loading...

ଭୁବନେଶ୍ୱର, ୨୪ ଜାନୁଆରୀ  ୨୦୨୫



  • କଣାସର ଝାଡାବାନ୍ତି ପ୍ରପୀଡ଼ିତ ଅଞ୍ଚଳ ପହଞ୍ଚିଲା ପିସିସି ତଥ୍ୟ ଅନୁସନ୍ଧାନକକ୍ଷରୀ ଦଳ 
  • ଜିଲ୍ଲା ପ୍ରଶାସନ ଅବହେଳା ପାଇଁ ମହାମାରୀ ରୁପନେଲା ଝାଡାବାନ୍ତି 
  • ମୃତକ ମାନଙ୍କ ପାଇଁ ୧୫ ଲକ୍ଷ କ୍ଷତି ପୂରଣ ଦାବି କଲା ଦଳ 
  • ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୟାର ହେଲା ଏତଲା 
  • ଝାଡାବାନ୍ତି ରୋଗକୁ ମହାମାରୀ ବୋଲି ସରକାର ଘୋଷଣା କରନ୍ତୁ 

ଦୟାନଦୀର  ପ୍ରଦୂଷିତ ପାଣି ବ୍ୟବହାର କରି ଝାଡ଼ା ବାନ୍ତି ରେ ଜଣ ମୃତ୍ୟୁବରଣ କରି ଥିବା ଶତାଧିକ ଆକ୍ରାନ୍ତ ହୋଇଥିବା ପୁରୀ କଣାସ ଅଞ୍ଚଳକୁ ଗତକାଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକକ୍ଷରୀ ଦଳ ସେ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ   ସେଠାରୁ ଫେରିବା ପରେ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥିତିର ଗମ୍ଭୀରତା ବିଷୟରେ ଉଲ୍ଲେଖ କରିବା ସହିତ ପ୍ରଶାସନ ସରକାରଙ୍କୁ ଏହି ଦୁର୍ଭାଗ୍ୟ ଜନକ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ସରକାରଙ୍କ ଚରମ ଅବହେଳା କୁ ଏଭଳି ଅଭାବନୀୟ ଘଟଣା ପାଇଁ ଦାୟୀ ବୋଲି କହିଛନ୍ତି 

କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କଡlମଙ୍କ ନେତୃତ୍ୱରେ ଯାଇଥିବା ଏହି ତଥ୍ୟ ଅନୁସନ୍ଧାନକାରି ଦଳରେ ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ, ଓଡ଼ିଶା ମେଡିକାଲ ଆସୋସିଏସନର ପୂର୍ବତନ ସଭାପତି ଡାକ୍ତର ମଧୁସୂଦନ ମିଶ୍ର, ଓଡ଼ିଶା ହାଇକୋର୍ଟର ଓକିଲ ଜିଆଉଲ୍ ହକ, କଂଗ୍ରେସ ଏସ ସି ସେଲର ପୂର୍ବତନ ଅଧ୍ୟକ୍ଷ ବାଙ୍କ ବିହାରୀ ବେହେରା, ପଛୁଆ ବର୍ଗ ବିଭାଗର ପୂର୍ବତନ ଅଧ୍ୟକ୍ଷ ବିଜୟାନନ୍ଦ ଚଉଳିଆ, ପ୍ରମୁଖ ସାମିଲ ଥିଲେ l ସେମାନେ କଣାସ ବ୍ଲକ ଅଧିନସ୍ଥ  ଗଡିଶାଗଦା ପଞ୍ଚାୟତର ନୂଆଗାଁ ନଇ ପାଟଣା ଗାଁକୁ ଗସ୍ତ କରି ମୃତକ ପରିବାର ଲୋକଙ୍କୁ ଭେଟିବା ସହିତ ଗ୍ରାମବାସୀ, ସ୍ଥାନୀୟ ସରପଞ୍ଚ, କା~ðý ସ୍ବାସ୍ଥ୍ୟ କର୍ମୀ ଡାକ୍ତର ଇତ୍ୟାଦି ଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଥିଲେl ନଈ କୂଳପାଟଣାର ଗୁରେଇ ସେଠୀ, ନୂଆଗାଁର ସଚଳକ୍ଷ ସାହୁ, ସାରଥୀ ପ୍ରଧାନ ମାଗି ଦଳେଇ ଝାଡ଼ା ବାନ୍ତି ରେ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି l ସେମାନଙ୍କ ପରିବାର ବର୍ଗ ଙ୍କୁ ପ୍ରତିନିଧି ଦଳ ଭେଟି ସେମାନଙ୍କ ଦୁଃଖ କାହାଣୀ ଶୁଣିବା ସହିତ ପ୍ରଶାସନ ଅବହେଳା ସ୍ପର୍ଶକାତର ହୀନତା ବିଷୟ ରେ ଜାଣିବାକୁ ପାଇଥିଲେ ।ଏହି ଅବସରରେ ଶ୍ରୀ ହରିଚନ୍ଦନ ପ୍ରତ୍ୟେକ ମୃତକ ପରିବାରକୁ ୫୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ।

