loading...

ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ୨୦୨୪ (୨୦୨୫ରୁ ପୁରସ୍କାର ରାଶି ୧୦ଲକ୍ଷ, ୭ ଲକ୍ଷ ଓ ୫ ଲକ୍ଷକୁ ବୃଦ୍ଧି)

ଭୁବନେଶ୍ୱର, ୨୩ ଡିସେମ୍ବର ୨୦୨୪




ଓଡ଼ିଶାର ଦିଲିଶା ବେହେରା କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ ୨୦୨୪ ଟାଇଟଲ୍ ହାସଲ୍ କରିଛନ୍ତି । କିଟ୍ ଫିଲ୍ମ ଆଣ୍ଡ ଫେସନ ସ୍କୁଲ୍‍ ପକ୍ଷରୁ ଆୟୋଜିତ ‘କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆ’ ୨୦୨୪ର ଫାଇନାଲ୍ ତଥା ମେଗା ରାଉଣ୍ଡ ସୋମବାର ଶେଷ ହୋଇଛି । ଫାଇନାଲ୍ ରାଉଣ୍ଡରେ ସମଗ୍ର ଦେଶରୁ ୯ଜଣ ଫାଇନାଲିଷ୍ଟଙ୍କୁ ପଛରେ ପକାଇ ଦିଲିଶା ନହ୍ନିପରୀ ମୁକୁଟ ସହ ୩ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ଲାଭ କରିଛନ୍ତି । ସେମିଫାଇନାଲ୍‌କୁ ୨୩ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣ ଫାଇନାଲ୍ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଅରୁଣାଚଳ ପ୍ରଦେଶର ହେମାନ୍ୟ ବୁରଗାହେନ୍‍ ପ୍ରଥମ ଉପବିଜେତା ହୋଇଥିôବା ବେଳେ ମଧ୍ୟ ପ୍ରଦେଶର ଇଶା ଡାଙ୍ଗୀ ଦ୍ୱିତୀୟ ଉପବିଜେତା ହୋଇଥିଲେ। ଏହି ଦୁଇ ଉପବିଜେତାଙ୍କୁ ଯଥାକ୍ରମେ ୧ ଲକ୍ଷ ଓ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଫାଇନାଲ୍ ରାଉଣ୍ଡରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥିଲା । ଏହି ଅବସରରେ କିଟ୍‍ ନହ୍ନିପରୀ ମୁଖ୍ୟ ପୃଷ୍ଠପୋଷକ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ୨୦୨୫ ନହ୍ନିପରୀ ପୁରସ୍କାର ରାଶି ଯଥାକ୍ରମେ ୧୦ଲକ୍ଷ୭ ଲକ୍ଷ ଓ ୫ ଲକ୍ଷକୁ ବୃଦ୍ଧି କରାଯିବ ବୋଲି ଘୋଷଣା କରିଥିଲେ । ଫାଇନାଲ୍‍ ରାଉଣ୍ଡରେ ଫେମିନା ମିସ୍‍ ଇଣ୍ଡିଆ ୱାର୍ଲ୍ଡ ୨୦୨୪ ନିକିତା ପରୱାଲ୍‍ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ପ୍ରଥମ ଉପବିଜେତା ରେଖା ପାଣ୍ଡେ ଏବଂ ଫେମିନା ମିସ୍‍ ଇଣ୍ଡିଆ ୨୦୨୪ ଦ୍ୱିତୀୟ ଉପବିଜେତା ଆୟୁଷୀ ଢ଼ୋଲକିଆ ଜୁରୀ ଭାବେ ଯୋଗ ଦେଇଥିଲେ ।

