loading...

ଆଇଟିଇଆର ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଟାଇମ୍ସ ବିଜିନେସ୍ ଆୱାର୍ଡ – ଝାଡ଼ଖଣ୍ଡ ସମ୍ମାନ ପ୍ରଦାନ

ଭୁବନେଶ୍ୱର, ୨୪ ଜାନୁଆରୀ  ୨୦୨୫




 ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)କୁ ପ୍ରଥମ ଟାଇମ୍ସ ବିଜିନେସ୍ ଆୱାର୍ଡ-ଝାଡ଼ଖଣ୍ଡ ୨୦୨୫ରେ ପୂର୍ବ ଭାରତର ଏକ ନମ୍ବର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ସମ୍ମାନ ପ୍ରଦାନ କରାଯାଇଛି। 

ଗତ ଜାନ୍ରୁଆରୀ ୧୭ ତାରିଖରେ ଟାଇମ୍ସ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷା ସମେତ ୩୬ ଟି କ୍ୟାଟେଗୋରୀରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ବଲିଉଡ୍ ତାରକା ସୋନୁ ସୁଦ ଏହି ସମ୍ମାନ ପ୍ରଦାନ କରିଥିଲେ। 

କାର୍ଯ୍ୟକ୍ରମରେ ସୋଆର ଆଇଟିଇଆରକୁ ‘ର‌୍ୟାଗିଙ୍ଗ ମୁକ୍ତ କ୍ୟାମ୍ପସ୍‌’ ଭାବେ ପ୍ରତିପାଦିତ କରାଯାଇଥିଲା। ଆଇଟିଇଆର୍‌ରେ ର‌୍ୟାଗିଙ୍ଗ୍‌କୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯାଏ ନାହିଁ କିମ୍ବା ସେଭଳି ପରିବେଶ ଏଠାରେ ନାହିଁ ବୋଲି ଆୟୋଜିତ କାର୍ଯ୍ୟକ୍ରମରେ କୁହାଯାଇଥିଲା। 

ସୋଆ ପକ୍ଷରୁ ଡିନ୍ (ସ୍ପନ୍ସର୍ଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ କନ୍‌ସଲ୍‌ଟାନି୍ସ) ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ। 

କାର୍ଯ୍ୟକ୍ରମରେ ବରିଷ୍ଠ ଆଇଏଏସ୍ ଅଫିସର ଶ୍ରୀ ଉତ୍କର୍ଷ କୁମାର, ବରିଷ୍ଠ ସାମ୍ବାଦିକ ଶ୍ରୀ ବଲବିର ଦତ, ବିଶିଷ୍ଠ ପରିବେଶବିତ୍ ଶ୍ରୀ କୌଶଳ କିଶୋର ଜୟସ୍ୱାଲ୍‌, ରାଡିସନ୍ ବ୍ଲୁର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ନନ୍ଦିନୀ ଗୁପ୍ତା ଓ ଜେନେରାଲ ମ୍ୟାନେଜର ଶ୍ରୀ ହେମନ୍ତ ମେହେଟା ଅତିଥି ଭାବେ ଯୋଗ ଦେଇଥିଲେ।

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget