ରଖିଛି। କିସ୍‍ ଭଲିବଲ ମହୋତ୍ସବ ଜରିଆରେ ଏଫ୍‍ଆଇଭିବିର ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। କିସ୍‍ ପରିଦର୍ଶନ କରି ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଦେଖି ସନ୍ତୋଷ ବ୍ୟକ୍ତ କରିବା ସହ କିସ୍‍ ଭଳି ଅନୁଷ୍ଠାନ ବିରଳ ବୋଲି ସେ କହିଥିଲେ। ଏହା ସହ ଅହିଂସା ଜରିଆରେ ଭଲିବଲ୍‍ ହିଁ ବିଶ୍ୱରେ ଶାନ୍ତି ଆଣିପାରିବ ବୋଲି ଡ. ଗ୍ରାସା କହିଥିଲେ।

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇ କହିଥିଲେ ଏହି ମହୋତ୍ସବରେ ୫ହଜାର ଖେଳାଳି ଯୋଗ ଦେଇଥିବା ବେଳେ ୪୦ହଜାର ଦର୍ଶକ ଏହାକୁ ଉପଭୋଗ କରୁଛନ୍ତି। ଡ. ଗ୍ରାସା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ ତାଙ୍କୁ ଧନ୍ୟବାଦ ଦେବା ସହ ଭାରତକୁ ପ୍ରଥମ ଥର ପାଇଁ ଆସିଛନ୍ତି କେବଳ କିଟ୍‍ ଓ କିସ୍‍ ଭଲିବଲ୍‍ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିବାରୁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ଗିନିଜ୍‍ ବୁକ୍‍ ଅଫ୍‍ ୱାର୍ଲଡ ରେକର୍ଡସ ନିମନ୍ତେ ସର୍ବାଧିକ ଖେଳାଳିଙ୍କୁ ନେଇ ଭଲିବଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଓଡ଼ିଶା ତଥା ଭାରତରେ ଭଲିବଲ୍‍ର ବିକାଶ ପାଇଁ କିସ୍‍ ଏଫ୍‍ଆଇଭିବି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା ଦ୍ୱାରା କିସରେ ଥିବା ଭଲିବଲ ଭିତ୍ତିଭୂମିକୁ ଉପଯୋଗ କରି ବହୁ ସଂଖ୍ୟକ ଭଲିବଲ୍‍ ଖେଳାଳି ସୃଷ୍ଟି ହୋଇପାରିବେ। ଏହା ସହିତ ଭଲିବଲ୍‍ ଖେଳାଳିଙ୍କ ପ୍ରୋତ୍ସାହନ ନିମନ୍ତେ କିଟ୍‍ ଓ କିସ୍‍ ପକ୍ଷରୁ ‘ସାମନ୍ତ-ଗ୍ରାସା’ ମେଧାବୃତ୍ତି ଘୋଷଣା କରାଯାଇଥିଲା । ଏହା ଦ୍ୱାରା ଭଲ ପ୍ରଦର୍ଶନ କରୁଥିବା ବିଶ୍ୱର ୨/୩ଜଣ ଭଲିବଲ୍‍ ଖେଳାଳିଙ୍କୁ କିଟ୍‍ ଓ କିସ୍‍ ପକ୍ଷରୁ ସ୍ନାତକ ବା ସ୍ନାତକତ୍ତୋର ଶିକ୍ଷା ପାଇଁ ପୃଷ୍ଠପୋଷକତା ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଥିଲେ


Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget