loading...

ସମ୍ମମ୍‌ରେ ହେଲ୍‌ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

ଭୁବନେଶ୍ୱର, ୨୫ ଫେବୃଆରୀ ୨୦୨୫




ହେଲ୍‌ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ ଊର୍ଦ୍ଧ୍ୱ ସ୍ୱାସ୍ଥ୍ୟ ଓ ମେଡିକାଲ୍ ରେକର୍ଡ ବିଶେଷଜ୍ଞ ଯୋଗ ଦେଇଥିଲେ।
ସମ୍ମମର ମେଡିକାଲ୍ ରେକର୍ଡସ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହସ୍ପିଟାଲ୍‌ର ମେଡିକାଲ୍ ସର୍ଭିସେସ୍ ମୁଖ୍ୟ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ତଥା ହେଲ୍‌ଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆନର ସଭାପତି ଶ୍ରୀ ସୁରେଶ କାର୍ଲେଟନ ଓ ସଂପାଦକ ଶ୍ରୀ ୱିଲସନ୍ ଥାୟା ଜି ଉପସ୍ଥିତ ଥିଲେ। 
ଡ. ଦାଶ ତାଙ୍କ ବକ୍ତୃତାରେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ଅଭ୍ୟୁଦୟ ପରିପ୍ରେକ୍ଷୀରେ ଡାକ୍ତରୀ ଚିକିତ୍ସାରେ ମେଡିକାଲ୍ ରେକର୍ଡସର ଭୂମିକା ଉପରେ ଆଲୋକପାତ କରିଥିଲେ। 
ଏହି ସମ୍ମିଳନୀର ମୂଳ ପ୍ରସଙ୍ଗ ଥିଲା ‘କରେଂଟ ଟ୍ରେଣ୍ଡସ୍ ଇନ୍ ମେଡିକାଲ୍ ରେକର୍ଡସ ଆଣ୍ଡ ହେଲ୍‌ଥ ଇନ୍‌ଫର୍ମେସନ୍ ମ୍ୟାନେଜମେଂଟ ଉଇଥ ରେଫରେନ୍ସ ଟୁ କ୍ୱାଲିଟି ଆକ୍ରେଡିଟେସନ୍ ଆଣ୍ଡ ମେଡିକୋ ଲିଗାଲ ଆସ୍‌ପେକ୍ଟସ’। 
ଡ. ଦାଶ ମଧ୍ୟ ଆସୋସିଏସନ୍‌ର ୱେବସାଇଟ୍ ଓ ଅନଲାଇନ୍ ପୋର୍ଟାଲକୁ ଏହି ଅବସରରେ ଉନ୍ମୋଚିତ କରିଥିଲେ। ଏହାଛଡ଼ା ଆସୋସିଏସନ୍‌ର ଓଡ଼ିଶା ଶାଖାର ୭ ଜଣ ସଭ୍ୟଙ୍କୁ ସେମାନଙ୍କର ଏହି କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। 
ସମ୍ମାନିତ ସଭ୍ୟମାନେ ହେଲେ ଶ୍ରୀ ବିଜୟ କୁମାର ବେହେରା, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରଣା, ଶ୍ରୀ ମନୋଜ କୁମାର ବେହେରା, ଶ୍ରୀ ନାରାୟଣ ଚନ୍ଦ୍ର ବେହେରା, ଶ୍ରୀ ଅଜୟ କୁମାର ମହାପାତ୍ର, ଶ୍ରୀ ସୁଜିତ କୁମାର ରାଉଳ ଓ ଶ୍ରୀ ରତିକାନ୍ତ ବାରିକ।

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget