ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫
ନୟାଗଡ ଜିଲ୍ଲା ଇଟାମାଟି ଠାରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥିଙ୍କ ଦ୍ଵାରା ତା 24 /2/2025 ଦିନ ଏକ ନୂତନ ଶାଖା ଗୃହ ଉଦ୍ଘାଟିତ ହୋଇଯାଇଛି । ନୟାଗଡ ଜିଲ୍ଲାରେ ଏହା ଷ୍ଟେଟ ବ୍ୟାଙ୍କର 13ତମ ଶାଖା । ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଶ୍ରୀ ପୋନ୍ନମବଲମ ଏମ୍ , ଉପ-ମହାପ୍ରବନ୍ଧକ ଶ୍ରୀ ପ୍ରଶାନ୍ତ କୁମାର , ଖୋର୍ଦ୍ଧା କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ନରେନ୍ଦ୍ର ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ଦ୍ଵାରା ଷ୍ଟେଟ ବ୍ଯାଙ୍କ ଜନସାଧାରଣଙ୍କ ବହୁ ପ୍ରତିକ୍ଷିତ ଦାବୀ ପୂରଣ କରିଛି । ଏହି ଶାଖା ଦ୍ଵାରା ଆଖ ପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଉପକୃତ ହେବେ ।
Post a Comment