ତଥ୍ୟ ମୁତାବକ ଦୟାନଦୀ ପ୍ରଦୂଷିତ ପାଣି କୁ ବ୍ୟବହାର କରି ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଲୋକେ ସ୍ଥାନୀୟ ପି ଏଚ ସି କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ କୌଣସି ସୁବିଧା ପାଇଲେ ନାହିଁ l ରୋଗୀ ଙ୍କୁ ପୁରୀ ବା ଭୁବନେଶ୍ୱର ନେବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ହୋଇପାରିଲା ନାହିଁ l ଠିକ ସମୟରେ ଚିକିତ୍ସା ସୁବିଧା ପାଇଥିଲେ ସେହି ଜଣଙ୍କ ଅମୂଲ୍ୟ ଜୀବନ ବଞ୍ଚିଯାଇ ପାରିଥାନ୍ତା l ମାତ୍ର ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ବା ତତ୍ପରତା ନମିଳିବାରୁ ଏଭଳି ଦୁଃଖଦ ପରିସ୍ଥିତି ସୃଷ୍ଟି ହେଲା 

ଦୟାନଦୀ ପାଣି ପ୍ରଦୂଷିତ ବୋଲି ସ୍ବାସ୍ଥ୍ୟ ଅଧିକାରୀ ମାନେ ଘୋଷଣା କରିଦେଲେ  ଲୋକଙ୍କୁ ଏହାର ପାଣି ବ୍ୟବହାର ନକରିବା ପାଇଁ ସତର୍କ  ମାତ୍ର ପାଣିର ବିକଳ୍ପ ବ୍ୟବସ୍ଥା ପ୍ରଶାସନ କଲା ନାହିଁ  ଯେଉଁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ପାଣି ଯୋଗାଇବାର ବ୍ୟବସ୍ଥା ହୋଇଛି ତାହା ଯଥେଷ୍ଟ ନୁହେଁ  ପାଇପ ପାଣି ଯୋଗାଣ କେବଳ ଘୋଷଣା ରେ ରହିଛି । ପାଣି ଯୋଗାଣ ପ୍ରକଳ୍ପ ଗୁଡ଼ିକ ଅଧପନ୍ତରା ହୋଇ ପଡ଼ି ରହିଛି ଲୋକେ ବାଧ୍ୟ ହୋଇ ନଦୀର ଦୂଷିତ ପାଣି ବ୍ୟବହାର କରୁଛନ୍ତି l ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅସମ୍ଭବ ନିରବତା ଦାୟିତ୍ବହୀନତା ସମସ୍ୟା କୁ ଅତି ଗମ୍ଭୀର କରିଛି 

ମୃତକ ପରିବାର, ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିବାର, ଗ୍ରାମବାସୀ ତଥା ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଗାଁ ମୁଖିଆ ଇତ୍ୟାଦି ଙ୍କ ସହିତ ଆଲୋଚନା କରି ତଥ୍ୟ ଅନୁସନ୍ଧାନକାରି ଦଳ ଜାଣିବାକୁ ପାଇଲେ ଯେ ମୃତକ ମାନଙ୍କ ପରିବାରକୁ ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ସରକାରୀ ସାହାଯ୍ୟ ମିଳି ନାହିଁ  ଏପରିକି ହରିଶଚନ୍ଦ୍ର ଯୋଜନାରେ ସେମାନଙ୍କୁ ଶବଦାହ ପାଇଁ ମଧ୍ୟ ସହାୟତା ଦିଆ ଯାଇ ନାହିଁ ରେଡକ୍ରସରୁ ତତ୍କକ୍ଷଳିକ ଭାବରେ କିଛି ସହାୟତା ସେମାନଙ୍କୁ ଦିଆ ଯାଇ ପାରିଥାନ୍ତା l ମାତ୍ର ପ୍ରଶାସନ ଚରମ ଅବହେଳା ପାଇଁ ତାହା ମିଳି ନାହିଁ 

ପ୍ରଭାବିତ ଗାଁ ଗୁଡ଼ିକୁ ବୁଲିଲା ପରେ ତଥ୍ୟ ଅନୁସନ୍ଧାନ କାରି ଦଳ ଗଡ଼ିଶା ଗଦା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ଚିକତ୍ସିତ ହେଉଥିବା ରୋଗୀଙ୍କୁ ଭେଟିଥିଲେ l ପ୍ରାଥମିକ ସ୍ବାସ୍ଥ୍ୟ ବ୍ୟବସ୍ଥା ସେଠାରେ ଭୁଶୁଡ଼ି ପଡ଼ିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ 

ଆଜିର ସାମ୍ୱାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ତଥ୍ୟ ଅନୁସନ୍ଧାନକକ୍ଷରୀ ଦଳର ମୁଖ୍ୟ ତଥା କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ କଡକ୍ଷମ ଜିଲ୍ଲା ପ୍ରଶାସନ ଚରମ ଅବହେଳା ଏଥିପାଇଁ ଦାୟୀ ବୋଲି କହିବା ସହିତ ଜିଲ୍ଲାପାଳ, ସି ଡ଼ି ଏମ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏକ୍ଜେକୁଟିଭ ଇଞ୍ଜିନିୟର ଙ୍କ ନାମରେ ଏତଲା ଦିଆ ଯାଇଛି ବୋଲି ପ୍ରକାଶ କରିଥିଲେ  ତାହା ସହିତ ମୃତକ ପରିବାର କୁ ୧୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ସରକାର ଦିଅନ୍ତୁ ବୋଲି ଦାବି କରିଥିଲେ 

ଶ୍ରୀ ପ୍ରସାଦ ହରିଚନ୍ଦନ କହିଲେ  ଯେ ପରିସ୍ଥିତି ଗମ୍ଭୀରତା ଦୃଷ୍ଟିରୁ ସରକାର ତୁରନ୍ତ ଏହାକୁ ମହାମାରୀ ଘୋଷଣା କରନ୍ତୁ ଏବଂ ଏହାକୁ ଆୟତ୍ତ କରିବା ଦିଗରେ ବିହିତ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ  ତୁରନ୍ତ ଆର ଏମ ଆର ସି ଦ୍ଵାରା ରକ୍ତ ଝାଡ଼ା ନମୁନା ପରୀକ୍ଷା କରି ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ  ସମଗ୍ର ଅଞ୍ଚଳରେ ପ୍ରତିଷେଧକ ଟୀକା କାରଣ, ପାଣି ବିଶୁଦ୍ଧ କାରଣ ପରିମଳ ବ୍ୟବସ୍ଥା କୁ ନିର୍ମଳ କରିବା ଇତ୍ୟାଦି କୁ ଗୁରୁତ୍ଵ ଦେଇ ବିହିତ ପଦକ୍ଷେପ ନେବାକୁ ସେ ସରକାରଙ୍କୁ ଅନୁରୋଧ କରିଥିଲେ l ତାହା ସହିତ ଦୟାନଦୀ ଗଙ୍ଗୁଆ ନଦୀକୁ  ପ୍ରଦୁଷଣ ମୁକ୍ତ କରିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ମଧ୍ୟ ଦାବି କରିଥିଲେ 

ଆଜିର ସାମ୍ୱାଦିକ ସମ୍ମିଳନୀ ରେ ଶ୍ରୀ କଡକ୍ଷମ ଶ୍ରୀ ହରିଚନ୍ଦନ ଙ୍କ ସହିତ ଶ୍ରୀ ସୁଦର୍ଶନ ଦାସ, ବାଙ୍କ ବିହାରୀ ବେହେରା ବିଜୟାନନ୍ଦ ଚାଉଳିଆ ଉପସ୍ଥିତ ଥିଲେ 

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget