loading...

ଗୋପବନ୍ଧୁ ଏକାଡେମୀରେ ନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ନିଯୁକ୍ତି ପ୍ରବେଶ ପ୍ରଶିକ୍ଷଣର ଶୁଭାରମ୍ଭ

ଭୁବନେଶ୍ୱର, ୦୯ ଫେବୃଆରୀ ୨୦୨୫




ଅନ୍ତର୍ଭୁକ୍ତିକରଣ ନାଗରିକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ସୁଶାସନ ସଂପର୍କିତ ପ୍ରଶିକ୍ଷଣକୁ ଗୁରୁତ୍ୱନବ ନିଯୁକ୍ତ ଓଡ଼ିଶା ପ୍ରଶାସନିକ ସେବା (ପ୍ରତ୍ୟକ୍ଷ ନିଯୁକ୍ତି-୨୦୨୨) ପଦୋନ୍ନତି ନିଯୁକ୍ତି (୨୦୨୦-୨୪) ବ୍ୟାଚ୍ ପାଇଁ ସେବା ନିଯୁକ୍ତି ପ୍ରବେଶ ପ୍ରଶିକ୍ଷଣ( ଇଣ୍ଡକ୍ସନ ଟ୍ରେନିଂ ) କାର୍ଯ୍ୟକ୍ରମର ଆରମ୍ଭ ହୋଇଛି ଏହାକୁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀ ଜି. ମାଥିଭାଥନନ୍ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏହି କାର୍ଯ୍ୟକ୍ରମର ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ଅତ୍ୟାବଶ୍ୟକ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଏବଂ ଶାସନ ଦକ୍ଷତା ପ୍ରଦାନ କରିବାରେ ସହାୟକ ହେବ ଶ୍ରେଣୀଭିତ୍ତିକ ଶୈକ୍ଷିକ ଅଧିବେଶନ ତଥା କ୍ୟାମ୍ପସ ବାହାରେ ଶିକ୍ଷଣ କାର୍ୟ୍ୟକଳାପ ସହିତ ବିଭିନ୍ନ ମଡ୍ୟୁଲକୁ ନେଇ ପ୍ରସ୍ତୁତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଓଡ଼ିଶା ପ୍ରଶାସନିକ ସେବା ପ୍ରତ୍ୟେକ୍ଷ ନିଯୁକ୍ତି -୨୦୨୨ ବ୍ୟାଚ୍ ଏବଂ ପଦୋନ୍ନତି ନିଯୁକ୍ତି ୨୦୨୦-୨୪ ବ୍ୟାଚ୍ ପାଇଁ ଯଥାକ୍ରମେ ୨୨ ଏବଂ ୧୦ ସପ୍ତାହ ପର୍ଯ୍ୟନ୍ତ ଚାଲିବ

ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକ ଶ୍ରୀ ଭାଥନନ ତାଙ୍କ ପ୍ରେରଣାଦାୟୀ ଅଭିଭାଷଣରେ ଅନ୍ତର୍ଭୁକ୍ତିକରଣ, ନାଗରିକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ସୁଶାସନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଜନସେବାରେ ନୈତିକତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ପାଇଁ ସେ ଅଧିକାରୀ ପ୍ରଶିକ୍ଷଣାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ନିଜ ନିଜ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନରେ ସର୍ବୋଚ୍ଚ ଶିଖରରେ ପହଁଚିବା ପାଇଁ ସକାରାତ୍ମକ ମନୋଭାବ ବିକଶିତ କରିବାକୁ କହିଥିଲେ । ଅଫିସର ପ୍ରଶିକ୍ଷାର୍ଥୀମାନଙ୍କୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରହିବାକୁ ସେ ପରାମର୍ଶ ଦେବା ସହ ପ୍ରଶିକ୍ଷାର୍ଥୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ମହା ନିର୍ଦ୍ଦେଶକଙ୍କ ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ଦିନର ଅଭିଜ୍ଞତା,ଦୂରଦୃଷ୍ଚିସମ୍ପନ୍ନ ବୁଦ୍ଧିମତ୍ତା ଏବଂ ଚିନ୍ତାଶୀଳ ଆଲୋଚନା ପ୍ରଶିକ୍ଷାର୍ଥୀମାନଙ୍କୁ ମୂଲ୍ୟବାନ ମାର୍ଗଦର୍ଶନ ପ୍ରଦାନ କରିଥିଲା ।

ଉଭୟ ବ୍ୟାଚ୍ ଅଫିସର ପ୍ରଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ପାରସ୍ପରିକ ଭାଗିଦାରୀଭିତ୍ତିକ ତାଲିମ ଶୈକ୍ଷିକ ଗୁରୁତ୍ୱ ସହ ବ୍ୟବହାରିକ ପ୍ରଶାସନିକ ପ୍ରଦର୍ଶନର ସମ୍ମିଶ୍ରଣରେ ଏକ ଜୀବନବ୍ୟାପୀ ଶିକ୍ଷଣ ଅନୁଭୂତି ପ୍ରଦାନ କରିବ । ଏକାଡେମୀ ତରଫରୁ ପ୍ରଶିକ୍ଷଣ ସମ୍ବନ୍ଧୀୟ ସର୍ବୋତ୍ତମ ସହାୟତା ପ୍ରଦାନ କରିବାକୁ ସେ ପ୍ରଶିକ୍ଷଣର୍ଥୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।

ଏକାଡେମୀର ଉପ ମହାନିର୍ଦ୍ଦେଶକ ଶ୍ରୀ ଲାଲା ମନୋଜ କୁମାର ରାୟ ପ୍ରାରମ୍ଭରେ ଅଧିକାରୀ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିବା ସହ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ବିଭିନ୍ନ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ, ପ୍ରଶିକ୍ଷଣ ଢାଞ୍ଚା ରୂପରେଖ ସଂପର୍କରେ ଆଲୋକପାତ କରି ଏହା କିପରି ଅଧିକ ପ୍ରଭାବୀ ହୋଇପାରିବ, ସେ ସଂପର୍କରେ ସଂଯୋଜନା କରାଯାଇଥିବା ପ୍ରକାଶ କରିଥିଲେ ।

ଜିଏଏର ଅତିରିକ୍ତ ନିର୍ଦ୍ଦେଶିକା ତଥା ଓଏଏସ୍ (ଡିଆର-୨୦୨୨) ବ୍ୟାଚ୍ ର ପାଠ୍ୟକ୍ରମ ନିର୍ଦେଶିକା ଡ. ମୋନାଲିସା ଲେଙ୍କା ଅଫିସର ପ୍ରଶିକ୍ଷଣର୍ଥୀଙ୍କ ପାଇଁ ପ୍ରସ୍ତୁତ ପ୍ରଶିକ୍ଷଣ ପାଠ୍ୟକ୍ରମ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରି ଏକାଡେମୀରେ ସ୍ତିରୀକୃତ ପାଠ୍ୟକ୍ରମ ସହ ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କ ପାଇଁ କରାଯାଇଥିବା ଆଉଟଡୋର କାର‌୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସେ ପ୍ରଶିକ୍ଷଣ ପାଠ୍ୟକ୍ରମର ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ, ଯାହା ବ୍ୟାପକ ଶିକ୍ଷଣ ପଦ୍ଧତିକୁ ସୁନିଶ୍ଚିତ କରିବ ।

ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା (ସିଜିଜିଓ)ର ନିର୍ଦ୍ଦେଶକ ଡଃ. ଶଶାଙ୍କ ଗ୍ରହାଚାର‌୍ୟ୍ୟ ଏକାଡେମିକ୍ ଅଧିବେଶନ ତଥା କ୍ୟାମ୍ପସ ବାହାରେ ଶିକ୍ଷଣ କାର‌୍ୟ୍ୟକଳାପ ଏବଂ ସେମାନଙ୍କ ଦ୍ୱାରା ମୂଲ୍ୟାୟନ ରଣନୀତି ତଥା ମଡ୍ୟୁଲଭିତ୍ତିକ ମାନଦଣ୍ଡ ବିଷୟରେ ସଂକ୍ଷିପ୍ତ ଭାବେ ଉଲ୍ଲେଖ କରିଥିଲେ । ନିୟମିତ ମତାମତ ବ୍ୟବସ୍ଥା ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ହିସାବ) ଶ୍ରୀ ଦେବକଲ୍ୟାଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଶିକ୍ଷଣ ଶୁଭାରମ୍ଭ କାର‌୍ୟ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଏବଂ ସେଣ୍ଟର ଫର ଗୁଡ୍ ଗଭର୍ଣ୍ଣାନ୍ସର ଅନ୍ୟ ସମସ୍ତ ଅଧିକାରୀ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
Tags

Post a Comment

[blogger][disqus][facebook][spotim]

Contact Form

Name

Email *

Message *

Powered by Blogger.
Javascript DisablePlease Enable Javascript To See All Widget