ଏହି ପ୍ରତିଯୋଗିତାର ୧୦ଟି ବିଭିନ୍ନ ବିଭାଗ ଯଥା ମିସ୍ ରାପୁଞ୍ଜେଲ୍ (ସୁନ୍ଦର କେଶ) ପାଇଁ ମେଘାଳୟର ଦିୱାନ ଖୁସ୍‍ୱାଲିଟିଲ୍ ମିସ୍ ଫଟୋଜେନିକ ପାଇଁ କର୍ଣ୍ଣାଟକର ଆର୍‍ ଗୌଡ଼ଲିଟିଲ୍ ମିସ୍ ସେଲ୍‌ଫି ପାଇଁ (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌) ରାଜସ୍ଥାନର ହିୟାଶ୍ରୀ ପାଲିବଲ୍‍ଲିଟିଲ୍ ମିସ୍ ମୋନାଲିସା ହିମାଚଳ ପ୍ରଦେଶର କସିସ୍‍ ଚାଣ୍ଡେଲ୍‍ଲିଟିଲ୍ ମିସ୍ ଉଇଜ୍‌କିଡ୍ (କୁଇଜ୍‌ରେ ସର୍ବାଧିକ ନମ୍ବର) ଓଡ଼ିଶାର ଦିଲିସା ବେହେରାମିସ୍ ସିଣ୍ଡ୍ରେଲା (ଶ୍ରେଷ୍ଠ ବ୍ୟକ୍ତିତ୍ୱ) ସିକିମ୍‍ର ସୁଦେଷ୍ଣା ଗୁରୁଙ୍ଗମିସ୍ ଉର୍ବଶୀ (ଶ୍ରେଷ୍ଠ ଜ୍ଞାନର ଅଧିକାରିଣୀ) ଓଡ଼ିଶାର ୟଶଶ୍ରୀ ସାଗରିକାମିସ୍‍ ପର୍ସନାଲିଟି ଅରୁଣାଚଳ ପ୍ରଦେଶର ହେମାନ୍ୟମିସ୍‍ ଫେସନ ରାଜସ୍ଥାନର ନାଭ୍ୟା କୁମାବତ ଏବଂ ମିସ୍ ଆକ୍ଟିଭ୍ ପାଇଁ ତ୍ରିପୁରାରେ ରେଶ୍ମି ଘୋଷ ପୁରସ୍କୃତ ହୋଇଥିଲେ । ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ନଗଦ ଅର୍ଥରାଶିମୁକୁଟ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।

ଏଥର ମୋଟ ୪୧ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ସେଥିରୁ ଟାଇଟଲ୍ ବିଜୟିନୀଙ୍କୁ କିଟ୍ ବିଶ୍ୱବିଦ୍ୟାଳୟରେ ଯେ କୌଣସି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଶତ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୧୮ ଲକ୍ଷ ଟଙ୍କା୩ ଲକ୍ଷ ଟଙ୍କା ନଗଦ ଅର୍ଥରାଶି ସହ ମୋଟ୨୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପ୍ରଥମ ରନର୍ସ ଅପ୍‌ଙ୍କୁ ସମୁଦାୟ ପୁରସ୍କାର ରାଶି ୧୦ ଲକ୍ଷ ଥିବା ବେଳେ ୧ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ଏବଂ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ କରାଯିବ । ଦ୍ୱିତୀୟ ରନର୍ସଅପ୍‌କୁ ୫୦ହଜାର ଟଙ୍କା ଓ କିଟ୍‌ରେ ନାମ ଲେଖାଇଲେ ୫୦ ପ୍ରତିଶତ ଫି ଛାଡ଼ ଅର୍ଥାତ ସର୍ବାଧିକ ୯ ଲକ୍ଷ ଟଙ୍କା ଫି ଛାଡ଼ର ବ୍ୟବସ୍ଥା ରହିଛି । ଅନ୍ୟାନ୍ୟ ବର୍ଗରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନହ୍ନିପରୀ ପ୍ରତିଷ୍ଠାତା ମଳୟ ମହାପାତ୍ରନହ୍ନିପରୀ କୋର କମିଟି ସଦସ୍ୟା ଡ. ଶ୍ରଦ୍ଧାଞ୍ଜଳି ନାୟକ ଓ ସୋମା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget