loading...

ଲୋକସେବା ଭବନରେ ଜାତୀୟ ମତଦାତା ଦିବସ ସଂକଳ୍ପ ପାଠ

ଭୁବନେଶ୍ୱର, ୨୪ ଜାନୁଆରୀ  ୨୦୨୫




୧୫ ତମ ଜାତୀୟ ମତଦାତା ଦିବସ ଉପଲକ୍ଷେ ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଜି ଶପଥ ପାଠ କରାଇଛନ୍ତି । ଜାତୀୟ ଭୋଟର ଦିବସର ସଂକଳ୍ପ ଅନୁସାରେ  ଭାରତର ନାଗରିକ ଭାବରେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖି,  ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖିବା ଏବଂ ମୁକ୍ତ, ଅବାଧ, ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ୍ଣ ରଖି, ନିର୍ଭିକ ହୋଇ, ଜାତି, ବର୍ଣ୍ଣ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାଧିକାର ସାବ୍ୟସ୍ତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ  ଏହି ଶପଥ ପାଠ ସମୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଅନ୍ୟ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ପ୍ରକାଶ ଥାଉକି, ଜାନୁଆରୀ ୨୫ ତାରିଖରେ ଜାତୀୟ ଭୋଟର ଦିବସ ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହି ଦିନ ଓଡ଼ିଶା ସମେତ କେତେକ ରାଜ୍ୟରେ ସରକାରୀ ଛୁଟି ଦିବସ ରହୁଥିବାରୁ ଏହାର ପୂର୍ବ ଦିନ ଜାନୁଆରୀ ୨୪ ତାରିଖରେ ଏହି ଶପଥ ପାଠ କରାଯିବା ସମ୍ପର୍କରେ ଭାରତର ନିର୍ବାଚନ କମିଶନଙ୍କ ଠାରୁ ପ୍ରାପ୍ତ  ନିର୍ଦ୍ଦେଶନାମା ପରିପ୍ରେକ୍ଷୀରେ ଲୋକ ସେବା ଭବନ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଜି  ଜାତୀୟ ମତଦାତା ଦିବସ ଉପଲକ୍ଷେ ସଂକଳ୍ପ ପାଠ କରାଯାଇଛି ।  


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget