loading...

ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରିବାର ପ୍ରୟାସ କରୁଛି ବିଜେଡି : ବାବୁ ସିଂ

ଭୁବନେଶ୍ୱର, ୧୧ ଜାନୁଆରୀ  ୨୦୨୫





  • ଆଇନ ନିଜ ବାଟରେ ଯାଉଥିବାବେଳେ ବିଜେଡି ତାକୁ ବିରୋଧ କରୁଛି
  • ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖନ୍ତୁ ଦୀପାଲି ଦାସ
  • ପ୍ରବାସୀ ଭାରତୀୟ ଦିବସ ପରିପ୍ରେକ୍ଷୀରେ ବିଜେଡିର ବକ୍ତବ୍ୟ ଓଡିଶାର ଭାବାବେଗକୁ କୁଠାରଘାତ କରିବା ସହ ଓଡିଶାର ସମ୍ମାନକୁ କ୍ଷତି ଆଣିଛି
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ପୂର୍ବତନ ବିଧାୟିକା ଦୀପାଲି ଦାସ ଓ ତାଙ୍କ ପରିବାର ଆଜି ବିଜେପି ବିରୁଦ୍ଧ ଭିତିହୀନ ବକ୍ତବ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ। ଏଥି ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଏହି ପ୍ରସଙ୍ଗରେ ଯେଉଁଭଳି ଭାବରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ଗଣତନ୍ତ୍ରର କିଏ ହତ୍ୟା କରିଛି, ତାହା ଝାରସୁଗୁଡା ଏବଂ ଓଡିଶାବାସୀଙ୍କୁ ବହୁତ ଭଳ ଭାବରେ ଜଣା । ଗତ ୪ମାସ ହେବ ଝାରସୁଗୁଡା ଜିଲ୍ଲାର କିଛି ସମିତିସଭ୍ୟ ଏବଂ ସରପଂଚଙ୍କୁ ଜୋରଜବରଦସ୍ତ କେଉଁଠି ଲୁଚେଇକି ରଖିଛନ୍ତି ବିଜେଡି ନେତା? ଗୋଟିଏ ଦଳ ଦୀର୍ଘ ୨୪ବର୍ଷ ଧରି ଶାସନ କଲା ପରେ, ନିଜ ଅପାରଗତା କାରଣରୁ ବିତାଡିତ ହେବା ପରେ ମଧ୍ୟ ତାଙ୍କର ଶାସନର ମୋହ ଏପର୍ଯ୍ୟନ୍ତ ଛାଡି ନାହିଁ। କିଏ ଏବଂ କେଉଁ ବ୍ୟକ୍ତି ସେମାନଙ୍କୁ ଲୁଚେଇକି ରଖିଥିଲା ତାର ପର୍ଦାଫାସ୍ ହେଉ। ଗତ ୨ଦିନ ତଳେ ଛତିଶଗଡଠାରେ ଏକ ହୋଟେଲରେ ଯେଉଁ ସରପଂଚ ଏବଂ ସମିତିସଭ୍ୟ ରହିଥିଲେ କିଛି ଲୋକ ଅଚାନକ ସେମାନଙ୍କୁ ଉଠେଇବାକୁ ଯାଇଥିଲେ। ପରେ ରାତି ୨ଟାରେ ନବ ଦାସଙ୍କ ପୁଅ ଗୁଣ୍ଡା ଧରି ହୋଟେଲ ଭାଙ୍ଗିବାକୁ ଚେଷ୍ଟା କରିବା ସହ ସରପଂଚ ଏବଂ ସମିତିସଭ୍ୟଙ୍କୁ ଉଠେଇବାକୁ ଚେଷ୍ଟା କରିଥିଲେ। ଗୁଣ୍ଡାଗର୍ଦୀ କରିବା ପୂର୍ବ ସରକାରର ନୀତି ଓ ଆଦର୍ଶ ଥିଲା। ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ବିଜେଡିର ୨୪ବର୍ଷ ଶାସନ କେବଳ ଗୁଣ୍ଡାଗର୍ଦୀରେ ବିତିଛି । ବିଜେଡି ଶାସନ ସମୟରେ କହୁଥିଲେ ‘ଆଇନ ତା ବାଟରେ ଯିବ’, ମାତ୍ର ସେତେବେଳେ ତା ହେଉନଥିଲା। ଏବେ ଯେତେବେଳେ ଆଇନ ନିଜ ବାଟରେ ଯାଉଛି ସେତେବେଳେ ବିଜେଡି ତାକୁ ବିରୋଧ କରୁଛି ବୋଲି ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଛନ୍ତି।
ଆଜି ରାଜ୍ୟ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ଯେଉଁମାନେ ଅନାସ୍ଥା ପ୍ରସ୍ତାବର ଦସ୍ତଖତ କରିଥିଲେ ସେହି ସରପଂଚ ଓ ସମିତି ସଭ୍ୟମାନେ ଦୀର୍ଘ ୪ମାସ ହେବ କାହିଁକି ସେ ଅଂଚଳରେ ନଥିଲେ, ତାଙ୍କୁ କିଏ ବଳପୂର୍ବକ ନେଇ ଯାଇଥିଲା? ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଦିନ ସବୁଠି ନିୟମ ଅଛି ଗ୍ରାମ ସଭା ହେବା କଥା। ଯେଉଁମାନେ ଅନାସ୍ଥା ପ୍ରସ୍ତାବର ଦସ୍ତଖତ କରିଥିଲେ, ସେଦିନ ବି ନଥିଲେ। ତେଣୁ ଯେଉଁମାନେ ଏହି ସରପଂଚ ଓ ସମିତି ସଭ୍ୟମାନଙ୍କୁ ନେଇଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଗଣତନ୍ତ୍ର ପରେ ବର୍ତମାନ ସାମ୍ବିଧାନିକ ବ୍ୟବସ୍ଥାକୁ ହତ୍ୟା କରାଯିବାର ପ୍ରୟାସ କରାଯାଉଛି ବୋଲି ଶ୍ରୀ ସିଂ କହିଛନ୍ତି ।
