loading...

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରତିଷ୍ଠିତ ଅର୍ଥନିତିଜ୍ଞ ଡଃ ମହନମୋହନ ସିଂଙ୍କ ଅକାଳ ବିୟୋଗରେ ଶୋକ

ଭୁବନେଶ୍ୱର, ୨୭ ଡିସେମ୍ବର ୨୦୨୪


ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପୃଥିବୀର ପ୍ରତିଷ୍ଠିତ ଅର୍ଥନିତିଜ୍ଞ ଡଃ ମନମୋହନ ସିଂ ଙ୍କ ଅକାଳ ବିୟୋଗ ଆମ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଜଣେ ବିଶିଷ୍ଟ ଅର୍ଥଳିତିଜ୍ଞ ଓ ସଜୋଟ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଖ୍ୟାତି ସାରା ଦୁନିଆରେ ଥିଲା। ତାଙ୍କ ସମୟରେ ଭାରତ ବର୍ଷ ଅର୍ଥନିତି ସୁଦୃଢ଼ ଏବଂ ସ୍ଥିର ଥିଲା। ସୂଚନା ଅଧ‌ିକାର, ନିଯୁକ୍ତି ଅଧିକାର, ଶିକ୍ଷା ଅଧୁକାର, ଖାଦ୍ୟ ସୁରକ୍ଷା ଅଧୁକାର, ଅସଂଗଠିତ ଶ୍ରମିକ ଆଇନ ଓ ମହିଳା ଶ୍ରମିକ ମାନଙ୍କର ସେଜୁଆର ହାରସମେଟ ଆଇନ ତାଙ୍କ ସମୟରେ ପ୍ରଣୟନ ହୋଇଥିଳା ଓ କୃଷକ ମାନଙ୍କ ରଣ ଛାଡ ହୋଇଥିଲା । ଓଡ଼ିଶାରେ ତାଙ୍କ ସମୟରେ ଗାଲରକେଲା, ଏନଟିପିସ୍ ସୁପରଥର୍ମାଲ, ନାଲ୍‌କୋ ସଂପ୍ରସାରଣ ଆଇ.ଆଇ.ଟି ଭୁବନେଶ୍ଵର ଓ ଜିଲ୍ଲା ସ୍ତରୀୟ ମେଡ଼ିକାଲ ଓ ୫ଟି ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠିତ ହୋଇଥିଲା। ସେହିଭଳି ଫାଇଲିନ୍, ଅନ୍ୟ ବାତ୍ୟା ଓ ବନ୍ୟା ସମୟରେ କେନ୍ଦ୍ରରୁ ଅଧିକ ଆର୍ଥକ ସହାୟତା ମିଳିଥିଲା । ତାଙ୍କର ସରଳ, ସାଧାରଣ ଜୀବନ, ସଛୋଟ ରାଜନୀତି ଓ ସୂଚିରିତ ଅର୍ଥନୀତି ପାଇଁ ସେ ସବୁଦିନ ପାଇଁ ଅମର ହୋଇ ରହିବେ।

କଂଗ୍ରେସ ଦଳର ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପ୍ରବାଦେଳେ ଓଡ଼ିଆ ଭାଷା ଉଦୀୟ ମାନ୍ୟତା ପାଇଲା ଏବଂ ଓଡ଼ିଶାରେ କାମ ପରିବର୍ତନ ହୋଇ ଓଡ଼ିଶା ହେଲା ଏବଂ ହିନ୍ଦିରେ ଓଡ଼ିଶା ବଦଳରେ ଓଡ଼ିଶା ହେଲା। ତାହା ହେଉଛି ଓଡ଼ିଶାବାସୀ ଓଡ଼ିଶା ପାଇଁ ତା ମନମୋହନ ସିଂଙ୍କର ସବୁଠାରୁ ବଡ଼ ଦାନ । ଯେଉଁ ଓଡ଼ିଆ ଭାଷାକୁ ଏକ ସ୍ଵତନ୍ତ୍ର ଭାଷା ଭାବେ ଲୋକ ଗ୍ରହଣ କରୁଥିଲେ । ଭାରତର ଷଷ୍ଟ ଭାଷା ଭାବରେ ଓଡ଼ିଆ ଭାଷାକୁ ସହାୟ ମାନ୍ୟତା ଦେବା ଓ ଓରିଶାର ନାମ ପରିବର୍ତନ କରି ଓଡ଼ିଶା ନାମ ଦେବା ସବୁଦିନ ପାଇଁ ଓଡ଼ିଶାବାସୀ ଡଃ ମନମୋହନ ସିଂଙ୍କ ପାଇଁ କୃତଜ୍ଞ ହୋଇରହିବେ।

ମୁଁ ୧୨ ବର୍ଷ ରାଜ୍ୟସଭା ସଦସ୍ୟ ଥିବାବେଳେ ତାଙ୍କ ନେତୃତ୍ୱରେ ଦୀର୍ଘ ୧୨ ବର୍ଷ ମୋତେ କାର୍ଯ୍ୟକରିବାର ସୁଯୋଗ ମିଳିଥିଲା । ମୁଁ ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଅମର ଆପର ସଦ୍‌ଗତ କାମନା କରୁଛି।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget