ଭୁବନେଶ୍ୱର, ୧୪ ମାର୍ଚ୍ଚ ୨୦୨୫
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗତ 13 ମାର୍ଚ୍ଚ 2025 ତାରିଖରେ କଟକ ଜିଲ୍ଲାର କିଶୋର ନଗରଠାରେ ଓଡିଶାରେ ଏହାର 915 ତମ ଶାଖା ଖୋଲିଛି। ମାନ୍ୟବର ସାଂସଦ ଶ୍ରୀ ଭର୍ତ୍ତୁହାରୀ ମହତାବ ଏବଂ କଟକ ସଦର ମାନ୍ୟବର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୀନେଶ ପରୁଥି, ଜେନେରାଲ ମ୍ୟାନେଜର ଶ୍ରୀ ପୋନ୍ନମବଲମ ଏମ୍, କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରୀ ଭବାନୀ ଶଙ୍କର ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ମେଳା ଆୟୋଜିତ ହୋଇଥିଲା | ସମୁଦାୟ 111 ଗୋଷ୍ଠୀ ସଦସ୍ୟଙ୍କୁ 11.00 କୋଟି ଟଙ୍କା ପରିମାଣର ଋଣ ରାଶି ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ 20 ଟି ଗ୍ରୁପ୍ ଦ୍ୱାରା 15 ଟି ଷ୍ଟଲ୍ ଖୋଲା ଯାଇଥିଲା, ଯେଉଁଠାରେ ସେମାନଙ୍କର ସ୍ୱଦେଶୀ ଏବଂ ହସ୍ତତନ୍ତ ସାମଗ୍ରୀ ଜନସାଧାରଣଙ୍କ ପାଇଁ ପ୍ରଦର୍ଶିତ ହୋଇଥିଲା | ପାଖାପାଖି 2500 ଜଣ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି ଅବସରରେ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରାୟୋଜିତ ଏବଂ ରେଡ ଏଫଏମ 93.5 ଦ୍ଵାରା ପରିଚାଳିତ ମାସ ବ୍ୟାପୀ ସାଇବର ସୁରକ୍ଷା ଅଭିଯାନ ଉଦଯାପିତ କରି ଶ୍ରୀ ମହତାବ ଷ୍ଟେଟ ବ୍ୟାଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଭୂଯସୀ ପ୍ରଶଂସା କରିଥିଲେ ।

Post a Comment