ଗତକାଲି ସାମ୍ବାଦିକ ସମ୍ମିଳନୀ ବେଳେ ଦୀପାଲି ଦାସ ତାଙ୍କ ବାପାକୁ ପୋଲିସର ବ୍ୟବହାର କରି ହତ୍ୟା କରାଯାଇଥିବା କହିଛନ୍ତି। ଏହାର ଅର୍ଥ ସେ ପ୍ରତ୍ୟକ୍ଷ ଭାବରେ ସ୍ୱୀକାର କରିଛନ୍ତି ତାଙ୍କ ବାପାଙ୍କ ହତ୍ୟା ପଛରେ ପୂର୍ବ ସରକାରର ହାତ ଅଛି। ଯେଉଁ ଦୀପାଲି ଦାସ ବାପାଙ୍କ ଦେହାନ୍ତ ଘଟଣାର ତଦନ୍ତ ପାଇଁ ଥରେ ବି ବିଧାନସଭାରେ ଦାବି କରିନଥିଲେ କିମ୍ବା ପ୍ରସଙ୍ଗ ଉଠାଇନଥିଲେ, ଘଟଣାରେ ନ୍ୟାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ଲଢେଇ କରିନଥିଲେ, ସେ ପରିବାର ପାଖରେ ରାଜନୀତି ହିଁ ସର୍ବସ୍ୱ, ଏହା ଅନୁମେୟ। ଯଦି ଦୀପାଲି ଦାସ ଏବେ ଚାହୁଁଛନ୍ତି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସୁ ତେବେ ସେ ଏବଂ ତାଙ୍କ ପରିବାର ଲିଖିତ ଆକାରରେ ସରକାରଙ୍କ ନିକଟରେ ନବ ଦାସ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରନ୍ତୁ। ଯଦି ଦୀପାଲି ସିବିଆଇ ତଦନ୍ତ ଦାବି କରି ମୁଖମନ୍ତ୍ରୀଙ୍କୁ ନିଜ ବାପାଙ୍କ ହତ୍ୟାର ତଦନ୍ତ ପାଇଁ ଚିଠି ଲେଖଥଦିଅନ୍ତି, ତେବେ ରାଜ୍ୟ ସରକାର ନିଶ୍ଚିତ ହତ୍ୟାକାରୀକୁ ଖୋଜିକି ପ୍ରକୃତ ଦୋଷୀକୁ ସର୍ବସମ୍ମୁଖରେ ଆଣିବେ ଏବଂ ଦୋଷୀ ଦଣ୍ଡ ପାଇବେ। ଆମେ ଏଥିରେ ସହଯୋଗୀ ହେବୁ ବୋଲି ଶ୍ରୀ ସିଂ କହିଛନ୍ତି ।
ଓଡିଶାରେ ପ୍ରବାସୀ ଭାରତୀୟ ସମାରୋହ ଆୟୋଜନ ହେଲା। ଦେଶ ବିଦେଶରୁ ପ୍ରବାସୀ ଓ ଓଡିଆ ଭାରତୀୟମାନେ ଏକାଠି ହେଲେ। ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱାଗତ କରିଛନ୍ତି । ଅନ୍ୟ ପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଯେଉଁ କଥା କହିଛନ୍ତି, ଜଣେ ଭାରତୀୟ ଭାବରେ ସେ ପଶ୍ଚାତାପ୍ କରିବା ଉଚିତ୍‌। ଏପରି ଏକ ଐତିହାସିକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କ ସ୍ୱାଗତ ନକରି ଏହାକୁ ନିନ୍ଦା କରିବା ତାଙ୍କର ଅଣଓଡିଆ ମାନସିକତାର ନିଚ୍ଛକ ପ୍ରମାଣ। ଯାହା ଲାଗୁଛି ସସ୍ମିତ ପାତ୍ର ଏବଂ ତାଙ୍କ ଦଳର ନେତା ମାନେ ଏବେ ବି ସେହି ରିମୋର୍ଟ କଂଟ୍ରୋଲ ଦ୍ୱାରା ପରିଚାଳିତ। ଓଡିଶାବାସିଙ୍କ ଦ୍ୱାରା ପରାଜୟ ହେବା ପରେ ମଧ୍ୟ ସେହି ସମାନ ଅବସ୍ଥା। କେତେ ଦିନ ଏପରି ଭାବରେ ଅନ୍ୟମାନଙ୍କ ଠାରୁ ପରାମର୍ଶ ନେଇ ନିଜ ଦୋଷକୁ ଘୋଡାଇ ଅନ୍ୟକୁ ଦୋଷ ଦେବାର ଅଭିନୟ କରୁଥିବେ ? ବିଜେଡି ମୁଖପାତ୍ରଙ୍କ ଏମିତି ମନ୍ତବ୍ୟ ଓଡିଶାର ଭାବାବେଗ ପ୍ରତି କୁଠାରଘାତ କରିଛନ୍ତି। ଓଡିଶାର ସମ୍ମାନକୁ କ୍ଷତି ଆଣିଛି । ଏଭଳି ହୀନ ବକ୍ତବ୍ୟରୁ ଦୂରେଇ ରହିବା ଉଚିତ୍ ବୋଲି ଶ୍ରୀ ସିଂ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget