loading...

ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ଝାରସୁଗୁଡ଼ା ପୋଲିସ ଏତେଲା କୁ ପିସିସି ପକ୍ଷରୁ ବିରୋଧ l

ଭୁବନେଶ୍ୱର,  ଫେବୃଆରୀ ୨୦୨୫




  • ବିରୋଧୀ ଦଳର ନେତାଙ୍କ ବିରୁଦ୍ଧରେ ପୋଲିସର ମକଦ୍ଦମା ରୁଜୁ ରାଜନୈତିକ ଅସହିଷ୍ଣୁତା ର ନିଦର୍ଶନ l
  • ପୋଲିସ ମହା ନିର୍ଦ୍ଦେଶକ ଙ୍କୁ ଭେଟି ପ୍ରତିବାଦ ଜଣାଇବ କଂଗ୍ରେସ l
ଗତ ପେବୃୟାରୀ ୬ ତାରିଖରେ ଝାରସୁଗୁଡ଼ା ପୋଲିସ ସଂସଦ ର ବିରୋଧୀ ଦଳର ନେତା ତଥା କଂଗ୍ରେସ ନେତା ଶ୍ରୀ ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୫୨ ଓ ଧାରା ୧୯୭ (I) (d) ରେ ମାମଲା ରୁଜ୍ଜୁ କରିବା ଘଟଣାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବା ସହିତ ଏହା ଉପରେ ଓଡ଼ିଶା ପୋଲିସ ମହନିର୍ଦ୍ଦେଶକଙ୍କ ପାଖରେ ପୋଲିସ ର ଏହି କାର୍ଯ୍ୟ ବିରୋଧରେ କୈଫତ ତଲବ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି l
ରାହୁଳ ଗାନ୍ଧୀ ଙ୍କ ନାମରେ ଯେଉଁ ଦଫା ଲଗାଇ ତାଙ୍କ ବିରୋଧରେ ମାମଲା ଦାୟର ହୋଇଛି ତାହା ଅଗଣତାନ୍ତ୍ରିକ, ହୀନ ଚକ୍ରାନ୍ତ ଓ ଅସହିଷ୍ଣୁ ରାଜନୀତି ର ପରିଚାୟକ l  ଶାସକ ବିଜେପି ଓ ଆର ଏସ ଏସ ବିରୋଧରେ ରାହୁଳ ଗାନ୍ଧୀଙ୍କ ବକ୍ତବ୍ୟ ସମ୍ବିଧାନ ବା ଆଇନ ବିରୋଧୀ ନୁହଁ l ଗଣତନ୍ତ୍ର ରେ ଗୋଟିଏ ଦଳ ବା ସରକାର ପ୍ରତି ବିରୋଧାଭାସ ଆଇନ ଉଲ୍ଲଂଘନ ନୁହେଁ l ପୁନଶ୍ଚ ସମ୍ବିଧାନ ସ୍ଵାଧୀନ ମତ ବ୍ୟକ୍ତ କରିବାର କ୍ଷମତା ପ୍ରତିଟି ନାଗରିକଙ୍କୁ ଦେଇଛି l ମାତ୍ର ବିରୋଧୀ ଦଳ ପ୍ରତି ଆସହିଷ୍ଣୁ ହୋଇ ରାହୁଳ ଗାନ୍ଧୀ ଙ୍କ ବିରୁଦ୍ଧରେ ମକଦ୍ଦମା ଦାୟର କରିବେ ହୀନ ରାଜନୀତି ଓ କାପୁରୁଷତା ବୋଲି ପ୍ରଦେଶ କଂଗ୍ରେସ କହିଛି l
ରାହୁଳ ଗାନ୍ଧୀ କେବଳ କଂଗ୍ରେସ ଦଳର ନେତା ନୁହନ୍ତି l ସେ ମଧ୍ୟ ବିରୋଧୀ ଦଳର ନେତା, ଯାହାକି ଏକ ସାମ୍ବିଧାନିକ ପଦ l ବିରୋଧୀ ଦଳର ନେତା ହିସାବରେ ତାଙ୍କ ବିରୋଧରେ ମାମଲା ଦାୟର କରିବା ପୂର୍ବରୁ ପୋଲିସ ସଂପୃକ୍ତ ଉଚ୍ଚ ଅଧିକାରୀ ବା ବିଧି ବିଧାନ କୁ ଅନୁସରଣ କରିବା ଉଚିତ l ମାତ୍ର ତାହା ନକରି ଝାରସୁଗୁଡ଼ା ପୋଲିସ ତାଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରିବା ଦୁର୍ଭାଗ୍ୟ ଜନକ l ପୋଲିସ ମହନିର୍ଦ୍ଦେଶକ ଏହାର କୈଫତ ଦବା ଦରକାର l 
ପୋଲିସ ମହାନିର୍ଦ୍ଦେଶକ ଙ୍କୁ ଏହି ପ୍ରଙ୍ଗରେ ଭେଟି ଦଳ ପକ୍ଷରୁ ଅଭିଯୋଗ କରିବାର ନିଷ୍ପତି ହୋଇଛି ଏବଂ ଏଥି ପାଇଁ ତାଙ୍କର ସମୟ ମଗା ଯାଇଛି ବୋଲି ଦଳର ବରିଷ୍ଠ ନେତା ଶ୍ରୀ ଶିବାନନ୍ଦ ରାୟ ଓ ସୁଦର୍ଶନ ଦାସ ଜଣାଇଛନ୍ତି l

Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget