ଭୁବନେଶ୍ୱର, ୧୨ ଫେବୃଆରୀ ୨୦୨୫
ନାଲକୋ ପକ୍ଷରୁ ଆଜି ଭୁବନେଶ୍ଵରସ୍ଥିତ ନାଲକୋ ରିସର୍ଚ ଆଣ୍ଡ ଟେକ୍ନୋଲୋଜି ସେଣ୍ଟର ଠାରେ ‘ଏକତାରେ ପ୍ରଗତି’ ଥିମ୍ ଉପରେ ଆଧାରିତ ସର୍ବଭାରତୀୟ ଭେଣ୍ଡର ମିଟ ୨୦୨୫ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନାଲକୋକୁ ବିଭିନ୍ନ ଆନୁଷଙ୍ଗିକ ଏବଂ ଉପଯୋଗୀ ଅଂଶ, କଞ୍ଚାମାଲ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ବିକ୍ରେତା ଏବଂ ପ୍ରୋକ୍ୟୋରର୍ମେଣ୍ଟ ପଲିସି ଡିଭିଜନ(ବ୍ୟୟ ବିଭାଗ, ଭାରତ ସରକାର), ଏମ.ଏସ.ଏମ.ଇ, ଜେମ ତଥା ନାଲକୋର ଅଧିକାରୀମାନେ କମ୍ପାନୀର କ୍ରୟ ସମ୍ବନ୍ଧୀୟ ନୀତି ନିୟମ, ଜେମ କ୍ରୟ ପ୍ରକ୍ରିୟା, ଏମ.ଏସ.ଏମ.ଇ ସମ୍ବନ୍ଧୀୟ ସୂଚନା ଏବଂ ଟି.ଆର.ଇ.ଡି.ଏସ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଉପସ୍ଥାପନା ଏବଂ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା ।
ଏହି ଅବସରରେ ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିସହ ସହ ନାଲକୋର ନିର୍ଦ୍ଦେଶକ (ବାଣିଜ୍ୟିକ) ଶ୍ରୀ ସଦାଶିବ ସାମନ୍ତରାୟ ଏବଂ ନିର୍ଦ୍ଦେଶକ (ଉତ୍ପାଦନ) ଶ୍ରୀ ପଙ୍କଜ କୁମାର ଶର୍ମାଙ୍କ ସମେତ ସାର୍ବଜନୀନ କ୍ରୟ ବିଭାଗ (ଅର୍ଥ ମନ୍ତ୍ରଣାଳୟ)ର ନିର୍ଦ୍ଦେଶକ ଶ୍ରୀ ମନୀଷ ଭାଟିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସାର୍ବଜନୀନ କ୍ରୟ ବିଭାଗ, ଏମ.ଏସ.ଏମ.ଇ, ଆର.ଏକ୍ସ.ଆଇ.ଏଲ, ଜେମ ଏବଂ ନାଲକୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବିଭିନ୍ନ ନିର୍ଦ୍ଦେଶାବଳୀ ଏବଂ ସୁବିଧା ଉପରେ ସୂଚନା ବିସ୍ତାର ପାଇଁ ଏହିପରି ଏକ ମତାମତ ବିନିମୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିକ୍ରେତାମାନେ ନାଲକୋ ର ପଦକ୍ଷେପକୁ ପ୍ରଶଂସା କରିଥିଲେ ।
Post a Comment