loading...

ସୋଆ କୃଷି ବିଜ୍ଞାନ ମହାବିଦ୍ୟାଳୟକୁ ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ

ଭୁବନେଶ୍ୱର, ୨୪ ଜାନୁଆରୀ  ୨୦୨୫

କୃଷି କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ୍‌) କୁ ପ୍ରମୁଖ ସିନେ ପ୍ରତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ ତମ ବାର୍ଷିକ ଉତ୍ସବରେ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଛି। ଏହି ସମ୍ମାନ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ଗ୍ରହଣ କରିଛନ୍ତି। 
କୃଷି ଭିତିକ ଶିକ୍ଷା, ଅଧ୍ୟାପନା, ଗବେଷଣା ତଥା ସମ୍ପ୍ରସାରଣ ଦିଗରେ ଉତ୍କର୍ଷତା ନିମନ୍ତେ ଆଇଏଏସ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। 
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଏହି ସମ୍ମାନ ନିମନ୍ତେ ଆଇଏଏସ୍‌ର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ତଥା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଚଳଚ୍ଚିତ୍ର ଜଗତର ସମ୍ପାଦକ ଶ୍ରୀ ଆଦିକନ୍ଦ ରାଉତ ଓ ସଭାପତି ପ୍ରଫେସର ଶକ୍ତି ପ୍ରସାଦ ଦାଶଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget