loading...

ଏଆଇପିଏନ୍‌ବିଓଏ ପକ୍ଷରୁ ଚତୁର୍ଥ ବାର୍ଷିକ ସାଧାରଣ ବୈଠକ

ଭୁବନେଶ୍ୱର,  ଫେବୃଆରୀ ୨୦୨୫




ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ (ଏଆଇପିନ୍‌ବିଓଏ) କଟକ ମଣ୍ଡଳ ପକ୍ଷରୁ ଏହାର ଚତୁର୍ଥ ବାର୍ଷିକ ସାଧାରଣ ନିକାୟ ବୈଠକ ହୋଟେଲ ସ୍ୱସ୍ତି ପ୍ରିମିୟମ୍‌ର ଚାଣକ୍ୟ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କଟକ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ଶାଖାରୁ ବହୁ ଅଧିକାରୀ ତଥା ରାଜ୍ୟର ଅନ୍ୟାନ୍ୟ ମଣ୍ଡଳରୁ ବହୁ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ। ଏଥିରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ରାଜେଶ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ କଟକ ଅଞ୍ଚଳ ଅନ୍ତର୍ଗତ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ କଟକ ମଣ୍ଡଳ ସେକ୍ରେଟାରୀ ଦୀପକ କୁମାର ପ୍ରଧାନ ଯୋଗଦେଇ ଅଧିକାରୀମାନଙ୍କ ବିଭିନ୍ନ ଅସୁବିଧା, ମାର୍ଚ୍ଚରେ ହେବାକୁ ଥିବା ଦୁଇଦିନିଆ ଧର୍ମଘଟ ଏବଂ ପର୍କ୍ୟୁଜାଇଟ୍ କର ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଏକଜୁଟ୍ ହୋଇ ରହିବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ କଟକ ମଣ୍ଣଳ ପ୍ରମୁଖ ଜଗବନ୍ଧୁ ପାଢୀ, ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ ପ୍ରବନ୍ଧକ କ୍ଷେତ୍ରବାସୀ ମିଶ୍ର, ଅର୍ଗାନାଇଜିଙ୍ଗ୍ ସେକ୍ରେଟାରୀ ଆକାଶ ଦାଶ, ପରାମର୍ଶଦାତା ପ୍ରକାଶ ସାହୁ ଏବଂ ମଣ୍ଡଳ ପ୍ରେସିଡେଣ୍ଟ ଗୈାରକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget